ଯେଉଁଠି ଖୋଳିଲେ ସେଇଠି ବାହାରୁଛି ସୁନା, ଏହି ଗାଁ’ର ମାଟି ଓ ପାଣିରୁ ବାହାରୁଛି ସୁନା, ଦେଖନ୍ତୁ ସୁନା କେମିତି ବାହାର କରୁଛନ୍ତି, ଦେଖନ୍ତୁ video

ଓଡିଶାରେ ଏମିତି ଏକ ଗାଁ ଅଛି ଯେଉଁଠି ମାଟି ପିଓ ପାଣିରୁ ବାହାରୁଛି ସୁନା । ଦିନେ କି ମାସେ ନୁହେଁ ବରଂ ବର୍ଷ ବର୍ଷ ଧରି ନଦୀକୂଳିଆ ଲୋକେ ନାଳ ପାଣିରୁ ସୁନା ବାହାର କରୁଛନ୍ତି । ସୁନା ସଂଗ୍ରହ ହେଉଛି ଏଠାକାର ଲୋକଙ୍କ ମୁଖ୍ୟ ବେଉସା ଓ ସେଥିରୁ ମିଳୁଥିବା ଅର୍ଥରେ ସେମାନଙ୍କ ପରିବାର ଚଳେ । ସୁନାପେଣ୍ଠ ଗାଁର ବଘିରା ନାଳ ଏବେ ଏଥିପାଇଁ ଖୁବ ଚର୍ଚ୍ଚାରେ ରହିଛି । ଅଞ୍ଚଳବାସୀଙ୍କ ଉଦ୍ୟମ ଓ ସୁନା ବାହାର କରିବା ପଦ୍ଧତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ର ସୁନାପେଣ୍ଠ ଗାଁ ଦେଇ ବୋହି ଯାଉଥିବା ବଘିରା ନାଳରୁ ସୁନା ବାହାରୁଛି । ନାଳ ବାଲିରୁ ସୁନା ବାହାର କରିବାର ଏହି ପଦ୍ଧତି ଆପଣ ଆଗରୁ କେବେ ଦେଖି ନଥିବେ । ଗାଁ’ର ମହିଳାମାନେ ଏହି ନାଳରୁ ପାରମ୍ପରିକ ରୀତିରେ ସୁନା ବାହାର କରିଥାନ୍ତି । ଏହା ସେମାନଙ୍କ ଜୀବନଜୀବିକା ପାଲଟିଥିବା ବେଳେ କାହିଁ କେଉଁ କାଳରୁ ଏହି କାମ କରି ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି ।

ମହିଳାମାନେ ପ୍ରତିଦିନ ଘରକାମ ସାରି ନାଳକୁ ଯାଆନ୍ତି । ସେମାନେ ପ୍ରଥମେ ନାଳ ବାଲିକୁ ଖୋଳି ସଂଗ୍ରହ କରନ୍ତି ଓ ସେହି ବାଲିକୁ ଏକ କାଠପାତ୍ରରେ ରଖି ନାଳ ପାଣିରେ ଚଲେଇ ଚଲେଇ ବାଲିରୁ ସୁନାର ସୂକ୍ଷ୍ମ କଣିକା ଅଲଗା କରିଥାନ୍ତି । ପ୍ରାୟ 4-5 ଘଣ୍ଟା ପରିଶ୍ରମ ପରେ ସୋରିଷ ଆକୃତିର ସୁନା ସବୁ ସେମାନେ ସଂଗ୍ରହ କରିଥାନ୍ତି । ଏହି ଗାଁରେ ବର୍ଷକ ବାରମାସ ଏଭଳି ସୁନା ମିଳିଥାଏ ।

ଗାଁରେ 400 ପରିବାର ରହୁଥିବା ବେଳେ ସବୁ ଘରର ମହିଳାମାନେ ପ୍ରତିଦିନ ଗାଁ ପାଖେ ଥିବା ବଘିରା ନାଳରୁ ଏମିତି ସୁନା ସଂଗ୍ରହ କରି ଅଙ୍ଗାରରେ ପଡିବା ପରେ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଏଥିରୁ ପ୍ରତ୍ଯେକ ମହିଳା ପ୍ରାୟ 5 ହଜାର ଲେଖାଏଁ ଟଙ୍କା ରୋଜଗାର କରିଥାନ୍ତି । କେବେ କେବେ ଏହା ଅଧିକ ମଧ୍ୟ ହୋଇଥାଏ । ଏହି ସୁନାରେ ଖାଦ ନଥିବାରୁ ଏହା ବିଶୁଦ୍ଧ ସୁନା ବୋଲି କୁହାଯାଉଛି । ଏମାନେ ନିଜେ ମଧ୍ୟ ଏଥିରୁ ଗହଣା ତିଆରି କରି ପିନ୍ଧିଥାନ୍ତି ।

ଦୀର୍ଘ ବର୍ଷ ଧରି ସୁନା ସଂଗ୍ରହ କରୁଥିବା ଏହି ପରିବାରର ଗୁଡିକର ଜୀବନମାନ କିନ୍ତୁ ସେତେ ଉନ୍ନତ ହୋଇପାରିନି । ହେଲେ ସେମାନେ ଏଥିରେ ହିଁ ଖୁସି ଥିବା କହିଛନ୍ତି । ଏମାନଙ୍କ ଏଭଳି କାର୍ଯ୍ୟ ନିହାତି ଭାବେ ଖୁବ ପ୍ରଶଂସନୀୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।