PM Modi ଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିଦେଲେ Imran Khan, ଭାରତକୁ ଧୋକା ଦେଇ ଏବେ ନିଜେ ହୋଇଗଲେ ବର୍ବାଦ

ଇମ୍ରାନ ଖାନ ପାକିସ୍ତାନର ଲୋକଙ୍କୁ ଏକ ନୂଆ ପାକିସ୍ତାନର ସ୍ଵପ୍ନ ଦେଖେଇ ଶାସନ ଗାଦିରେ ବସିଥିଲେ । କିନ୍ତୁ ପାକିସ୍ତାନକୁ ବର୍ବାଦ କରିବା ପାଇଁ ଆଉ କିଛି ବି ବାକି ରଖି ନାହାନ୍ତି । ଇମ୍ରାନ ଖାନଙ୍କ ଶାସନକାଳ ସମୟରେ କେବଳ ଭାରତ ନୁହେଁ ବରଂ ଅନ୍ୟ ଦୁଇ ଭଲ ବନ୍ଧୁ ଆମେରିକା ଏବଂ ସାଉଦି ଆରବ ବି ପାକିସ୍ତାନ ହାତ ଛାଡିଦେଲେ । ଇମ୍ରାନ ଖାନ କାଶ୍ମୀର ଜିଦ୍ ଛାଡିଲେନି କି ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ନାହିଁ । ଯାହାଫଳରେ ପାକିସ୍ତାନକୁ ଏଫଏଟିଏଫ ର ଗ୍ରେ ଲିଷ୍ଟରେ ରଖାଗଲା ।

ଗାଦିରେ ବସିବା ପରେ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଭାଙ୍ଗି ମୋଦିଙ୍କୁ ଧୋକା ଦେଇଥିଲେ । ଏକଥା ଥରେ ପିଏମ ମୋଦି ନିଜେ କହିଥିଲେ କି, “ଯେତେବେଳେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେଲେ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଁ ତାଙ୍କୁ କହିଥିଲି କି ଭାରତ ଓ ପାକିସ୍ତାନ ମଧ୍ୟରେ ବହୁତ ଲଢେଇ ହୋଇ ସାରିଲାଣି । ଆମେ ଲଢେଇ ଜିତିଥିଲେ ବି ଦୁଇ ଦେଶକୁ ଏଥିରୁ କିଛି ବି ମିଳିନି ।

ଖାସ କରି ପାକିସ୍ତାନକୁ ଏଥିରୁ କିଛି ବି ମିଳିନି । ତେଣୁ ଏବେ ଆମକୁ ଦରିଦ୍ରତା ଓ ଅଶିକ୍ଷା ବିରୋଧରେ ଲଢିବାକୁ ହେବ । ଆଉ ସେତେବେଳେ ଇମ୍ରାନ ଖାନ କହିଥିଲେ। ମୋଦିଜୀ ମୁଁ ପଠାଣ ଛୁଆ, ଠିକ କଥା କୁହେ ଓ ଠିକ କାମ କରେ ତେଣୁ ମୁଁ ଯାହା କହିଲି ତାହା ନିଶ୍ଚୟ ରକ୍ଷା କରିବି ।” କିନ୍ତୁ ବର୍ତ୍ତମାନ ପୁରା ଦୁନିଆ ଜାଣିଛି କି ଇମ୍ରାନ ଖାନ ନିଜ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି ।

ଇମ୍ରାନ ଖାନ ପିଏମ ମୋଦିଙ୍କୁ ଦେଇଥିବା କଥା ରଖିଲେନି କି ନିଜ ନିଜ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ନିଭାଇ ପାରିଲେ ନାହିଁ । ଆଉ ପ୍ରତିଶ୍ରୁତି ଭାଙ୍ଗିବାର କଣ ସବୁ ପ୍ରତିଫଳ ଭୋଗୁଛନ୍ତି ଇମ୍ରାନ ଖାନ ଏବେ ସମସ୍ତେ ଦେଖୁଛନ୍ତି । ବର୍ତ୍ତମାନ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ତାଙ୍କରି ଦେଶବାସୀ ଲାଗି ପଡିଛନ୍ତି । ତାଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉଠାଇଛନ୍ତି ।

ଇମ୍ରାନ ଖାନ ଏଥିରୁ ବଞ୍ଚିବା ପାଇଁ ଚଲାଖି କରି ସଂସଦ ଭାଙ୍ଗି ଦେଇଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଗରେ ତାଙ୍କୁ ନିରାଶ ହେବାକୁ ପଡିଛି । ଏପରି ସମୟରେ ବି ଆମେରିକାକୁ ଦୋଷ ଦେଇ ପାକିସ୍ତାନର ଭବିଷ୍ୟତ ପ୍ରତି ବିପଦ ଟାଣି ଆଣିଛନ୍ତି ଇମ୍ରାନ ଖାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।