ପୋଷ୍ଟଅଫିସ ର ଧମାକାଦାର ଲାଇଫ ଇନସ୍ୟୁରାନ୍ସ ପ୍ଳାନ ! ମାତ୍ର 4 ହଜାର ଟଙ୍କା ଦେଇ ରିଟର୍ଣ୍ଣରେ ପାଇବେ 20 ଲକ୍ଷ ! ଜାଣନ୍ତୁ PLI ର ପୁରା ଡିଟେଲ୍ସ

ଭାରତର ସବୁଠୁ ପୁରୁଣା ଲାଇଫ ଇନସ୍ୟୁରାନ୍ସ ଯୋଜନା ହେଉଛି ପୋଷ୍ଟଅଫିସ ଲାଇଫ ଇନସ୍ୟୁରାନ୍ସ ସ୍କିମ । ଯାହାକି 1884 ମସିହାରେ ଆରମ୍ଭ କରା ଯାଇଥିଲା । ଆଜି ଆମେ ଆପଣଙ୍କୁ ଏହି ଲାଇଫ ଇସନ୍ୟୁରାନ୍ସ ବିଷୟରେ ବିସ୍ତୃତ ଭାବେ କହିବୁ । ଏହି ଇନସ୍ୟୁରାନ୍ସ ପ୍ଳାନକୁ ଭାରତ ସରକାର ଚଲାଉଥିବା ଥିବାରୁ ଏଥିରେ ଡିପୋଜିଟ ହୋଇଥିବା ଟଙ୍କା, ପ୍ରିମିୟମ ଓ କଭର ସବୁକିଛି ନିରାପଦ ରହିଥାଏ । ଏହି ବୀମା ଯୋଜନାରେ ଅତିକମ୍ ପ୍ରିମିୟମ ଦେଇ ମଧ୍ୟ ମ୍ଯାଚୁରିଟିରେ ବେଶ ଭଲ ବୋନସ ମିଳିଥାଏ ।

କେବଳ ସେତିକି ନୁହେଁ ବରଂ ସେକ୍ସନ 80(C) ଅନୁସାରେ ଏହି ବୀମା ଯୋଜନାରେ ଟାକ୍ସ ରିବେଟ ମଧ୍ୟ ମିଳିଥାଏ । ତେବେ ପୋଷ୍ଟଅଫିସ ଲାଇଫ ଇନସ୍ୟୁରାନ୍ସ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ଯଥା:- ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ଓ ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ । ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ସବୁ ବର୍ଗର କର୍ମଚାରୀ ମାନଙ୍କ ପାଇଁ ଅଟେ । ଯେଉଁମାନେ ଗ୍ରାମାଞ୍ଚଳରେ ରୁହନ୍ତି ଏବଂ କୌଣସି ପ୍ରକାରର କର୍ମଚାରୀ ନୁହନ୍ତି ସେମାନେ ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ ପାଇଁ ଆବେଦନ କରିପାରିବେ ।

ଏହି ଦୁଇଟି ଯାକ ଇନସ୍ୟୁରାନ୍ସ ବର୍ଗରେ ଛଅ ପ୍ରକାରର ପଲିଶି ରହିଛି । ସେଗୁଡିକ ହେଲା:- ହୋଲ୍ ଲାଇଫ ଆସ୍ୟୁରାନ୍ସ ବା ସୁରକ୍ଷା, କନଭର୍ଟିବଲ ହୋଲ୍ ଲାଇଫ ଆସ୍ୟୁରାନ୍ସ ବା ସୁବିଧା, ଏଣ୍ଡୋମେଣ୍ଟ ଆସ୍ୟୁରାନ୍ସ ବା ସନ୍ତୋଷ, ଜଏଣ୍ଟ ଲାଇଫ ଆସ୍ୟୁରାନ୍ସ ବା ଯୁଗଳ ସୁରକ୍ଷା, ଆଣ୍ଟିସିପେଟେଡ ଏଣ୍ଡୋମେଣ୍ଟ ଆସ୍ୟୁରାନ୍ସ ବା ସୁମଙ୍ଗଳ, ଚିଲ୍ଡ୍ରେନ ପଲିଶି ବା ବାଳ ଜୀବନ ବୀମା ।

ବାଳ ଜୀବନବୀମାକୁ ବାଦ୍ ଦେଲେ ଅନ୍ୟ 5ଟି ପଲିଶି ମଧ୍ୟରୁ ଏଣ୍ଡୋମେଣ୍ଟ ଆସ୍ୟୁରାନ୍ସ ବା ସନ୍ତୋଷରୁ ହିଁ ସବୁଠୁ ଅଧିକ ଲାଭ ମିଳିଥାଏ । ଏହି ପଲିଶିକୁ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସରେ EA ସନ୍ତୋଷ ଓ ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସରେ ଏହାକୁ EA ଗ୍ରାମ ସନ୍ତୋଷ ବୋଲି କୁହାଯାଏ । ଏଥିରେ ସର୍ବନିମ୍ନ ବୟସସୀମା 19 ବର୍ଷ ଓ ସର୍ବାଧିକ ବୟସସୀମା 55 ବର୍ଷ । EA ସନ୍ତୋଷରେ ସର୍ବନିମ୍ନ 20000/- ଟଙ୍କାରୁ ଆରମ୍ଭ କରି ସର୍ବାଧିକ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ କରାଇ ପାରିବେ ।

କିନ୍ତୁ EA ଗ୍ରାମ ସନ୍ତୋଷ ଅନୁସାରେ ସର୍ବନିମ୍ନ 10000/- ଟଙ୍କାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଲିଶି କରିପାରିବେ । ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସରେ ପ୍ରତି 1000 ଟଙ୍କାରେ 52 ଟଙ୍କାର ବୋନସ ମିଳୁଥିବା ବେଳେ ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସରେ ପ୍ରତି ହଜାର ଟଙ୍କାରେ 48 ଟଙ୍କାର ବୋନସ ପାଇପାରିବେ ।

ଯଦି କେହି 5 ବର୍ଷ ପୂରଣ ହେବା ପୂର୍ବରୁ ଏହି ପଲିଶିକୁ ଭାଙ୍ଗି ଦେଉଛି ତେବେ ସେ ବୋନସ ପାଇବାରୁ ବଞ୍ଚିତ ହେବ । କିନ୍ତୁ ପଲିଶିକୁ 3 ବର୍ଷ ପୂରଣ ହେବା ମାତ୍ରେ ବ୍ୟକ୍ତି ପଲିଶି ଏଗେଂଷ୍ଟରେ ଲୋନ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।

ଏଥିରେ 35 ବର୍ଷ, 40 ବର୍ଷ, 45 ବର୍ଷ, 50 ବର୍ଷ, 55 ବର୍ଷ, 58 ବର୍ଷ କିମ୍ବା 60 ବର୍ଷ ବୟସରେ ପଲିଶି କଭର ମିଳିଥାଏ । ସେଥିପାଇଁ କେଉଁ ବୟସରେ କଭର ପାଇବାକୁ ଚାହିଁବେ ସେଇ ହିସାବରେ ପଲିଶି କରିବାକୁ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।