ସ୍ଵାମୀକୁ ରାସ୍ତାରୁ ହଟେଇବା ପାଇଁ ପ୍ରେମିକ ସହ ମିଶି ଏମିତି କାଣ୍ଡ ରଚିଥିଲା ଦୁଇ ଭେଣ୍ଡିଆ ପୁଅର ମାଆ, ଗ୍ରାମବାସୀ ଧରି ନେଇ କଣ କଲେ ଦେଖନ୍ତୁ video

ଦୁଇ ଦୁଇଟି ପୁଅଙ୍କ ମା’ ଏହି ମହିଳା । ଗୋଟେ ପୁଅ 20 ବର୍ଷର ହୋଇଥିବା ବେଳେ ଆଉ ଗୋଟିଏ ପୁଅ 15 କି 16 ବର୍ଷର ହେବ । ତଥାପି ପରକୀୟା ପ୍ରୀତି ଘାରିଛି ଏହି ମହିଳାଙ୍କୁ । ସ୍ଵାମୀ ଓ ଦୁଇ ପୁଅ ଥାଇ ବି ପର ପୁରୁଷର ପ୍ରେମ ତାଙ୍କୁ ମତୁଆଲା କରୁଛି । ଏଇ ବୟସରେ ବି ସ୍ଵାମୀଙ୍କ ବଦଳରେ ସ୍ଵପ୍ନରେ ଆସୁଛି ଭଲ ପାଉଥିବା ପୁରୁଷ । ମହିଳାଜଣକ କୁଆଡେ ଫୋନରେ ଡାକନ୍ତି, ସ୍ଵାମୀ ଘରେ ନାହାନ୍ତି ତୁମେ ଆସୁନ ଟିକେ । ହେଲେ ଏହି ଚୋରା ପୀରତି କେତେ ଦିନ ବା ଚାଲିଥାନ୍ତା !

ଶେଷରେ ଦିନେ ସ୍ଵାମୀ ସାମ୍ନାକୁ ଆସିଗଲା ସ୍ତ୍ରୀର ଅସଲ ଚେହେରା । ପ୍ରେମରେ ସ୍ଵାମୀ ବାଧା ସାଜିବାରୁ ତାଙ୍କୁ ସବୁଦିନ ପାଇଁ ହଟେଇ ଦେବାକୁ ସ୍ତ୍ରୀ କରିଥିଲା ଯୋଜନା । ପ୍ରେମିକ ସହ ସ୍ଵାମୀଙ୍କୁ ଜୀବନରୁ ମାରିଦେବା ପାଇଁ କୁଆଡେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ସ୍ତ୍ରୀ । ଆଜ୍ଞା ହଁ, ସ୍ଵାମୀକୁ ହତ୍ୟା ଯୋଜନା କରି ସୁପାରି କିଲର୍ ଙ୍କୁ ଟଙ୍କା ଦେବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଓଡଗାଁ ପୋଲିସ ।

ଗିରଫ ହୋଇଥିବା ଯୁବକ ଜଣକ ବାଙ୍କି ଅଞ୍ଚଳର ବିକ୍ରମ ବେହେରା ବୋଲି ଜଣାପଡିଛି । ଆଉ ସମ୍ପୃକ୍ତ ମହିଳାଙ୍କ ନାମ ହେଉଛି ଛବି ନାୟକ । ଓଡଗାଁ ଆଦର୍ଶ ଥାନା ବାହାଡଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମରେ । ଏହି ଗୁମି ଅଞ୍ଚଳର ଗୋପାଳ ନାୟକ ଅର୍ଥାତ ଛବି ନାୟକଙ୍କ ସ୍ଵାମୀ ପରିବାର ପ୍ରତିପୋଷଣ ପାଇଁ ଭୁବନେଶ୍ବରରେ ରହି କାମ କରନ୍ତି ।

ହେଲେ ସ୍ଵାମୀ ଗୋପାଳଙ୍କ ଅନୁପସ୍ଥିତିରେ ବାଙ୍କି ଅଞ୍ଚଳର ଜଣେ ପୁରୁଷଙ୍କ ସହ ଛବିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ଦିନର ଚୋରା ପ୍ରେମକୁ ସତ କରିବାକୁ ସ୍ଵାମୀକୁ ସବୁଦିନ ପାଇଁ ରାସ୍ତାର ହଟେଇବାକୁ ଯୋଜନା କରିଥିଲା ସ୍ତ୍ରୀ । ଛବି ପରକୀୟା ପ୍ରୀତିରେ ଅନ୍ଧ ହୋଇ ସେ ସ୍ଵାମୀକୁ ହତ୍ୟା କରିବା ପାଇଁ ସେଠାକାର ଜଣେ ଯୁବକଙ୍କୁ 5 ଲକ୍ଷ ଟଙ୍କା ଦେଇଥିଲା । ଫଳରେ ସ୍ଵାମୀ ଘରେ ଥିବାବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରି ତାଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିଲା ଯୁବକ ।

ଗୋପାଳ ଭୟ ଓ ଯନ୍ତ୍ରଣାରେ ଚିତ୍କାର କରିବାରୁ ଘଟଣାସ୍ଥଳରେ ଗ୍ରାମବାସୀ ରୁଣ୍ଡ ହୋଇ ଛବିଙ୍କ ସହ ତାଙ୍କ ପ୍ରେମିକ ବିକ୍ରମଙ୍କୁ କାବୁ କରି ନେଇଥିଲେ ଗ୍ରାମବାସୀ ଏବଂ ପୋଲିସକୁ ଖବର ମଧ୍ୟ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛବି ଓ ପ୍ରେମିକ ବିକ୍ରମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭଯଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।