ପୋଷ୍ଟ ଅଫିସ ଆଣିଛି ଏହି ସାନଦାର ସ୍କିମ, ଏବେ ମିଳିବ ୨୧ ଲକ୍ଷ ଟଙ୍କା, କେବଳ କରିବାକୁ ହେବ ଏହି କାମ

ଆଜିର ଦୁନିଆରେ ପ୍ରତ୍ୟେକ ଲୋକ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ଚିନ୍ତାରେ ଅଛନ୍ତି । ଏହି ମହଙ୍ଗା ଦୁନିଆରେ ପଇସା ବଞ୍ଚେଇବା ବହୁତ କଷ୍ଟ କର ହୋଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସ୍କିମ ବିଷୟରେ କହିବୁ, ଯେଉଁଥିରେ ଖାତା ଖୋଲିଲେ ଆପଣ କିଛି ବର୍ଷ ପରେ ଲକ୍ଷପତି ହୋଇପାରିବେ ଏବଂ ଏହି ସ୍କିମରେ ଆପଣଙ୍କୁ ଅଧିକ ପଇସା ଇନଭେଷ୍ଟ କରିବାକୁ ମଧ୍ୟ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ।

ଏହି ସ୍କିମରେ ଆପଣଙ୍କୁ କେବଳ ୨୦୦ ଟଙ୍କା ବଞ୍ଚେଇବାକୁ ପଡିବ । ଆପଣ ସବୁ ଦିନର ଛୋଟ ଛୋଟ ଖର୍ଚ୍ଚରୁ ବଞ୍ଚେଇ ଏହାକୁ କରିପାରିବେ । ସବୁ ଦିନ କିଛି ନା କିଛି ବେକାର ଖର୍ଚ୍ଚ ହେଉଥିବ, କେବଳ ଆପଣଙ୍କୁ ସେହି ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ହେବ । ୨୦୦ ଟଙ୍କାକୁ ଆପଣ ବହୁତ ସହଜରେ ବଞ୍ଚେଇପାରିବେ । ଏହି ଛୋଟ ଛୋଟ ଖର୍ଚ୍ଚକୁ ନିୟନ୍ତ୍ରଣ କରି ସଞ୍ଚୟ କରିଲେ ଭବିଷ୍ୟତରେ ଏହି ଟଙ୍କା ଆପଣଙ୍କର କିଛି ବଡ କାର୍ଯ୍ୟରେ ଲାଗିପାରିବ । ଏହି ସମୟରେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ ସଂସ୍କାର ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ ଆକାଉଣ୍ଟ ଆପଣଙ୍କ ପାଇଁ ବହୁତ ଭଲ ବିକଳ୍ପ ପ୍ରମାଣିତ ହେବ ।

ଏଥିପାଇଁ ଆପଣଙ୍କୁ କେବଳ ନିଜ ଆକାଉଣ୍ଟରେ ୨୦୦ ଟଙ୍କାର ସଞ୍ଚୟ କରିବାକୁ ହେବ । ଯଦି ଏହାକୁ ସବୁବେଳେ କରିବେ ତେବେ ଏହି ଆଧାରରେ ଆପଣ ୨୧ ଲକ୍ଷ ଟଙ୍କାର ଫଣ୍ଡ ବନେଇପାରିବେ । ପୋଷ୍ଟ ଅଫିସର ଏହି ଖାତାକୁ ଆପଣ ଦେଶର ଯେକୌଣସି ବ୍ରାଞ୍ଚରେ ଖୋଲିପାରିବେ । ଯଦି ଆଜି ଆପଣଙ୍କ ବୟସ ୨୫ ବର୍ଷ ଓ ଯଦି ଆପଣ ପ୍ରତିଦିନ ନିଜ ଖର୍ଚରୁ ୨୦୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ଆପଣଙ୍କୁ ପାଖା ପାଖି ୨୧ ଲକ୍ଷ ଟଙ୍କାର ସହାୟତା ମିଳିଯିବ ।

ଯଦି ଆପଣ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ହେବ । କାରଣ ପୋଷ୍ଟ ଅଫିସରେ ଖାତା ୧୦୦ ଟଙ୍କାରେ ମଧ୍ୟ ଖୋଲିଯାଏ । ହେଲେ ଆପଣଙ୍କୁ ୧ ବର୍ଷ ମଧ୍ୟରେ କମ ସେ କମ ୫୦ ଟଙ୍କା ନିବେଶ କରିବାକୁ ପଡିବ । ଆପଣ ଯଦି ଚାହିଁବେ ତାହେଲେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଥିରେ ନିବେଶ କରିପାରିବେ ।

ପୋଷ୍ଟ ଅଫିସ ଦ୍ଵାରା ଆପଣ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ, ଏହାକୁ ଆପଣ ନିଜ ପିଲାଙ୍କ ନାମରେ ଖୋଲିପାରିବେ । ଏହି ସ୍କିମ ଅନୁଯାୟୀ ଆପଣ ଯଦି ସବୁଦିନ ୨୦୦ ଟଙ୍କା ସଞ୍ଚୟ କରି ନିବେଶ କରିବେ, ତେବେ ୬୦୦୦ ଟଙ୍କା ମାସକୁ ହୋଇଯିବ । ଏହା ଦ୍ଵାରା ଆପଣଙ୍କର ବର୍ଷକର ନିବେଶ ରହିବ ୭୨୦୦୦ ଟଙ୍କା ।