ୟୁଟ୍ଯୁବରୁ ଘରେ ବସି ପ୍ରତି ମାସରେ ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ଏଥି ପାଇଁ କେବଳ କରିବାକୁ ହେବ ବାସ୍ ଏହି ଗୋଟିଏ କାମ, ଦେଖନ୍ତୁ କଣ ରହିଛି ପ୍ରୋସେସ

ୟୁଟ୍ଯୁବ ଆଡକୁ ମୁହାଉଁଛି ଆଜିର ଯୁବପିଢି । ଦିନରାତି ସମସ୍ତେ ୟୁଟ୍ଯୁବରେ ମସଗୁଲ ରହୁଛନ୍ତି । କେବଳ ଭିଡିଓ ଦେଖି ଉପଭୋଗ କରୁ ନାହାନ୍ତି ବରଂ ୟୁଟ୍ଯୁବରୁ ରୋଜଗାର ମଧ୍ୟ କରୁଛନ୍ତି । ଏଥିପାଇଁ ଆଜିର ଯୁବପିଢି ଅଧିକାଂଶ ୟୁଟ୍ଯୁବ ଆଡକୁ ମୁହାଉଁଛନ୍ତି । ଆପଣ ମଧ୍ୟ ଚାହିଁଲେ ଘରେ ବସି ୟୁଟ୍ଯୁବ ମାଧ୍ୟମରେ ରୋଜଗାର କରିପାରିବେ । କେବଳ କିଛି କଥା ଜାଣିଗଲେ ୟୁଟ୍ଯୁବ ଚ୍ଯାନେଲରୁ ଆପଣ କରିପାରିବେ ଇନକମ୍ । ତେବେ ଆସନ୍ତୁ ଜାଣିବା ପୁରା ପ୍ରୋସେସ ।

ଏଥିପାଇଁ ପ୍ରଥମେ ଆପଣଙ୍କୁ ଏକ ଇମେଲ ଆଇଡି ଖୋଲିବାକୁ ହେବ । ଯଦି ପୂର୍ବରୁ ଇମେଲ ଆଇଡି ରହିଛି ତେବେ ଆଇଡି ପାସୱାର୍ଡ ଦେଇ ୟୁଟ୍ଯୁବରେ ସାଇନ ଇନ କରନ୍ତୁ । ଆପଣ ଚାହିଁଲେ ନିଜ ଜିମେଲ ଆଇଡିରେ ମଧ୍ୟ ୟୁଟ୍ଯୁବ ସାଇନ ଇନ କରିପାରିବେ । ଏହାପରେ ପ୍ରୋଫାଇଲ ପିକଚର ଉପରେ କ୍ଲିକ କଲେ କ୍ରିଏଟ ଚ୍ଯାନେଲ ଅପସନ ଆସିବ । ଏଠାରେ ଆପଣଙ୍କୁ ଚ୍ଯାନେଲ କ୍ରିଏଟ କରିବାର ଏକ ପ୍ରଶ୍ନ ଆସିବ । ସେଠାରେ ନିଜର ସମସ୍ତ ଡିଟେଲ୍ସକୁ ଭଲ ଭାବେ ଚେକ୍ କରି କ୍ରିଏଟ ଚ୍ଯାନେଲ ପାଇଁ ଥିବା ଅପ୍ସନକୁ କନଫର୍ମ କରିନିଅନ୍ତୁ ।

ଏବେ ଆପଣ ନିଜ ୟୁଟ୍ଯୁବ ଚ୍ଯାନେଲରେ ଭିଡିଓ ଅଫଲୋଡ କରିବାକୁ ସକ୍ଷମ ହୋଇପାରିବେ । ଧୀରେ କିଛି କିଛି ଭିଡିଓ ନିଜ ଚ୍ଯାନେଲରେ ଅଫଲୋଡ କରନ୍ତୁ । ଏବେ ଜାଣିବା ମନିଟାଇଜ ପ୍ରକ୍ରିୟା କଣ । ୟୁଟ୍ଯୁବ ଚ୍ଯାନେଲକୁ ମନିଟାଇଜ କରିବା ପାଇଁ କିଛି ସର୍ତ୍ତ ରହିଛି । ଏକ ୟୁଟ୍ଯୁବ ଚ୍ଯାନେଲ ଆରମ୍ଭ କରିବା ବେଳେ ଏକ ନିର୍ଦ୍ଧିଷ୍ଟ ଥିମ ଉପରେ କାମ କରିବାକୁ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ଚ୍ଯାନେଲ ଶୀଘ୍ର ଏବଂ ସହଜରେ ମନିଟାଇଜ ହୋଇଯିବ ।

