ଝିଅଙ୍କ ପେଟ ଛାତି ଦେହ ଦେଖିବାକୁ ଲୋକେ ପଇସା ଉଡାନ୍ତି, କେତେ ଟଙ୍କାରେ ସେ ଝିଅ ଶୋଇବ ବୋଲି ଡାଇରେକ୍ଟ ପଚାରନ୍ତି… ଦେଖନ୍ତୁ video

ବାର୍ ମାନଙ୍କରେ ଅନେକ ବାର୍ ଗାର୍ଲ କାମ କରନ୍ତି । କିଏ ସିଙ୍ଗର ତ ଆଉ କିଏ ଡାନ୍ସର ହୋଇଥାନ୍ତି । ତେବେ ବାର୍ ଭଳି ଜାଗାରେ କାମ କରୁଥିବା କାମ କରୁଥିବା ସେହି ଝିଅଙ୍କ ଜୀବନ ସେତେ ସହଜ ହୋଇ ନଥାଏ । ସେମାନଙ୍କ ଦେହ ଉପରେ ଅନେକ ଲୋକ ନଜର ରଖିଥାନ୍ତି । ତେବେ ବାର୍ ରେ ସିଙ୍ଗର ଥିବା ଜଣେ ଯୁବତୀ ଏକ ଗଣମାଧମ ସାକ୍ଷାତକାରରେ ବାର୍ ରେ କାମ କରିବା ବେଳର ଅନୁଭୂତି ବୟାନ କରିଛନ୍ତି ।

ଯୁବତୀଙ୍କ କହିବା ଅନୁଯାୟୀ, ବାର୍ କୁ ମଦ ପିଇବା ପାଇଁ ଓ ଟଙ୍କା ଦେଇ ଯୁବତୀଙ୍କ ସହ ରାତି ବିତାଇବା ପାଇଁ ଅନେକ ଲୋକ ଆସନ୍ତି । ଘର ପରିବାର ଚଳାଇବା ପାଇଁ ଅନେକ ଝିଅ ବାଧ୍ୟ ହୋଇ ବାର୍ ପ୍ରଫେସନକୁ ଆପଣେଇ ନିଅନ୍ତି । ବାହାରେ ଯେଉଁମାନେ ଭିକାରିଙ୍କୁ ଟଙ୍କାଟିଏ ଦିଅନ୍ତିନି ସେମାନେ ବାର୍ ରେ ଝିଅଙ୍କ ଦେହ ଦେଖିବା ପାଇଁ ହଜାର ହଜାର ଟଙ୍କା ଉଡେଇ ଦିଅନ୍ତି । ଟଙ୍କା ଉଡେଇବା ବାହାନାରେ ବାର୍ ସିଙ୍ଗର ଓ ଡାନ୍ସରଙ୍କୁ ଏଠିସେଠି ଛୁଇଁବାକୁ ଚେଷ୍ଟା କରନ୍ତି ।

ଏଇ ଲାଇନରେ ପ୍ରାୟ 10 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାମ କରୁଥିବାରୁ ସେ ଏତେଟା ଏସବୁର ଶିକାର ହୁଅନ୍ତିନି । କିନ୍ତୁ ଆଜିକାଲି ଏଇ ଲାଇନରେ ନୂଆ ନୂଆ ପାଦ ଦେଉଥିବା ଝିଅମାନଙ୍କର ଫାଇଦା ଉଠାଇବାକୁ ଅନେକ ଲୋକ ଚେଷ୍ଟା କରିଥାନ୍ତି । ଏପରିକି ସେ ଯେତେବେଳେ ଏଇ ଲାଇନରେ ନୂଆ ଥିଲେ ସେତେବେଳେ ତାଙ୍କ ସହ ଏମିତି ଅନେକ ହୋଇଛି । ଲୋକେ ଟଙ୍କା ବଦଳରେ ବେଡରୁମ୍ କୁ ଡାକନ୍ତି ।

କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ବାର୍ ମାଲିକକୁ ପଇସା ଦେଇ ସିଧା ଯାଇ ପଚାରନ୍ତି, ଏଇ ଝିଅ କେତେ ଟଙ୍କା ଦେବେ ଶୋଇବ ? ଏମିତିକି କିଛି ମାଲିକ ମଧ୍ୟ ଗ୍ରାହକଙ୍କୁ ଯାଇ କୁହନ୍ତି ଏତିକି ଟଙ୍କା ଦିଅ ସେ ଝିଅ ତୁମ ସହ ଯିବ । ତେବେ ବାର୍ ରେ କାମ କରୁଥିବା ଝିଅଙ୍କୁ ଦରମା ମିଳେନାହିଁ । ଗ୍ରାହକମାନେ ଯେତିକି ଟଙ୍କା ଉଡାନ୍ତି ସେଥିରୁ 50-60% ଟଙ୍କା ମାଲିକ ନିଏ ଓ ବାକି ଟଙ୍କା ଝିଅମାନେ ନିଅନ୍ତି । ପୂର୍ବେ କିନ୍ତୁ ଏଥିପାଇଁ କେବଳ 500 ଟଙ୍କା ମିଳୁଥିଲା ।

ଅନେକ ଝିଅ ନିଜ ପରିବାରକୁ ଅନେଇ ଟଙ୍କା ଲୋଭରେ ଖରାପ ବାଟରେ ଚାଲିଯାନ୍ତି । ଝିଅଙ୍କ ପେଟ, ଛାତି ଓ ଦେହ ଦେଖିବାକୁ ଲୋକେ ବାର୍ ରେ ପାଣି ଭଳି ଟଙ୍କା ଉଡେଇଥାନ୍ତି । ଏହି ଯୁବତୀଙ୍କ ଏଭଳି ବୟାନ ଶୁଣି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।