ଅପହରଣ କରିବା ପରେ ପୁଅର ଜୀବନ ବଦଳରେ ପରିବାର ଲୋକଙ୍କୁ 30 ଲକ୍ଷ ଟଙ୍କା ଦାବି କଲେ ଅପହରଣକାରୀ, ଆଉ ଏହା ପରେ କମିଶନରେଟ ପୋଲିସ ଯାହା କରିଲା ସମସ୍ତେ ଦେଉଛନ୍ତି ସାବାସୀ !

ସମୟ ୩୧ ଜାନୁୟାରୀ ସମୟ ସନ୍ଧ୍ୟା ପ୍ରାୟ ୭ଟା । ଭୁବନେଶ୍ବର ଡିସିପି ଉମାଶଙ୍କର ଦାସଙ୍କ ପାଖକୁ ଏକ କଲ୍ ଆସିଲା । ଲକ୍ଷ୍ମୀସାଗର ଅଞ୍ଚଳରେ ଇଶାନ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି ବୋଲି ଖବର ମିଳିଥିଲା । ଆଉ ଅପହରଣକାରୀ ମାନେ ତାଙ୍କ ଜୀବନ ବଦଳରେ ପରିବାର ଲୋକଙ୍କୁ ମାଗୁଛନ୍ତି ୩୦ ଲକ୍ଷ ଟଙ୍କା । ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା କମିଶନରେଟ ପୋଲିସର ଅପରେସନ ।

ସ୍ପେଶାଲ ସ୍କ୍ବାଡ କମିଶନରେଟ ପୋଲିସର କିଛି ଅଧିକାରୀଙ୍କୁ ନେଇ ଗଠନ ହୋଇଥିଲା ଚାରୋଟି ଟିମ । ପ୍ରଥମେ ବିଭିନ୍ନ ସୂତ୍ରକୁ ଆଧାର କରି ଏହି ଅପହରଣକୁ ନେଇ ଖବର ସଂଗ୍ରହ କରିଥିଲା ପୋଲିସ ଟିମ୍ । ଭଏସ ଆନାଲିସିସ, ଟେକ୍ନିକାଲ ଆନାଲିସିସ, ପୁରୁଣା କ୍ରାଇମ ରେକର୍ଡ ଏବଂ ଲୋକେସନ ଟ୍ରାକିଂ ମାଧ୍ୟମରେ ଏହି ଟିମ୍ ପାଇଥିଲା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରାକ । ଏହାପରେ ଟିମ୍ ଅପହରଣକାରୀ ଏବଂ ଇଶାନ ଅଗ୍ରୱାଲଙ୍କୁ ଠାବ କରିବାକୁ ବାହାରି ଯାଇଥିଲା ।

ଖୋର୍ଦ୍ଧା, ନୟାପଲ୍ଲୀ ଓ ବ୍ରହ୍ମପୁର ଅଞ୍ଚଳରେ ପାଖାପାଖି ୮୦୦କିମି ବୁଲି ସେମାନଙ୍କୁ ତନତନ କରି ଖୋଜିଥିଲା ଟିମ୍ । ଏକ କାର୍ ଉପରେ ସନ୍ଦେହ ହେବାରୁ ବାଇକରେ ସାଧା ପୋଷାକରେ ଦୁଇଜଣ ପୋଲିସ ଅଧିକାରୀ ଏହାକୁ ଫଲୋ କରିବା ସହ ଲାଇଭ ଭିଡିଓ ମାଧ୍ୟମରେ କିଛି ଦୂରରେ ଅନ୍ୟ ପୋଲିସ ଅଧିକାରୀଙ୍କୁ ଏହି ଦୃଶ୍ୟ ଦେଖାଉଥିଲେ ।

ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ସୁନାଖେଳାର ଏକ ଜଙ୍ଗଲ ଭିତରେ ଅପହରଣକାରୀ ଥିବା ସୂଚନା ପାଇବା ପରେ ପୋଲିସ ଟିମ୍ ଯାଇ ଦୁଇଜଣ ଅପରଣକାରୀଙ୍କୁ ମାଡି ବସିବା ସହ ପରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ଘଟଣାର ମାତ୍ର ୩୬ ଘଣ୍ଟା ମଧ୍ୟରେ ଉଭୟ ଅପହୃତ ଏବଂ ଅପହରଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଇଶାନ ଅଗ୍ରୱାଲଙ୍କ ଏହି ଅପହରଣ କାହାଣୀ କୌଣସି ଫିଲ୍ମ ଷ୍ଟାଇଲ ଠାରୁ କିଛି କମ୍ ନଥିଲା ।

୩୧ ତାରିଖ ସନ୍ଧ୍ୟା ବେଳେ ଇଶାନ ଚାଲି ଚାଲି ଯାଉଥିବା ବେଳେ ଅପହରଣକାରୀ ତାଙ୍କୁ ଡାକି ଗାଡି ଭିତରକୁ ଟାଣି ନେଇଥିଲେ । ଏହାପରେ ତାଙ୍କ ମୁହଁରେ କପଡା ବାନ୍ଧି ତାଙ୍କୁ ପ୍ରାୟ ୭୦୦କିମି ଯାଏଁ ବିଭିନ୍ନ ସ୍ଥାନକୁ ନେଇଥିଲେ ଓ ତାଙ୍କ ଘରଲୋକଙ୍କୁ ଇଶାନଙ୍କ ମୁଣ୍ଡ ବଦଳରେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ କମିଶନରେଟ ପୋଲିସ ଏହି ମାମଲାକୁ ୩୬ ଘଣ୍ଟା ମଧ୍ୟରେ ତୁଟାଇବାକୁ ସକ୍ଷମ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।