ବ୍ରେକ୍ଅପ୍ ପରେ ପୁରା ଭାଙ୍ଗି ପଡିଥିଲେ ଏହି ୪ ଜଣ ଅଭିନେତା, ଜଣେ ତ GF ର ନୂଆ ବୟଫ୍ରେଣ୍ଡର କରିଥିଲା ବହୁତ ଖରାପ ଅବସ୍ଥା

ବଲିଉଡରେ ବହୁତ ସମ୍ପର୍କ ଯୋଡି ହୋଇଥାଏ ଓ ବହୁତ ସମ୍ପର୍କ ଭାଙ୍ଗିଥାଏ । ହେଲେ ଏମିତି ଏକ ସମ୍ପର୍କ ଅଛି ଯାହା ଭାଙ୍ଗିବା ପରେ ମଣିଷ ବହୁତ କଷ୍ଟ ପାଇଥାଏ, ସେହି ସମ୍ପର୍କ ହେଉଛି ପ୍ରେମ ସମ୍ପର୍କ । ବଲିଉଡରେ ଏହି ସମ୍ପର୍କ ଚର୍ଚ୍ଚାର ବିଷୟ ରହିଛି । ପ୍ରେମ ହେବା ପରେ ଯେତିକି ସୁଖ ମିଳିଥାଏ, ବ୍ରେକ୍ଅପ୍ ହେବା ପରେ ତା’ ଠାରୁ ଅଧିକ ଦୁଃଖ ମିଳିଥାଏ । ମନ ଭାଙ୍ଗିଲେ ମଣିଷ ନିଜ ଆତ୍ମାରୁ ଭାଙ୍ଗିଯାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ବ୍ରେକ୍ଅପ୍ ହେବା ପରେ ଭାଙ୍ଗି ପଡିଥିଲେ ।

୧. ସୁଶାନ୍ତ ସିଂହ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ

Image courtesy: Google

ସୁଶାନ୍ତ ଓ ଅଙ୍କିତା ଗୋଟିଏ ସମୟରେ ଟିଭିର ବହୁତ ଫେମସ କଳାକାର ଥିଲେ । ଟିଭି ସୋ ରେ କାମ କରୁଥିବା ସମୟରେ ଦୁଇଜଣ ପରସ୍ପରକୁ ଭଲ ପାଇଥିଲେ ଓ ରିଲେସନରେ ଥିଲେ । ଏହି ଦୁଇ ଜଣଙ୍କର ଲଭ ଷ୍ଟୋରି ମିଡିଆରେ ବହୁତ ଚର୍ଚ୍ଚାରେ ରହୁଥିଲା । କିନ୍ତୁ ଏହି ଦୁଇ ଜଣଙ୍କର ବ୍ରେକ୍ଅପ୍ ହୋଇଗଲା, କିନ୍ତୁ ଏହି ବ୍ରେକ୍ଅପ୍ କଣ ପାଇଁ ହେଲା ଏହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ହେଲେ ସୁଶାନ୍ତ ଏଇ ଦୁନିଆରୁ ଚାଲି ଯିବା ପରେ ଅଙ୍କିତା ପୁରା ପୁରି ଭାଙ୍ଗି ପଡିଛନ୍ତି । ତାଙ୍କ ସାଙ୍ଗ ତାଙ୍କୁ କହିଥିଲେ କି କେବଳ ଅଙ୍କିତା ଯଦି ତାଙ୍କ ପାଖରେ ଥାନ୍ତେ ତେବେ ଆଜି ସୁଶାନ୍ତ ଏମିତି ପଦକ୍ଷେପ ନେଇ ନଥାନ୍ତେ ।

୨. ସଞ୍ଜୟ ଦତ୍ତ ଓ ଟିନା

Image courtesy: Google

ସଞ୍ଜୟ ଦତ୍ତଙ୍କର ପୂର୍ବରୁ ବହୁତ ସାରା ଅଫେୟାର ରହି ସାରିଛି । କିନ୍ତୁ ଟିନା ନାମକ ଝିଅକୁ ସେ ବହୁତ ପ୍ରେମ କରୁଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରେମ ବହୁତ ଫେମସ ଥିଲା । କିନ୍ତୁ ସଞ୍ଜୟଙ୍କୁ ମଦ ନିଶା ବହୁତ ଥିଲା, ଏହି କାରଣ ପାଇଁ ଟିନା ତାଙ୍କ ଠାରୁ ଦୂରେଇ ଯାଇଥିଲେ ଓ ଶେଷରେ ଏହି ଦୁଇଜଣଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା । ଏହା ଫଳରେ ସଞ୍ଜୟ ବହୁତ ଭାଙ୍ଗି ପଡିଥିଲେ ।

୩. ସଲମାନ ଖାନ ଓ ଐଶ୍ଵର୍ଯ୍ଯା ରାୟ

Image courtesy: Google

ସଲମାନ ଖାନ ଓ ଐଶ୍ଵର୍ଯ୍ଯା ରାୟଙ୍କ ମଧ୍ୟରେ ହୋଇଥିବା ବ୍ରେକ୍ଅପ୍ ବଲିଉଡ୍ ରେ ବହୁତ ବଡ ବିବାଦ ସୃଷ୍ଟି ହୋଇଥିଲା । “ହମ ଦିଲ ଦେ ଚୁକେ ସନମ” ଫିଲ୍ମରୁ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ । ସଲମାନ ଐଶ୍ଵର୍ଯ୍ଯାଙ୍କୁ ବହୁତ ଭଲ ପାଇ ବସିଥିଲେ । ସେ ଐଶ୍ଵର୍ଯ୍ଯାଙ୍କୁ ସନ୍ଦେହ କରୁଥିଲେ । ସେଥିପାଇଁ ସେ ତାଙ୍କର ଫିଲ୍ମ ସେଟକୁ ମଧ୍ୟ ଯାଉଥିଲେ ।

ଗୋଟିଏ ଥର ତ ରାଗିକି ସଲମାନ ସେଟକୁ ଭାଙ୍ଗିଦେଇଥିଲେ । ସେଥିପାଇଁ ଐଶ୍ଵର୍ଯ୍ଯାଙ୍କ ହାତରୁ ସେହି ଫିଲ୍ମଟା ଚାଲିଯାଇଥିଲା । ଏହା ପରଠୁ ଐଶ୍ଵର୍ଯ୍ଯା ସଲମାନଙ୍କ ଠାରୁ ଦୂରେଇଗଲେ । ଏହାକୁ ସଲମାନ ସହି ପାରି ନଥିଲେ । ଏହା ପରେ ସେ ପୁରା ଭାଙ୍ଗିଯାଇଥିଲେ ।

Image courtesy: Google

ସଲମାନଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଐଶ୍ଵର୍ଯ୍ଯା ବିବେକ ଓବରଏଙ୍କ ସହ ରିଲେସନରେ ରହିଲେ । ଏହି ଦୁଇଜଣ କିଛି ସମୟ ପରସ୍ପରକୁ ଡେଟ୍ କରୁଥିଲେ । ଏହା ଦ୍ଵାରା ସଲମାନ ସହି ନପାରି ବିବେକଙ୍କୁ ଐଶ୍ଵର୍ଯ୍ଯାଙ୍କୁ ଛାଡିବା ପାଇଁ ଧମକ ଦେଇଥିଲେ । ଏହା ବହୁତ ବଡ ଚର୍ଚ୍ଚାର ବିଷୟ ହୋଇଥିଲା ।