ଏହି ହୋଟେଲ ଅଫର୍ କରୁଛି ଦୋସା ଚ୍ୟାଲେଞ୍ଜ, 10 ଫୁଟ ଲମ୍ବର ଏହି ଦୋସା ଖାଇଲେ ମିଳୁଛି 71 ହଜାର ଟଙ୍କା ପୁରସ୍କାର, ଦେଖନ୍ତୁ ପୁରା ଖବର !

ଦୋସା ଖାଇଲେ ମିଳୁଛି ୭୧ ହଜାର ଟଙ୍କା ପୁରସ୍କାର । ନିକଟରେ ଏକ ହୋଟେଲ ଏହିପରି ଏକ ପ୍ରତିଯୋଗୀତା ଘୋଷଣା କରିଛନ୍ତି ଯାହା ଜିତିଲେ ଆପଣଙ୍କୁ ୭୧ ହଜାର ଟଙ୍କାର ପୁରସ୍କାର ମିଳିବ । ଆଉ ଏହି ଦୋସାଟି ରେଗୁଲାର ଠାରୁ ଖୁବ ସାଇଜରେ ବଡ ରହିଛି । ୧୦ ଫୁଟ ଲମ୍ବର ଏହି ଦୋସା କୁ ଯଦି ଆପଣ ୪୦ ମିନିଟରେ ଶେଷ କରି ଦେଉଛନ୍ତି ତେବେ ହୋଟେଲ ତରଫରୁ ଆପଣଙ୍କୁ ୭୧ ହଜାର ଟଙ୍କା ଦିଆଯିବ । ଦିଲ୍ଲୀର ଶକ୍ତି ସାଗର ନାମକ ଏହି ହୋଟେଲ ଏହିପରି ଏକ ନିଆରା ଅଫର୍ ଆରମ୍ଭ କରିଛି ।

ଗ୍ରାହକଙ୍କୁ ନିଜ ହୋଟେଲ ଆଡକୁ ଆକର୍ଷିତ କରିବା ପାଇଁ ହୋଟେଲ ମାଲିକ ଏହିପରି ଏକ ପ୍ରତିଯୋଗୀତା ପାଇଁ ଚିନ୍ତା କରିଥିଲେ । ଏକ ବଡ ତାୱା ତିଆରି କରି ବଡ ଦୋସା ପ୍ରସ୍ତୁତ କରି ଏହିପରି ଚ୍ୟାଲେଞ୍ଜ ରଖିଲେ ଲୋକେ ନିଶ୍ଚୟ ଏହା ଖାଇବା ପାଇଁ ଆସିବେ ବୋଲି ଚିନ୍ତା କରିଥିଲେ ହୋଟେଲ ମାଲିକ । ଗତ ଏକ ମାସ ଧରି ହୋଟେଲରେ ଏହିଅପରି ଏକ ଅଫର୍ ଚାଲିଥିବା ବେଳେ ବର୍ତ୍ତମାନ ଯାଏଁ ଏଥିରେ ପ୍ରାୟ ୨୫ ରୁ ୨୬ ଜଣ ଗ୍ରାହକ ଭାଗ ନେଇ ସାରିଲେଣି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ଏହି ପ୍ରତିଯୋଗୀତାରେ ଜିତିପାରି ନାହାନ୍ତି । କେବଳ ଦୋସାକୁ ବଡ କରି ବନାଇବା ନୁହେଁ ବରଂ ଏହାସହ ସ୍ଵାଦର ମଧ୍ୟ ପୁରା ଧ୍ୟାନ ରଖିଛନ୍ତି ହୋଟେଲ ମାଲିକ । ଏଥିପାଇଁ ରାଜ୍ୟ ବାହାରୁ ମଧ୍ୟ ଗ୍ରାହକଙ୍କ ଫୋନ ଆସୁଛି ବୋଲି ମାଲିକ କହିଛନ୍ତି । ୧୦ ଫୁଟ ୪ ଇଞ୍ଚର ତାୱାରେ ପ୍ରସ୍ତୁତ ଏହି ୧୦ ଫୁଟର ଦୋସାକୁ ତାୱା ଗରମ ଥିଲେ ପ୍ରସ୍ତୁତ ହେବାକୁ ମାତ୍ର ୭ ରୁ ୮ ମିନିଟ ସମୟ ଲାଗିଥାଏ ।

ହୋଟେଲରେ ଅନ୍ୟ ସେଫ ମାନେ ଥିଲେ ମଧ୍ୟ ଏହି ବଡ ଦୋସାକୁ ହୋଟେଲ ମାଲିକ ନିଜେ ପ୍ରସ୍ତୁତ କରନ୍ତି ଓ ଏହାକୁ ଫୋଲ୍ଡ କରିବା ପାଇଁ ୪ ଜଣ ଲୋକ ଆବଶ୍ୟକ ହୋଇଥାନ୍ତି । ସେଠାକୁ ଆସିଥିବା ଜଣେ ଗ୍ରାହକ ନିଜ ପ୍ରତିକ୍ରିୟାରେ କହିଥିଲେ କି ଦୋସା ବହୁତ ସ୍ଵାଦିଷ୍ଟ ଅଟେ । ସେ ଅନେକ ବର୍ଷ ଧରି ସେଠାକୁ ସମୟ ପାଇଲେ ନିଜ ପରିବାର ସହ ଖାଇବା ପାଇଁ ଯାଆନ୍ତି । ଏହି ପ୍ରତିଯୋଗୀତା ବିଷୟରେ ଶୁଣିବା ପରେ ସେ ନିଜ ପରିବାର ସହ ସେଠାକୁ ଆସିଥିଲେ ଓ ଦୋସା ଖାଇଥିଲେ ।

କିନ୍ତୁ ୫ ଜଣ ମିଶିକରି ମଧ୍ୟ ସେହି ଦୋସାକୁ ସଂପୂର୍ଣ୍ଣ ଖାଇପାରି ନଥିଲେ । ତେବେ ଆପଣ ଯଦି କେବେ ଦିଲ୍ଲୀ ଯାଉଛନ୍ତି ତେବେ ଏହି ଦୋସା ଚ୍ୟାଲେଞ୍ଜ ନିଶ୍ଚୟ ଟ୍ରାଏ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।