” B ” ଲେଟରରୁ ନାମ ଆରମ୍ଭ ହୋଇଥିଲେ, ଜାଣନ୍ତୁ ନିଜର ନାମ ପଛର ରହସ୍ୟ ! Name Astrology

ହିନ୍ଦୁ ଧର୍ମରେ ପ୍ରତ୍ଯେକ ବ୍ୟକ୍ତିଙ୍କ ନାମକରଣ ସେମାନଙ୍କ ରାଶିର କୁଣ୍ଡଳୀ ଆଧାରରେ କରାଯାଇଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ସେମାନଙ୍କ ନାମର ବହୁତ ଅଧିକ ଗୁରୁତ୍ଵ ରହିଥାଏ । କାରଣ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜଣାପଡିଯାଇଥାଏ । ତେବେ ନାମର ପ୍ରଥମ ଅକ୍ଷର b ଲେଟରରୁ ଆରମ୍ଭ ହେଉଥିଲେ । ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ କିପରି ହୋଇଥାଏ ଚାଲନ୍ତୁ ଜାଣିବା ।

b ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ମାନଙ୍କ ଶାରୀରିକ ଗଠନ ଶୈଳୀ ଦେଖିବାକୁ ସୁନ୍ଦର ହୋଇଥାଏ । ଯଦି ଏହି ନାମର ଲୋକଙ୍କ ସ୍ଵଭାବ ବିଷୟରେ କହିବାକୁ ଯିବା । ତେବେ ଏମାନେ କୌଣସି ଗୋଟିଏ କାର୍ଯ୍ୟରେ ସନ୍ତୁଷ୍ଠ ହୋଇ ଚୁପ ରହିନଥାନ୍ତି । ଏମାନେ ସବୁବେଳେ କିଛି ନା କିଛି ନୂଆ କରି ଦେଖେଇବାର ପ୍ରୟାସରେ ଲାଗି ପଡିଥାନ୍ତି । ଏହି ଲୋକମାନେ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରିଦେବା ଭଳି ଲୋକ ହୋଇନଥାନ୍ତି ।

କାରଣ ସଙ୍ଗେ ସଙ୍ଗେ ଏମାନଙ୍କର କାହା ଉପରେ ଏତେ ମାତ୍ରାରେ ବିଶ୍ବାସ ଆସିନଥାଏ । ତେଣୁ ଏହି କ୍ଷେତ୍ରରେ ଦେଖିବାକୁ । ଏହି ନାମର ଲୋକଙ୍କ ସାଙ୍ଗ ମାନେ ମଧ୍ୟ ଖୁବ କମ୍ ସଂଖ୍ୟାରେ ରହିଥାନ୍ତି । ଏହି b ଲେଟରରୁ ଆରମ୍ଭ ହୋଇଥିବା ନାମର ଲୋକ ପ୍ରକୃତିପ୍ରେମୀ ହୋଇଥାନ୍ତି । ଏମାନଙ୍କୁ ପ୍ରକୃତି ସହ ବହୁତ ପ୍ରେମ ହୋଇଥାଏ । ତେଣୁ ଏମାନେ ସେହି ସବୁ ଜାଗା ବୁଲିବାକୁ ବହୁତ ପସନ୍ଦ କରନ୍ତି, ଯେଉଁ ଜାଗା ପ୍ରାକୃତିକ ସୁନ୍ଦରତାରେ ଭରି ହୋଇ ରହିଥାଏ ।

ଏହି ନାମର ଲୋକ ନିଜ କଥାକୁ ନିଜ ଭିତରେ ରଖିବାକୁ ହିଁ ପସନ୍ଦ କରିଥାନ୍ତି । ହେଲେ ଯାହାକୁ ଏମାନେ ବିଶ୍ବାସ କରନ୍ତି । ସେମାନଙ୍କ ସହ ବହୁତ ମିଳିମିଶି ରହିଥାନ୍ତି । ଏହି ଲୋକମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ସତ କିନ୍ତୁ ଏମାନେ ଯେତେବେଳେ କ୍ରୋଧ କରିଥାନ୍ତି । ସେତେବେଳେ ସାମ୍ନା ଲୋକଙ୍କ ଉପରେ ବହୁତ ରାଗିଯାଇଥାନ୍ତି ।

ଏହି b ନାମର ଲୋକ ନିଜ କ୍ଯାରିଅରକୁ ନେଇ ଚିନ୍ତା କରିଥାନ୍ତି ହେଲେ ତାହା ଉପରେ ଅଧିକ କାର୍ଯ୍ୟ କରିନଥାନ୍ତି । ତେଣୁ ଭଲ କ୍ଯାରିଅର ଗଢିବାରେ ଏହି ଲୋକମାନେ ଅନେକ ସମୟରେ ବହୁତ ପଛୁଆ ହୋଇ ରହିଜାଇଥାନ୍ତି । ଏମାନେ ସମ୍ପର୍କକୁ ବହୁତ ଭଲରେ ବୁଝିଥାନ୍ତି ।

ତେଣୁ ଏମାନେ ଯାହାକୁ ଭଲ ପାଇଥାନ୍ତି । କେବଳ ତାଙ୍କୁ ହିଁ ନିଜର ଜୀବନସାଥି କରିବାକୁ ଚାହିଁଥାନ୍ତି । ତେଣୁ ଭଲ ପାଇବା ମାମଲାରେ ଏହି b ନାମର ଲୋକେ ବହୁତ ଆଗୁଆ ହୋଇ ରହିଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରିଦିଅନ୍ତୁ ।