ଏଥର ମାଗଣାରେ ବସ୍ ଯାତ୍ରା କରିବେ ମହିଳା ! ବଡ ଘୋଷଣା କଲେ ରାଜ୍ୟ ସରକାର ! ବିଧବା ଭତ୍ତାରେ ବି ହେଲା ଦ୍ଵିଗୁଣ ବୃଦ୍ଧି

ଏଣିକି ମହିଳାମାନେ ସରକାରୀ ବସ୍ ରେ ମାଗଣାରେ ଯାତ୍ରା କରିବେ । ଅର୍ଥାତ ମହିଳା ମାନଙ୍କୁ ବସ୍ ଯାତ୍ରା ପାଇଁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ । ଏମିତି କିଛି ଘୋଷଣା କରିଛନ୍ତି ସରକାର । ଖାଲି ସେତିକି ନୁହେଁ ବରଂ ସରକାର ମହିଳା ମାନଙ୍କୁ ଦିଆ ଯାଉଥିବା ବିଧବା ଭତ୍ତାକୁ ମଧ୍ୟ ଦୁଇ ଗୁଣା ବୃଦ୍ଧି କରିଛନ୍ତି । ପୂର୍ବରୁ ବିଧବା ମହିଳା ମାନଙ୍କୁ ମାତ୍ର 1 ହଜାର ଟଙ୍କା ଲେଖାଏଁ ମାସିକ ଭତ୍ତା ଦିଆ ଯାଉଥିବା ବେଳେ ଏବେ ଏହି ଟଙ୍କାକୁ 3 ହଜାର ଟଙ୍କା ଯାଏଁ ବୃଦ୍ଧି କରି ଦେଇଛନ୍ତି ସରକାର ।

ସମସ୍ତ ମହିଳା ମାନଙ୍କୁ ସରକାରୀ ବସ୍ ରେ ମାଗଣା ଯାତ୍ରା ସହ ବିଧବା ମହିଳାଙ୍କ ଭତ୍ତା ମଧ୍ୟ ଏକ ହଜାର ଟଙ୍କାରୁ ବୃଦ୍ଧି ପାଇ ତିନି ହଜାର ଟଙ୍କା କରାଯାଇଛି । ଆଜ୍ଞା ହଁ, ପୁଡୁଚେରି ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ଵାମୀ କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କ ମାଗଣା ବସ୍ ଟ୍ରିପ୍ ଘୋଷଣା କରିଛନ୍ତି । ମାର୍ଚ୍ଚ 1 ତାରିଖରେ ଚଳିତ ବର୍ଷର ବିଧାନସଭାର ଅଧିବେଶନ ଚାଲିଥିଲା । ଆଉ ଏହି ବିଧାନସଭା ଅଧିବେଶନ ସମୟରେ ଏଭଳି କିଛି ଘୋଷଣା କରିଛନ୍ତି ପୁଡୁଚେରି ମୁଖ୍ୟମନ୍ତ୍ରୀ ।

ସରକାରୀ ବସ୍ ରେ ଯାତ୍ରା କରୁଥିବା ମହିଳା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହି ଘୋଷଣା କରାଯାଇଛି । ଏଣିକି ପୁଡୁଚେରି ରାଜ୍ୟରେ ମହିଳା ମାନେ ସରକାରୀ ବସ୍ ମାନଙ୍କରେ ମାଗଣା ଯାତ୍ରା କରିପାରିବେ । ଏହାସହ ବିଧବା ମହିଳାଙ୍କୁ ମିଳୁଥିବା ଭତ୍ତା ମଧ୍ୟ ଏକ ହଜାର ଟଙ୍କାରୁ ବୃଦ୍ଧି ହୋଇ ତିନି ହଜାର ଟଙ୍କା କରାଯାଇଛି ।

ନୂତନ ଉଦ୍ଯୋଗ ଗୁଡିକୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ସରକାରଙ୍କ ଦ୍ଵାରା ଏଭଳି ଉଦ୍ୟମ କରା ଯାଉଥିବା କହିଛନ୍ତି ପୁଡୁଚେରି ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ଵାମୀ । ଗତ ମାର୍ଚ୍ଚ 13 ତାରିଖରେ ପୁଡୁଚେରି ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ଵାମୀ 11 ହଜାର 600 କୋଟି ବଜେଟ ଉପସ୍ଥାପନା କରିଛନ୍ତି । ଦୀର୍ଘ 12 ବର୍ଷ ପରେ ପୁଡୁଚେରି ବିଧାନସଭାରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରା ଯାଇଥିଲା ।

ଏହାସହ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ଵାମୀ ଘୋଷଣା କରିଛନ୍ତି କି, ପବ୍ଲିକ ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା କମ୍ପ୍ୟୁଟର ମଧ୍ୟ ଯୋଗାଇ ଦେବେ । ପୁଡୁଚେରି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ଏବେ ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।