ରାତାରାତି ମୋଟା ହେବାର ସହଜ ଘରୋଇ ଉପାୟ, ଯଦି ଚେଷ୍ଟା କଲେ ବି ଦେହରେ ଲାଗୁନାହିଁ ତେବେ ଥରେ ମାତ୍ର ଏହି ଉପାୟ କରି ଦେଖନ୍ତୁ ( Weight Gain Tips)

ମୋଟାପଣ ଭଳି ଅତ୍ୟଧିକ ପତଳା ହେବା ମଧ୍ୟ ଏକ ସମସ୍ଯା ଅଟେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଯେତେ ଖାଇଲେ ବି ସେମାନଙ୍କ ଓଜନ ବଢି ନଥାଏ , ଏହା ତାଙ୍କ ଶାରୀରିକ ସୌନ୍ଦର୍ଜ୍ୟକୁ କମ୍ କରିବା ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଘରୋଇ ଆୟୁର୍ବେଦିକ ଉପାୟରେ ଓଜନ ବଢାଇବା ପାଇଁ ଆମେ ଆଜି ଆପଣଙ୍କ ଏକ ରାମବାଣ ଉପଚାର ନେଇ ଆସିଛୁ । ଯାହାର ପ୍ରୟୋଗ କରି ଆପଣ ମୋଟା ହେବା ସହ ଶାରୀରିକ ଦୁର୍ବଳତା ମଧ୍ୟ ଦୂରେଇ ଯିବ ।

ମୋଟା ହେବା ପାଇଁ ଘରୋଇ ଉପଚାର ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ପ୍ରତିଦିନ ଦୁଇଟି ଲେଖାଏଁ କଦଳୀର ଆବଶ୍ୟକତା ପଡିବ । ଯଦି ତିନୋଟି କଦଳୀ ଖାଇ ପାରୁଛନ୍ତି ତେବେ ତୋନୋଟି କଦଳୀ ମଧ୍ୟ ଏଥିପାଇଁ ନେଇପାରିବେ । ଓଜନ ବଢାଇବା ପାଇଁ କଦଳୀ ଚମତ୍କାରୀ ଭାବେ ସାହାଯ୍ୟ କରିଥାଏ । ତେଣୁ ଏହି ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ କେବଳ ଦୁଇଟି କଦଳୀ ଏବଂ ଏକ ଗ୍ଳାସ ବା ୨୦୦ ରୁ ୨୫୦ମିଲି କ୍ଷୀର ।

ଦୁଇଟି ପାଚିଲା କଦଳୀ ନେଇ ଏହାକୁ ଏକ ଗ୍ରାଇଣ୍ଡିଙ୍ଗ ଜାର୍ ରେ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ ଓ ଏହାପରେ ସେଥିରେ ଏକ ଗ୍ଳାସ କ୍ଷୀର ଢାଳି ଦିଅନ୍ତୁ । ଏବେ କ୍ଷୀର ଏବଂ କଦଳୀକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମୋଟା ହେବା ପାଇଁ ଆପଣଙ୍କ ଘରୋଇ ଉପଚାର ।

ଏହି କ୍ଷୀର କଦଳୀର ସ୍ମୁଦିକୁ ଆପଣଙ୍କୁ ସକାଳେ ଖାଲି ପେଟରେ ସେବନ କରିବାକୁ ହେବ । ତା’ ହେଲେ ଯାଇ ଆପଣଙ୍କୁ ଏହାର ଫାଇଦା ମିଳିବ । ଯଦି ଆପଣ ସକାଳେ କ୍ଷୀର ଖାଇବାକୁ ପସନ୍ଦ କରୁ ନାହାନ୍ତି ତେବେ ଆପଣ ଏହାକୁ ଦିନର ଯେକୌଣସି ସମୟରେ ଖାଇପାରିବେ । କିନ୍ତୁ ସନ୍ଧ୍ୟା ପରେ କଦଳୀ ଖାଇଲେ ଥଣ୍ଡା ଧରିବାର ସମ୍ଭାବନା ରହିଥାଏ, ତେଣୁ ଏଥିରେ ଅଳ୍ପ ଟିକେ ଲୁଣ ଦେଇ ଆପଣ ