ୱେଷ୍ଟଇଣ୍ଡିଜ ସହ ମ୍ଯାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା, ପୁଣି ଥରେ ନିଷ୍ପତ୍ତି ନେବ BCCI, ଦେଖନ୍ତୁ କଣ ରହିଛି କାରଣ ?

ଭାରତୀୟ କ୍ରିକେଟ ଟିମ୍ କୁ ୱେଷ୍ଟଇଣ୍ଡିଜ ସହ ମ୍ଯାଚ ପୂର୍ବରୁ ଲାଗିଛି ଏକ ବଡ ଝଟକା । କାରଣ ଟିମ୍ ଇଣ୍ଡିଆରେ ଏବେ କରୋନା ଟେନସନ ଘାରିଛି । ଟିମ୍ ର ୪ ପ୍ରମୁଖ ଖେଳାଳି ତଥ୍ୟ ଶିକ୍ଷାର ଧାବନ, ଋତୁରାଜ ଗାଇକୱାଡ, ଶ୍ରେୟସ ଆୟର ଓ ନବଦୀପ ସାଇନିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାସହ ତିନିଜଣ ସପୋର୍ଟ ଷ୍ଟାଫଙ୍କ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମସ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି ଓ ପର୍ଯ୍ୟାୟ କ୍ରମେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଆଜି ପୁଣି ଠାରେ ସମସ୍ତଙ୍କର କୋଭିଡ ଟେଷ୍ଟ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବିସିସିଆଇ । ଆସନ୍ତା ୬ ତାରିଖରେ ଅହମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ଯାଚ । କିନ୍ତୁ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏହିପରି ଏକ ବଡ ଝଟକା ଲାଗିଛି । ଧାବନ କରୋନାରେ ଆକ୍ରାନ୍ତ ହେବା ପରେ ଟି-୨୦ ସ୍କ୍ବାଡରୁ ଭେଙ୍କଟେଶ ଆୟର ରୋହିତ ଶର୍ମାଙ୍କ ସହ ଓପିନିଂ କରିପାରନ୍ତି ।

ଭାରତୀୟ ଟିମ୍ ଗତ ୩୧ ତାରିଖରେ ଅହମଦାବାଦରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ଟିମ୍ ମେମ୍ବରଙ୍କ କରୋନା ଟେଷ୍ଟ କରା ଯାଇଥିଲା । ଆଉ ୪ ଜଣ ଖେଳାଳି ଏବଂ ୩ ଜଣ ସପୋର୍ଟ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏହା ଚିନ୍ତାର ବିଷୟ ପାଲଟିଛି । ଏହିଭଳି ପ୍ରତିସ୍ଥିତିରେ ମ୍ଯାଚ କରିବା ନିହାତି ଭାବେ ଏକ ଚ୍ୟାଲେଞ୍ଜ ଅଟେ ।

କାରଣ କେତେବେଳେ କାହାକୁ କରୋନା ହେବ ଅନ୍ୟ ଖେଳାଳି ମାନେ ମଧ୍ୟ ଆଶଙ୍କାରେ ରହୁଛନ୍ତି । ୪ ଜଣ ଖେଳାଳି ଓ ୩ ଜଣ ସପୋର୍ଟ ଷ୍ଟାଫଙ୍କୁ କରୋନା ହେବା ପରେ ନିଶ୍ଚିତ ଭାବେ ଟିମ୍ ରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହି ଖେଳାଳି ମାନଙ୍କର ସ୍ଥାନକୁ ବାଲାନ୍ସ କରିବା ପାଇଁ ସେମାନଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ନେବା ପାଇଁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ପ୍ରୟାସ କରିବ । ଏହା ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସଙ୍କଟର ସମୟ ।

ଟିମ୍ ଇଣ୍ଡିଆର ଖେଳାଳିମାନେ ଯେତେ ସୁରକ୍ଷା ମଧ୍ୟରେ ରହିଲେ ମଧ୍ୟ କରୋନାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହୋଇ ପାରି ନାହାନ୍ତି । ତେବେ ଦେଖାଯାଉ ମ୍ଯାଚକୁ ନେଇ କଣ ନିଷ୍ପତ୍ତି ନେଉଛି ବିସିଆଇ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।