Tapaswini କେବେ ବି ଅନ୍ୟାୟରେ ନଥିଲେ, ଏହାକୁ ପ୍ରମାଣିତ କରିଛି ହାଇକୋର୍ଟଙ୍କ ଏହି ନିଷ୍ପତ୍ତି, ଦେଖନ୍ତୁ କଣ ରାୟ ଦେଇଛନ୍ତି ମାନନୀୟ ହାଇକୋର୍ଟ

ଯେତେବେଳେ ଜଣେ ମହିଳା ହକ୍ ର ଲଢେଇ ପାଇଁ ଦାଣ୍ଡ ଦୁଆରେ ଆସି ବସି ପଡିଲେ, ସେତେବେଳେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ କାହାଣୀକୁ ବର୍ଣ୍ଣନା କରିଥିଲେ । କିନ୍ତୁ ତପସ୍ଵିନୀ ଅନ୍ୟାୟରେ ନଥିଲେ । ଆଉ ଏହି କଥା ହୁଏତ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ପ୍ରମାଣିତ ହେବାରେ ଲାଗିଛି । ଆଉ ଏହାର ସଦ୍ୟତମ ଉଦାହରଣ ହେଉଛି ହାଇକୋର୍ଟଙ୍କ ନିର୍ଦ୍ଦେଶ । ତପସ୍ଵିନୀଙ୍କୁ ତାଙ୍କ ଭରଣପୋଷଣ ଖର୍ଚ୍ଚ ଦିଆଯାଉ ବୋଲି ହାଇକୋର୍ଟ ମଧ୍ୟ କହିଛନ୍ତି ।

ସ୍ଵାମୀ ସୁମିତଙ୍କ ସହ ମତାନ୍ତର ହେବା ପରେ କଥା ବିବାହ ବିଚ୍ଛେଦ ଯାଏଁ ଚାଲିଗଲା । ଆଉ ଏତିକି ବେଳେ ଜଣେ ସ୍ତ୍ରୀକୁ ଭରଣପୋଷଣ ଦେବା ଜଣେ ସ୍ଵାମୀର ଦାୟିତ୍ଵ । କାରଣ ତପସ୍ଵିନୀଙ୍କ ନିଜସ୍ଵ ରୋଜଗାର ବୋଲି କିଛି ନାହିଁ । ତଳକୋର୍ଟ ମଧ୍ୟ ସେହି ସମାନ କଥା କହିଥିଲେ । ତପସ୍ଵିନୀଙ୍କୁ ଘରେ ରଖିବାକୁ ଏବଂ ତାଙ୍କ ଭରଣପୋଷଣ ବାବଦକୁ ମାସିକ ୧୭ ହଜାର ଟଙ୍କା ଦେବାକୁ ଏସଡ଼ିଜେଏମ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ସୁମିତ ଏହାକୁ ଅମାନ୍ୟ କରିବା ସହ ତଳକୋର୍ଟଙ୍କ ଏହି ରାୟକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାକୁ ହାଇକୋର୍ଟକୁ ନେଇ ଆସିଥିଲେ ସୁମିତ । ଆଉ ଏବେ ହାଇକୋର୍ଟ ମଧ୍ୟ ତପସ୍ଵିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଯେପର୍ଯ୍ୟନ୍ତ ବିବାହ ବିଚ୍ଛେଦ ହୋଇନାହିଁ ସେପର୍ଯ୍ୟନ୍ତ ଜଣେ ସ୍ତ୍ରୀ ତା ସ୍ଵାମୀ ଘରେ ରହିବାରେ କିଛି ଅସୁବିଧା ନଥାଏ । କିନ୍ତୁ ତପସ୍ଵିନୀଙ୍କୁ ଘରେ ପ୍ରବେଶ କରିବାକୁ ଦେଉ ନଥିଲେ ଶ୍ଵଶୁର ଘର ଲୋକେ ।

ଯେଉଁଥି ପାଇଁ ତପସ୍ଵିନୀଙ୍କୁ ପ୍ରାୟ ଦେଢ ମାସ କାଳ ତାଙ୍କ ଘର ବାହାରେ ବସିବାକୁ ପଡିଲା । ଆଉ ଶେଷରେ କୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ଵିନୀ । ଏହାର ଅର୍ଥ କୌଣସି ଅନ୍ୟାୟ ଦାବି କରି ନଥିଲେ ତପସ୍ଵିନୀ । ତପସ୍ଵିନୀ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପରୀକ୍ଷାରେ ପାସ୍ ହୋଇ ଚାଲିଛନ୍ତି । ଆଉ ଏହିସବୁ ତପସ୍ଵିନୀଙ୍କ ପକ୍ଷକୁ ଅଧିକ ମଜବୁତ କଲା ଭଳି ମନେ ହେଉଛି ।

ତପସ୍ଵିନୀ ମଧ୍ୟ ତାଙ୍କ ମାସିକ ଭରଣପୋଷଣ ଖର୍ଚ୍ଚ ଏଯାଏଁ ପାଇ ନଥିବାରୁ ଏହି ବାବଦରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଆଗକୁ ରହିଛି । ତେବେ ଏବେ ଦେଖିବାକୁ ବାକି ରହିଲା କି ସୁମିତ ଏହାକୁ ନେଇ ଆଗାମୀ ପଦକ୍ଷେପ କଣ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।