Chanakya Neeti- ପୁରୁଷମାନେ ଏହି 4ଟି କାମ କରିବା ବେଳେ କେବେ ମଧ୍ୟ ଲଜ୍ଜାବୋଧ କରିବା ଉଚିତ ନୁହେଁ

ଚାଣକ୍ୟ ଜଣେ ଅତି ବିଦ୍ଵାନ ପଣ୍ଡିତ ଥିଲେ । ମଣିଷ ଜୀବନକୁ ସହଜ ଓ ସୁଖମୟ କରିବା ପାଇଁ ସେ ତାଙ୍କ ନୀତିଗ୍ରନ୍ଥରେ ଅନେକ ମହତ୍ବପୂର୍ଣ୍ଣ ନୀତି ଓ ଉପଦେଶ ମାନ ଉଲ୍ଲେଖ କରି ଯାଇଛନ୍ତି । ଯାହା ଆଜି ବି ମଣିଷ ସମାଜର କାର୍ଯ୍ୟରେ ଲାଗୁଛି । ଚାଣକ୍ୟଙ୍କ ନୀତି ଅନୁସାରେ କିଛି ଜିନିଷ ରହିଛି ଯାହା ଜୀବନରେ କେବେ କାହାକୁ ମାଗିବା ପାଇଁ ଲଜ୍ଜାବୋଧ କରିବା ଉଚିତ ନୁହେଁ, ନଚେତ ଆପଣଙ୍କ କ୍ଷତି ହୋଇପାରେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ।

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ । ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ଵାମୀ କେବେ ମଧ୍ୟ ଲଜ୍ଜା ବୋଧ କରିବା ଉଚିତ ନୁହେଁ । ସାଧାରଣତଃ ସ୍ତ୍ରୀମାନେ ଲଜ୍ଜାଶୀଳା ହୋଇଥାନ୍ତି । ତେଣୁ ଯଦି ଏକ୍ଷେତ୍ରରେ ସ୍ଵାମୀ ମଧ୍ୟ ଲଜ୍ଜାବୋଧ କରେ, ତେବେ ଜୀବନ ଦୁଃଖମୟ ହୋଇଯାଏ । ଏପରି କଲେ ସେମାନଙ୍କ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଓ କେହି ତୃତୀୟ ବ୍ୟକ୍ତି ପ୍ରବେଶ କରିଥାନ୍ତି । ତେଣୁ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ କେବେ ମଧ୍ୟ ଲଜ୍ଜା କରିବା ଉଚିତ ନୁହେଁ ।

ଦ୍ଵିତୀୟରେ ଭୋଜନ କରିବା ସମୟରେ କେବେ ମଧ୍ୟ ଲଜ୍ଜା କରିବା ଉଚିତ ନୁହେଁ । ଚାଣକ୍ୟଙ୍କ ନୀତି ଅନୁସାରେ ଭୋଜନ କରିବା ବେଳେ ଲଜ୍ଜା କରୁଥିବା ବ୍ୟକ୍ତି ଭୋକରେ ହିଁ ରହିଯାଏ । ଏହା ଅତ୍ୟନ୍ତ କଷ୍ଟଦାୟକ କଥା ଅଟେ । ଭୋଜନ ବେଳେ ଲଜ୍ଜା କରିବା ମଧ୍ୟ ଭୋଜନର ଅବମାନନା କରିବା ହୋଇଥାଏ । ତେଣୁ କେବେ ହେଲେ ଭୋଜନ କରିବା ବେଳେ ଲଜ୍ଜା କରନ୍ତୁ ନାହିଁ ।

ଗୁରୁଙ୍କ ଠାରୁ ଜ୍ଞାନ ଆହରଣ ବେଳେ ଅବା କାହାରି ଠାରୁ କିଛି ଜାଣିବା ସମୟରେ ଲଜ୍ଜା କରିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଅନୁସାରେ ନିଜ ଗୁରୁଙ୍କ ଠାରୁ ଜ୍ଞାନ ନେବା ବେଳେ ଲଜ୍ଜା କରିବା ଉଚିତ ନୁହେଁ, କାରଣ ଏପରି କରୁଥିବା ବ୍ୟକ୍ତିଙ୍କ ଜ୍ଞାନ ବା ଶିକ୍ଷା ସର୍ବଦା ଅଧା ରହିଥାଏ । ଏହିପରି ବ୍ୟକ୍ତି ଜୀବନରେ କେବେ ମଧ୍ୟ ସଫଳ ହୋଇପାରେ ନାହିଁ । ସେଥିପାଇଁ କୁହାଯାଏ କି ଅଳ୍ପ ବିଦ୍ୟା ଭୟଙ୍କରୀ ।

ଶେଷରେ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ବାକି ବା ଉଧାର ଦେଇଥିବା ପଇସା ନିହାତି ମାଗିବା ଉଚିତ । ଯେଉଁ ବ୍ୟକ୍ତି ନିଜର ପଇସା ମାଗିବା ପାଇଁ ଲଜ୍ଜା କରିଥାଏ ସେ କେବେ ବି ଧନୀ ହୋଇପାରେ ନାହିଁ । ଏପରି କରିବା ଦ୍ଵାରା ଆପଣ ସଂପୂର୍ଣ୍ଣ ଭାବେ ବରବାଦ ହୋଇପାରନ୍ତି । ସେଥିପାଇଁ କାହାକୁ ବାକି ଦେଇଥିବା ପଇସା ତାଙ୍କ ଠାରୁ ନିଶ୍ଚିତ ଭାବେ ମାଗି ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।