ଏହା ହେଉଛି ଏକ ଚମତ୍କାର ଫଳ, ଶରୀରର ଅନେକ ରୋଗକୁ କରିଥାଏ ଦୂର

ଆମ ଆଖ ପାଖରେ ବହୁତ ଗୁଡିଏ ଗଛ ଓ ଚେରମୂଳି ଆଦି ରହିଥାଏ । ଏହି ସବୁ ଚେରମୂଳିରେ ଔଷଧୀୟ ଗୁଣ ରହିବା ସହ ବିଷ ମଧ୍ୟ ରହିଥାଏ । ହେଲେ ଆମେ ମାନେ ଏହି ଚେରମୂଳିକୁ ଚିହ୍ନଟ କରିପାରୁନା । ଏହିପରି ଦୁଇଟି ଫଳ ହେଉଛି ଦୁଦୁରା ଓ କନିଅର । ଏହି ଦୁଇଟି ଫଳ ବିଷାକ୍ତ ହୋଇଥାଏ । ଆୟୁର୍ବେଦରେ ମଧ୍ୟ ଏହି ଦୁଇଟି ଫଳକୁ ବିଷ କୁହାଯାଇଛି । ହେଲେ ଆୟୁର୍ବେଦ ଅନୁସାରେ ଯଦି ଏହି ବିଷକୁ ଠିକ ଭାବରେ ବ୍ୟବହାର କରିବେ, ତେବେ ଆପଣ ନିଜ ଶରୀରର ବିଭିନ୍ନ ରୋଗକୁ ଦୂର କରିପାରିବେ ।


ଦୁଦୁରା ହେଉଛି ଏକ ଏପରି ଜଡିବୁଟି, ଯାହା ଆମ ଶରୀରର ବିଭିନ୍ନ ରୋଗକୁ ଦୂର କରିପାରିବ । ଏହି ଦୁଦୁରା ଭଗବାନ ଶିବଙ୍କର ବହୁତ ପ୍ରିୟ ଅଟେ । ସେଥିପାଇଁ ଏହାକୁ ପୂଜା ପାଠରେ ବ୍ୟବହାର କରାଯାଇଥାଏ । ଆଜିକାଲି ହେଉଥିବା ରୋଗ ମାନଙ୍କ ପାଇଁ ଲୋକମାନେ ଡାକ୍ତରଙ୍କ ଠାରୁ ରେଡିମେଡ ଟ୍ୟାବଲେଟ ଆଣି ବ୍ୟବହାର କରିଥାନ୍ତି, ହେଲେ ଏହି ଟ୍ୟାବଲେଟ ଦ୍ଵାରା ତାଙ୍କ ଶରୀରରେ ଥିବା ରୋଗ ସଂପୂର୍ଣ୍ଣ ରୂପେ ଦୂର ହୋଇନଥାଏ । ତେଣୁ ରୋଗକୁ ମୂଳରୁ ଶେଷ କରିବା ପାଇଁ ହେଲେ ଆପଣଙ୍କୁ ଆୟୁର୍ବେଦର ସାହାରା ନେବାକୁ ହେବ ।


ଆଜି ଆମେ ଆପଣଙ୍କୁ ଦୁଦୁରା ଫୁଲର ସଠିକ ବ୍ୟବହାର ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜ ଶରୀରକୁ ସୁସ୍ଥ ରଖିପାରିବେ । ପ୍ରାୟତଃ ଲୋକମାନଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଥାଏ । ଏହି ସମସ୍ୟା ଏକ ନିର୍ଦ୍ଧିଷ୍ଟ ସମୟରେ ହୋଇଥାଏ । ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଦୁଦୁରା ଫୁଲର ବ୍ୟବହାର କରିପାରିବେ ।

ଦୁଦୁରା ଫୁଲର ମଞ୍ଜୀର ତେଲ ଆପଣ ବଜାରରୁ କିଣିପାରିବେ । ଏହି ତେଲକୁ ଆପଣ ନିଜ ଆଣ୍ଠୁ, ଗଣ୍ଠି ଓ କହୁଣି ଆଦି ସ୍ଥାନରେ ମାଲିସ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଦୂର ହୋଇଯିବ । ଆପଣ ଚାହିଁଲେ ଏହି ତେଲକୁ ଘରେ ମଧ୍ୟ ତିଆରି କରି ପାରିବେ ।


ହେଲେ ଧ୍ୟାନ ରଖିବେ କି ଆପଣ ଏହି ତେଲକୁ କେବଳ ମାଲିସ କରିବେ, ଏହାର ସେବନ ନୁହେଁ । ଏହା ଛଡା ପୁରା ଶରୀରରେ ଏହି ତେଲର ମାଲିସ କରିବା ଦ୍ଵାରା ନପୁଂସକତା ଦୂର ହୋଇଥାଏ କିନ୍ତୁ ଏହାକୁ କେବେ ମୁହଁରେ ଲଗାଇବେ ନାହିଁ । ଏହା ଆସ୍ଥମା ଓ ଗଣ୍ଠି ବାତ ଭଳି ରୋଗକୁ ମଧ୍ୟ ଦୂର କରିଥାଏ । ତେଣୁ ଏହି ଆୟୁର୍ବେଦିକ ଉପାୟରେ ଶରୀରକୁ ସୁସ୍ଥ ରଖନ୍ତୁ ଓ ରୋଗକୁ ଦୂର କରନ୍ତୁ ।