ପୋଲିସବାଲାଙ୍କ ଅସଲ କାହାଣୀ ! ଜାଣିଲେ ହୋସ୍ ଉଡିଯିବ, ଆଦର୍ଶ ଦେଖାଯିବା ପାଇଁ କରିବାକୁ ପଡେ ଏହିସବୁ କାମ !

ପ୍ରାୟତଃ ଲୋକମାନେ ପୋଲିସବାଲାଙ୍କୁ ନେଇ ଖରାପ ଖରାପ ମନ୍ତବ୍ୟ ଦେଇଥାନ୍ତି । ସମସ୍ତେ ତାଙ୍କର ଫିଟନେସକୁ ନେଇ ବି ଭିନ୍ନ ଭିନ୍ନ ପ୍ରକାରର କଥା କୁହନ୍ତି । କେତେକ ଲୋକମାନେ ତ ସେମାନଙ୍କୁ ଗାଳି ବି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ପୋଲିସବାଲାର ଜୀବନ ବିଷୟରେ କହିବୁ । ଗୋଟିଏ ପୋଲିସବାଲାଙ୍କ ଜୀବନ କେତେ କଷ୍ଟଦାୟକ ଏହା କେବଳ ଜଣେ ପୋଲିସବାଲା ହିଁ ଜାଣିଛି । କହିଦେଉଛୁ କି ଗୋଟିଏ ପୋଲିସବାଲା ଦିନକୁ ୧୨ ଘଣ୍ଟା ଡିୟୁଟି କରିଥାଏ । ଏମାନଙ୍କ ପାଇଁ ସବୁଦିନ ସମାନ ହୋଇଥାଏ । ନା ହିଁ ରବିବାର ଓ ନା ହିଁ ସରକାରୀ ଛୁଟି ।

ଯେଉଁ ଦିନ ରାଷ୍ଟ୍ରୀୟ ଛୁଟି ଥାଏ ସେହି ଦିନ ସେମାନେ ସକାଳେ ୪ ଟା ରୁ ଉଠି ନିଜ ଡ୍ରେସକୁ ଆଇରନ କରି ଜୋତାକୁ ଚମକାଇ ଜନତାଙ୍କ ସାମ୍ନାରେ ଆଦର୍ଶ ହେବାକୁ ଚେଷ୍ଟା କରନ୍ତି । ସବୁ ସରକାରୀ ଅଫିସରମାନଙ୍କୁ ବର୍ଷକୁ ପାଖାପାଖି ୧୦୦ ଦିନ ଛୁଟି ମିଳିଥାଏ ।

ପୋଲିସ ବାଲା ବି ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତାଙ୍କୁ ସ୍ୟାଲେରୀ ବି ସରକାରୀ କର୍ମଚାରୀ ହିସାବରେ ମିଳିଥାଏ । କିନ୍ତୁ ଏହି ୧୦୦ ଦିନରୁ ଗୋଟିଏ ଦିନ ବି ଛୁଟି କାହିଁକି ପୋଲିସବାଲାଙ୍କୁ ମିଳେ ନାହିଁ । ଯେତେବେଳେ ଦଙ୍ଗା ହୋଇଯାଏ କିମ୍ବା ନିର୍ବାଚନ ସମୟ ଆସେ ତେବେ ଡିୟୁଟି କେତେବେଳେ ଶେଷ ହେବ ଏହା କାହାକୁ ବି ଜଣା ନ ଥାଏ । ଏହି ପୋଲସିବାଲାଙ୍କ ବି ପରିବାର ଅଛନ୍ତି । କିନ୍ତୁ ସେମାନେ କୌଣସି ବି ପର୍ବ ପର୍ବାଣି ସମୟରେ ଘରେ ରୁହନ୍ତି ନାହିଁ ।

ସେମାନଙ୍କ ଉପରେ କଣ ବିତୁଥିବ ଏହା କେବଳ ସେମାନେ ହିଁ ଜାଣିଛନ୍ତି । କେତେକ ପୋଲିସବାଲାଙ୍କୁ ସରକାରୀ ଘର ଦିଆଯାଏ । କିନ୍ତୁ ସେହି ସରକାରୀ ଘରର ଅବସ୍ଥା ଏତେ ଖରାପ କି ଜଣେ ସାଧାରଣ ଲୋକ ରହି ପାରିବ ନାହିଁ । ପୁରା ଦିନ ଜନତାଙ୍କ ସହ ରହିବା ଓ ଅଫିସରମାନଙ୍କ ଗାଳି ଗୁଲଜ ଶୁଣିବା ପରେ ଯେତେବେଳେ ରାତିରେ ଘରକୁ ଆସିଥାଏ ତେବେ ତା ମନରେ କେବଳ ଗୋଟିଏ କଥା କି ପୁଣି ସକାଳେ ୪ ଟା ରୁ ଉଠି ଡିୟୁଟି ଯିବାର ଅଛି ।

କହିବାକୁ ଗଲେ ଏହା ୮୦ ପ୍ରତିଶତ ପୋଲିସବାଲାଙ୍କ କାହାଣୀ ଯେଉଁମାନେ କୌଣସି ବଡ ପଦରେ ନାହାନ୍ତି । ଯେଉଁମାନଙ୍କୁ ବିଶେଷ କୌଣସି ସ୍ୟାଲେରୀ ମିଳେ ନାହିଁ । କିନ୍ତୁ କିଛି ନେତା ଓ ଅନ୍ୟ କିଛି ପୋଲିସବାଲାଙ୍କ ପାଇଁ ଏହି ପୋଲିସବାଲାଙ୍କୁ ଲୋକମାନେ ଖରାପ ନଜରରେ ଦେଖନ୍ତି । ଆମର ସମସ୍ତଙ୍କୁ ଅନୁରୋଧ କି ଏମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ଏମାନଙ୍କୁ ସପୋର୍ଟ କରନ୍ତୁ । ଯାହା ଦ୍ଵାରା ଏମାନେ ଖୁସି ହୋଇ କର୍ତ୍ତବ୍ୟ ଆଡକୁ ଯିବେ ।