Post Office ଆଣିଛି ଏମିତି Scheme, ଯେଉଁଥିରେ ଟଙ୍କା ରଖିଲେ ହେଇଯିବ ଡବଲ, ଦେଖନ୍ତୁ କିପରି ?

ଚିନ୍ତା ନାହିଁ କି ସମସ୍ଯା ନାହିଁ, ଏହି ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା । ଯଦି ଆପଣ କେଉଁଠାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ସୁରକ୍ଷିତ ସ୍ଥାନ ଏବଂ ଭଲ ରିଟର୍ଣ୍ଣ କେଉଁଠି ବି ପାଇବେ ନାହିଁ । ପୋଷ୍ଟ ଅଫିସରେ ଏମିତି ଏକ ଦମଦାର ସ୍କିମ ରହିଛି ଯେଉଁଠି ରହିଥାଏ ଭଲ ରିଟର୍ଣ୍ଣ ସହ ଅନେକ ସୁବିଧା । ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ କଥା । ପୋଷ୍ଟ ଅଫିସର ଟିଡି ସ୍କିମରେ ଆପଣ ବର୍ଷେ, ୩ ବର୍ଷ ଓ ୫ ବର୍ଷ ପାଇଁ ତାଙ୍କ ଜମା କରିପାରିବେ ।

ଏଥିରେ ଏକ ବର୍ଷ ଅବଧି ଥିବା ଏଫଡି ଆକାଉଣ୍ଟରେ ୫.୫ ପ୍ରତିଶତର ସୁଧହାର ରହିଛି । ଏହା ବ୍ଯତୀତ ଏକ ବର୍ଷର ଏଫଡି ଏବଂ ତିନି ବର୍ଷର ଏଫଡିରେ ମଧ୍ୟ ୫.୫ ପ୍ରତିଶତରେ ସୁଧ ମିଳୁଛି । ପୋଷ୍ଟ ଅଫିସର ୫ ବର୍ଷର ଟାକ୍ସ ସେଭିଙ୍ଗ ଏଫ୍ଡିଏରେ ୬.୭ ପ୍ରତିଶତ ସୁଧ ଦେଉଛି । ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ କିନ୍ତୁ ତ୍ରୈମାସିକ ଆଧାରରେ ଏହାକୁ ହିସାବ କରାଯାଏ ।

ଯଦି କେହି ୧ ଲକ୍ଷ ଟଙ୍କା ଜମାରେ ୫ ବର୍ଷ ମ୍ୟାଚୁରିଟି ପିରିୟଡର ଟର୍ମ ଡିପୋଜିଟ ଖୋଲେ ଟା’ହେଲେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ସେ ୧ ଲକ୍ଷ ୩୯ ହଜାର ୪ ଶହ ୭ ଟଙ୍କାର ମାଲିକ ହୋଇପାରିବେ । ଯଦି ଆପଣ ଟାଇମ ଡିପୋଜିଟ ସ୍କିମରେ ଟଙ୍କା ଲଗାଉଛନ୍ତି ତେବେ ଆପଣ ୬.୭ ପ୍ରତିଶତ ଦରରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ ୧୨୯ ମାସ ସମୟ ଲାଗିବ ।

ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲି ପାରିବ । ଏହାସହ ତିନି ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ନାଁରେ ପ୍ଯାରେଣ୍ଟସ୍ ଆକାଉଣ୍ଟ ମଧ୍ୟ ଖୋଲା ଯାଇପାରିବ । ଟାଇମ ଡିପୋଜିଟ ସ୍କିମର ଆଉ ଏକ ପ୍ରମୁଖ କଥା ହେଲା ବ୍ଯାଙ୍କ ତୁଳନାରେ ଏଠି ଅଧିକ ସୁଧ ମିଳିଥାଏ ।

କେହି କେହି ଏହି ସ୍କିମକୁ ଡାକଘର ଏଫଡି ମଧ୍ୟ କହିଥାନ୍ତି । ଆଜି ହିଁ ପୋଷ୍ଟ ଅଫିସ ଯାଇ ଏହି ଦମଦାର ସ୍କିମ ବିଷୟରେ ଜାଣନ୍ତୁ ଓ ଟଙ୍କା ନିବେଶ କରି ଭରପୁର ଫାଇଦା ଉଠାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।