ନିକଟରେ ୟୁଟ୍ଯୁବ ଏହାର ମନିଟାଇଜେସନ ପଲିଶିରେ କିଛିଟା ପରିବର୍ତ୍ତନ କରିଛି । ବର୍ତ୍ତମାନ ମନିଟାଇଜେସନ ପାଇଁ ଏସବୁ ସର୍ତ୍ତ ପୂରଣ କରିବାକୁ ହେବ । ପ୍ରଥମେ ଆପଣଙ୍କ ୟୁଟ୍ଯୁବ ଚ୍ଯାନେଲରେ ୧୦୦୦ ଅର୍ଗାନିକ ସବସ୍କ୍ରାଇବର ହେବା ଉଚିତ । ଆପଣଙ୍କ ଚ୍ୟାନେଲରେ ୧୨ ମାସରେ ୪ ହଜାର ଘଣ୍ଟାର ୱାଚ ଟାଇମ ହେବା ଦରକାର । ଆପଣଙ୍କ ୱାଚ ଟାଇମ ଗଣିବା ପାଇଁ ୟୁଟ୍ଯୁବ ଆପଣଙ୍କ ଲାଇଭ ଷ୍ଟ୍ରିମିଂ ଏବଂ ଭିଡିଓର ଯାଞ୍ଚ କରିଥାଏ ।

ଅନଲିଷ୍ଟେଡ ଭିଡିଓ, ଡ଼ିଲିଟେଡ ବା ପ୍ରାଇଭେଟ ଭିଡିଓ, ଆଡଭର ଟାଇଜିଂ କ୍ୟାମ୍ପେନ ଓ ୟୁଟ୍ଯୁବ ସର୍ଟସକୁ ଏଥିରେ ଗଣା ଯାଏନି । ୟୁଟ୍ଯୁବର ସମସ୍ତ ଗାଇଡଲାଇନକୁ ପୁରା କରି ଥରେ ମନିଟାଇଜେସନ ସର୍ତ୍ତ ପୂରଣ କରିବା ପରେ ଆପଣ ୟୁଟ୍ଯୁବର ଆଡସେନ୍ସ ସହ ଯୋଡି ହୋଇପାରିବେ । ମନିଟାଇଜେସନ ସମସ୍ତ ସର୍ତ୍ତ ପୁରା ହେବ ପରେ ଆପଣଙ୍କୁ ୟୁଟ୍ଯୁବରୁ ଏକ ମେଲ ଆସିବ । ଏହାପରେ ଆପଣ ମନିଟାଇଜେସନ ଉପରେ କ୍ଲିକ କରିବେ ।

ଏହାପରେ ଆପଣଙ୍କୁ ମନିଟାଇଜ କରିବା ପୂର୍ବରୁ ୟୁଟ୍ଯୁବ ଚ୍ୟାନେଲ ଚେକ୍ କରିବ । ଏହାପରେ ଆପଣ ମନିଟାଇଜେସନ ଏବଂ ଆଡସେନ୍ସରେ ଯୋଡି ହେବାକୁ ନେଇ ୟୁଟ୍ଯୁବ ପକ୍ଷରୁ ଏକ ସୂଚନାଜନକ ମେଲ୍ ଆସିବ । ଏହାପରେ ଚ୍ଯାନେଲ ଭେରିଫାଏ ହେବାର ଏକ ପ୍ରକ୍ରିୟା ପୂରଣ ହେବା ପରେ ଆପଣ ୟୁଟ୍ଯୁବ ଆଡସେନ୍ସର ଅଂଶ ହୋଇଯିବେ । ପରେ ଆପଣ ନିଜ କଣ୍ଟେଣ୍ଟରୁ ଆୟ କରିବାରେ ସମର୍ଥ ହୋଇଯିବେ ।

ଦେଶର ଅନେକ ୟୁଥ ଆଇକନ ଆଜି ଘରେ ବସି ଏହିସବୁ କରି ପଇସା କମାଉଛନ୍ତି । ଅନେକ ପିଲା ସେମାନଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ୟୁଟ୍ଯୁବ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ଆପଣାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।