ଏଥର ବିନା ATM କାର୍ଡରେ ଟଙ୍କା ଉଠାଇ ପାରିବେ ଗ୍ରାହକ, ଦେଖନ୍ତୁ RBI ଗଭର୍ଣ୍ଣର Shaktikanta Das କଣ କହିଲେ…

ରିଜର୍ଭ ବ୍ଯାଙ୍କ ଗଭର୍ଣ୍ଣର ଏକ ବଡ ଘୋଷଣା କରି କହିଛନ୍ତି କି ଏଥର ବିନା କାର୍ଡରେ ଏଟିଏମରୁ ଟଙ୍କା ବାହାରିବ । ଯଦି ଆପଣ ଏଟିଏମ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଖବର । ଏବେ ଆପଣ ବିନା କାର୍ଡରେ କୌଣସି ବି ଏଟିଏମରୁ ଟଙ୍କା ବାହାର କରିପାରିବେ ଏବଂ କ୍ୟାନସେଲ କିମ୍ବା ୱିଥଡ୍ରୱାଲ ମଧ୍ୟ କରିପାରିବେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।

ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେ ବିନା ଡେବିଟ କାର୍ଡରେ ଏଟିଏମ ରୁ ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଏହି ସୁବିଧା ପୂର୍ବରୁ ଅଳ୍ପ କେତେକେ ବ୍ଯାଙ୍କକୁ ମିଳିଥିବା ବେଳେ ଏବେ ଏହି ସୁବିଧା ସବୁ ବ୍ଯାଙ୍କ କ୍ଷେତ୍ରରେ ଲାଗୁ ହେବ । ଏହା ୟୁପିଆଇ ସହାୟତାରେ ହୋଇପାରିବ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି କି, ଏଭଳି କରିବା ଦ୍ଵାରା ଏଟିଏମ କାର୍ଡ ମାଧ୍ୟମରେ ହେଉଥିବା ଠକେଇକୁ ରୋକା ଯାଇପାରିବ ।

ଏଟିଏମ କାର୍ଡର ଝିଞ୍ଜଟ ଦୂରେଇବା ସହ କାର୍ଡ ସ୍କିମିଂ ଓ କାର୍ଡ କ୍ଳୋନିଙ୍ଗ ଆଦି ଠକେଇକୁ ମଧ୍ୟ ରୋକି ହେବ । ଭାରତୀୟ ରିଜର୍ଭ ବ୍ଯାଙ୍କର ମନିଟାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମନିଟାରୀ ପଲିଶି ଘୋଷଣା କରିଛନ୍ତି । ଏହି କାର୍ଡ ଲେସ ଉଠାଣ ବ୍ୟବସ୍ଥାରେ ଆକାଉଣ୍ଟଧାରୀ ଯେକୌଣସି ସ୍ଥାନରେ ଯେକୌଣସି ବ୍ଯାଙ୍କ ଏଟିଏମ ରୁ ବିନା କୌଣସି କାର୍ଡ ବ୍ୟବହାର କରି ଟଙ୍କା ଉଠାଇ ପାରିବେ ।

ଏଥିପାଇଁ ଆପଣଙ୍କୁ କେବଳ ନିଜ ମୋବାଇଲ ନମ୍ବର ଟାଇପ କରିବାକୁ ପଡିବ । ଏହାସହ ୪ ଟିକିଆ କିମ୍ବା ୬ ଟିକିଆ ଭେରିଫିକେସନ କୋର୍ଡ ମଧ୍ୟ ଟାଇପ କରିବାକୁ ପଡିବ । ଏହାପରେ ମୋଟ ଆମାଉଣ୍ଟ ଲେଖି କଷ୍ଟମର ନିଜ ନିର୍ଦ୍ଧାରିତ ଅର୍ଥ ଉଠାଇ ପାରିବେ । ଏହି ପ୍ରକ୍ରିୟାରେ ଆପଣ ଦିନକୁ ୧୦୦ ଟଙ୍କାରୁ ୧୦ ହଜାର ଟଙ୍କା ଏବଂ ମାସକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ମନିଟାରୀ ପଲିଶି କମିଟି ଚଳିତ ଆର୍ଥିକ ବର୍ଷରେ ଅନେକ ପରିବର୍ତ୍ତନ ଆଣିଛି ।

କମିଟିର ଘୋଷଣା ମୁତାବକ ଚଳିତ ବର୍ଷ ରେପୋ ରେଟ ୪ ପ୍ରତିଶତ ରହିବ । ଏହା କ୍ରମାଗତ ଭାବେ ୧୧ ଥର ପାଇଁ ସ୍ଥିର କରାଯାଇଛି । ଏହାସହ କେନ୍ଦ୍ରୀୟ ବ୍ଯାଙ୍କ ମଧ୍ୟ ସୁଧ ଦରରେ କୌଣସି ପରିବର୍ତ୍ତନ କରିନାହିଁ । ଏହା ପୂର୍ବରୁ ୨୨ ମେ ୨୦୨୦ ରେ ରେପୋ ରେଟରେ ପରିବର୍ତ୍ତନ କରିଥିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।