ପୋଷ୍ଟ ଅଫିସରେ ଲଞ୍ଚ ହେଲା ଏକ ଧମାକେଦାର ଯୋଜନା, ୧୦୦୦ ଟଙ୍କା ଜମା କରି ୭୨୫୦୦ ପାଇବାର ମଉକା

ଡାକ ବିଭାଗ ଆପଣମାନଙ୍କ ପାଇଁ ଏକ ରୋଚନାତ୍ମକ ଯୋଜନା ନେଇ ଆସିଛି । ଏହା ଆପଣଙ୍କ ଟଙ୍କା ବଞ୍ଚାଇବା ସହ ବ୍ୟାଙ୍କ ତୁଳନାରେ ଆପଣଙ୍କୁ ଅଧିକ ସୁଧ ଦେବ । ଏହି ଯୋଜନାକୁ ଖୋଲିବା ପାଇଁ ଆପଣଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଜମା କରିବାକୁ ହେବ । ଏହା ବଦଳରେ ଡାକ ବିଭାଗ ଆପଣଙ୍କୁ ୭୨୫୦୦ ଟଙ୍କା ଦେବ ।

ଯଦି ଆପଣ ନିଜର ଖାତା ଖୋଲିବେ, ତେବେ ଆପଣଙ୍କୁ ୭.୩% ସୁଧ ମିଳିବ । ପୋଷ୍ଟ ଅଫିସ ଆପଣଙ୍କୁ ପ୍ରତିଦିନ ୩୩ ଟଙ୍କା ବା ମାସକୁ ୧୦୦୦ ଟଙ୍କା ଜମା କରିବାରେ ୭୨୫୦୦ ଟଙ୍କା ବା ଏହାଠାରୁ ଅଧିକ ଆପଣଙ୍କୁ ଦେବ ।

ଗ୍ରାହକ ଦେଶର କୌଣସି ବି ଶାଖାରେ ନିଜର ଆକାଉଣ୍ଟ ଖୋଲି ପାରିବେ । ଆବଶ୍ୟକ ହେଲେ ଗ୍ରାହକ ୧ ରୁ ଅଧିକ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଖାତା ଦୁଇ ଜଣଙ୍କ ଦ୍ଵାରା ବି ସଞ୍ଚାଳିତ କରାଯାଇ ପାରିବ । ଏହା ଡାକ ବିଭାଗର ଆବର୍ତ୍ତୀ ଯୋଜନା ଅଟେ । ଏଥିରେ ଆପଣ ପ୍ରତିଦିନ ୩୩ ଟଙ୍କା ବା ମାସକୁ ୧୦୦୦ ଟଙ୍କା ଜମା କରିପାରିବେ । ଯଦି ଆପଣ ନିଜର ଜମା ରାଶିରେ ୭.୩ ପ୍ରତିଶତ ସୁଧ ଯୋଡିବେ, ତେବେ ୫ ବର୍ଷରେ ଆପଣଙ୍କ ରାଶି ୭୨୫୦୫ ଟଙ୍କା ହୋଇଯିବ ।

ସେହି ଅବଧି ତୁଳନାରେ ଆପଣଙ୍କ ମୂଳ ରାଶି ୬୦,୦୦୦ ଟଙ୍କା ହେବ । ଡାକ ବିଭାଗର ଏହି ସ୍କିମରେ ଆପଣଙ୍କୁ ଏକ ନିର୍ଦ୍ଧାରିତ ତାରିଖରେ ଟଙ୍କା ଜମା କରିବାକୁ ହେବ । ୧ ରୁ ୧୫ ତାରିଖ ମଧ୍ୟରେ ଟଙ୍କା ଜମା କରାଯାଇପାରିବେ । ଯଦି ଆପଣ ମାସର ପ୍ରଥମ ତାରିଖରେ ଖାତା ଖୋଲିଛନ୍ତି, ତେବେ ଆପଣ ମାସର ୧୫ ତାରିଖ ମଧ୍ୟରେ ଟଙ୍କା ଜମା କରିପାରିବେ । ଏହାର ପାଞ୍ଚ ବର୍ଷ ପରେ ଆପଣଙ୍କୁ ନିଜର ଟଙ୍କା ସୁଧ ସହ ମିଳିଯିବ ।