ଗାଡି କିଣିବାକୁ ଟଙ୍କା ଦେବେ ସରକାର ! ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଗାଡି କିଣିବାକୁ ମିଳିବ ଟଙ୍କା…!

ଏବେ ମାର୍କେଟରେ ବିଦ୍ୟୁତ ଚାଳିତ ଗାଡିର ଚାହିଦା ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡି ଅପେକ୍ଷା ଲୋକେ ବିଦ୍ୟୁତ ଚାଳିତ ଗାଡି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ଗାଡି ବ୍ୟବହାର କରୁଥିବା ଲୋକଙ୍କ ପକେଟ ଓ ବଜେଟ ଉପରେ ଏହାର ପ୍ରଭାବ ପଡୁଛି । ତେଣୁ ଅଧିକାଂଶ ଲୋକେ ବିଦ୍ୟୁତ ଚାଳିତ ଗାଡି କିଣିବାକୁ ଆଗ୍ରହୀ ହେଉଛନ୍ତି ।

ଏହି ଗାଡିରେ ପେଟ୍ରୋଲ କିମ୍ବା ଡିଜେଲ ଦରକାର ପଡିବନି । କେବଳ କିଛି ସମୟ ଚାର୍ଜ କଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯିବା ଆସିବା କରି ହେଉଛି । ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ମଧ୍ୟ ବିଦ୍ୟୁତ ଚାଳିତ ଗାଡିକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ବିଦ୍ୟୁତ ଚାଳିତ ଗାଡି କିଣିବା ପାଇଁ ପ୍ରୋତ୍ସାହନ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କର୍ମଚାରୀଙ୍କୁ ବିନା ସୁଧରେ ଗାଡି କିଣିବାକୁ ଅଗ୍ରୀମ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସରକାର ।

ଆଗ୍ରହୀ କର୍ମଚାରୀ ଚାହିଁଲେ ସରକାରଙ୍କ ଠାରୁ ଏହି ଟଙ୍କା ନେଇପାରିବେ । ଏନେଇ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଗାଡି କିଣିବା ପାଇଁ ଅଗ୍ରୀମ ରାଶି ପ୍ରଦାନ କରାଯିବ ବୋଲି ଉକ୍ତ ଗାଇଡଲାଇନରେ ଦର୍ଶାଯାଇଛି । ତେବେ କେବଳ ଗୋଟିଏ ଯାନ କିଣିବା ପାଇଁ ହିଁ ଅଗ୍ରୀମ ରାଶି ଦିଆଯିବ ।

ଏହି ସୁବିଧା 2025 ଡିସେମ୍ବର 31 ତାରିଖ ଯାଏଁ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିବ ବୋଲି କୁହାଯାଇଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଗ୍ରୀମ ନେଉଥିବା ଅର୍ଥରେ ଗାଡି ନ କିଣି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କଲେ ଏନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସରକାର ।

ଯେଉଁମାନେ ଗାଡି କିଣିବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ସ୍ଥିତି ଯୋଗୁଁ କିଣି ପାରୁ ନଥିଲେ ସେମାନଙ୍କ ପାଇଁ ନିହାତି ଭାବେ ଏହା ଏକ ବଡ ସୁଯୋଗ । ତେବେ ଆଉ ଥରେ କହିରଖୁଛୁ କେବଳ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।