୩ ଟି ଏମିତି ଭାଇରସ, ଯାହା ପାଇଁ ପୁରା ଦୁନିଆ ଶେଷ ହୋଇ ଯାଇଥାନ୍ତା

Bubonic plague ସମୟ ଥିଲା ୧୩୪୬ ରୁ ୧୩୫୩ ମସିହା, ଯେତେବେଳେ ବ୍ଲାକ ଡେଥ ଜନ୍ମ ନେଇଥିଲା । ମୂଷା ଦ୍ଵାରା ହୋଇଥିବା ପ୍ଲେଗ ରୋଗରେ ମରିଥିବା ଲୋକମାନଙ୍କ ପାଇଁ ବ୍ଲାକ ଡେଥ ୱାର୍ଡ ବ୍ୟବହାର କରାଯାଉଥିଲା । ଆପଣ ଅନୁମାନ କରିପାରିବେ ନାହିଁ କି ସେହି ସମୟରେ ପ୍ଲେଗ ରୋଗରେ କେତେ ଲୋକ ନିଜର ଜୀବନ ହାରିଥିଲେ । ପାଖା ପାଖି ୮ କୋଟି ଲୋକ ସେହି ସମୟରେ ମୃତ୍ୟୁବରଣ କରିଥିଲେ । ଏହି ସଂଖ୍ୟା ସେତେବେଳେ ପୁରା ଦୁନିଆର ଜନସଂଖ୍ୟାର ୨୦% ଥିଲା । ଏହି ସଂଖ୍ୟା ପୁଣି ଥରେ ଠିକ ହେବା ପାଇଁ ୨୦୦ ବର୍ଷର ସମୟ ଲାଗିଥିଲା ।


ଖାସକରି ଏହି ରୋଗ ଚୀନ, ଭାରତ, ସିରିୟା, ପାର୍ସିଆ ଓ ଇଜିପ୍ଟରେ ସଙ୍କ୍ରମଣ ହୋଇଥିଲା । ଏକ ସୁସ୍ଥ ମଣିଷ ରାତିରେ ଶୋଇଥାଏ, ହେଲେ ଏହି ରୋଗ ପାଇଁ ସେହି ମଣିଷ ସକାଳେ ମୃତବସ୍ଥାରେ ମିଳିଥାଏ । ଲୋକମାନେ ଭୟରେ କୌଣସି ଜିନିଷକୁ ଛୁଇଁଲେ ନାହିଁ ।

1918 influenza pandemic

୧୯୧୮ରୁ ୧୯୨୦ ମସିହା ପର୍ଯ୍ୟନ୍ତ H1N1 ଇନଫ୍ଲୁଏଂଜା ଭାଇରସ ପାଖା ପାଖି ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟାଙ୍କୁ ସଂକ୍ରମଣ କରିଥିଲା । ୫୦ କୋଟି ଲୋକ ଏହି ରୋଗରେ ପୀଡିତ ଥିଲେ । ଏହି ମହାମାରୀ ପାଇଁ ୬ ମାସ ମଧ୍ୟରେ ୨.୫ କୋଟି ଲୋକ ମୃତ୍ୟୁବରଣ କରିଥିଲେ ଓ ୨ ବର୍ଷରେ ୧୦ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ରୋଗ ଦୁର୍ବଳ ଲୋକମାନଙ୍କୁ ସଂକ୍ରମଣ ହେଉଥିଲା । ଯାହାଫଳରେ ବହୁତ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Asian Flu

ଯେପରି ବର୍ତ୍ତମାନ କୋରୋନା ଭାଇରସର ଆରମ୍ଭ ଚୀନରେ ହୋଇଛି, ସେହିପରି ଏସିଆନ ଫ୍ଲୁ ପାଇଁ ୨୦ ଲକ୍ଷ ଲୋକଙ୍କୁ ନିଜର ପ୍ରାଣତ୍ୟାଗ କରିବାକୁ ପଡିଥିଲା । ସେହି ଫ୍ଲୁର ଆରମ୍ଭ ମଧ୍ୟ ଚୀନରେ ହୋଇଥିଲା । ଆଜି ଯେମିତି କୋରୋନା ଭାଇରସ ପାଇଁ ଚୀନ ଦାୟୀ ଅଟେ, ସେହିପରି ସେହି ଭାଇରସ ପାଇଁ ମଧ୍ୟ ଚୀନ ଦାୟୀ ଥିଲା । ଚୀନର ଲୋକମାନେ ଜଙ୍ଗଲି ବତକ ଓ ଅନ୍ୟାନ୍ୟ ପ୍ରାଣୀର ସେବନ କରୁଥିଲେ । ଯାହାଫଳରେ ଏହି ଭାଇରସର ଜନ୍ମ ହୋଇଥିଲା ।

ସିଙ୍ଗାପୁର ଓ ଆମେରିକା ଆଦି ଦେଶରେ ମଧ୍ୟ ଏହି ଭାଇରସ ବହୁତ ସଂକ୍ରମଣ ହୋଇଥିଲା । ଆମେରିକାରେ ପାଖା ପାଖି ୭୦ ହଜାର ଲୋକ ଏହି ଭାଇରସ ପାଇଁ ମରିଥିଲେ । WHOର ଫାଇନାଲ କାଉଣ୍ଟରେ ଜଣା ପଡିଥିଲା କି ୨୦ ଲକ୍ଷ ଲୋକ ଏହି ରୋଗ ପାଇଁ ମୃତ୍ୟୁବରଣ କରିଥିଲେ ।