ଚା’ ଦୋକାନରେ ପହଞ୍ଚିଲା ଭିଜିଲାନ୍ସ ଅଫିସର, ଏମିତି ଫସିଲା କି ଏବେ…

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଘଟିଛି ଗୟାରେ । ଗୟାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଗୟାରେ ଏକ ଯୁବକ ଫର୍ଜି ଭିଜିଲାନ୍ସ ଅଫିସର ହୋଇ ଚା’ ଦୋକାନରେ ପହଞ୍ଚିଥିଲା ଓ ଯାଞ୍ଚ କରିବା ପାଇଁ ଦୋକାନ ମାଲିକକୁ କହିଥିଲା ।

ସେଠାରେ ସେ ଗ୍ୟାସ ସିଲିଣ୍ଡର ଉପରେ ପ୍ରଶ୍ନ କରି କହିଥିଲା କି, ଏହା ହେଉଛି ଘରୋଇ ଗ୍ୟାସ, ଆପଣ ଏହାକୁ ବ୍ୟାପାର ପାଇଁ କାହିଁକି ବ୍ୟବହାର କରୁଛନ୍ତି । ଏହାପରେ ସେହି ମାମଲାକୁ ରଫା ଦଫା କରିବା ପାଇଁ ସେ ଚାହା ଦୋକାନ ମାଲିକକୁ ଟଙ୍କା ମାଗିଥିଲା । ସେହି ସମୟରେ ସେଠାରେ ଲୋକମାନଙ୍କର ଭିଡ ଜମା ହୋଇଯାଇଥିଲା ।


ଫର୍ଜି ଭିଜିଲାନ୍ସ ଅଫିସରର ପରିଚୟ ମହମ୍ମଦ ନଫିସ ନାମରେ ହୋଇଛି । ଚା’ ଦୋକାନର ମାଲିକ ପ୍ରକାଶ ରଜକକୁ ସେ ଲାଞ୍ଚ ବାବଦରେ ୧୦୦୦ ଟଙ୍କା ମାଗିଥିଲା । ହେଲେ ଏହି ମାମଲା ୧୦୦ ଟଙ୍କାରେ ଶେଷ ହେଲା । ୧୦୦ ଟଙ୍କାର ଲାଞ୍ଚ ନେଇ ମହମ୍ମଦ ଚା’ ଦୋକାନରୁ ବାହାରୁ ଥିଲା, ହେଲେ ଦୁର୍ଭାଗ୍ୟବଶତଃ ସେଠାରେ କୋତବାଲୀ ପୋଲିସ ପହଞ୍ଚି ଥିଲା । ଏହାପରେ ପୋଲିସ ତାକୁ ଗିରଫ କରିନେଇଥିଲା ।


ପୋଲିସ ଯେତେବେଳେ ନଫିସକୁ ଗିରଫ କଲେ, ସେତେବେଳେ ସେ ମଦ ନିଶାରେ ଥିଲା । ଚା’ ଦୋକାନୀ ପୋଲିସକୁ କମ୍ପ୍ଲେନ କରିଛି କି, ନଫିସ ଫର୍ଜି ଭିଜିଲାନ୍ସ ଅଫିସର ହୋଇ ଲାଞ୍ଚ ମାଗୁଥିଲା । ଅବୈଧ ଟଙ୍କା ନଦେଲେ ଚା’ ଦୋକାନୀକୁ ଜେଲକୁ ପଠାଇବାର ଧମକ ମଧ୍ୟ ଦେଇଥିବାର ଚା’ ଦୋକାନୀ କହିଛି । ବର୍ତ୍ତମାନ କୋତବାଲୀ ପୋଲିସ ନଫିସକୁ ଗିରଫ କରି ପୁରା ମାମଲାର ଅନୁସନ୍ଧାନ ଆରମ୍ଭ କରିଛି ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।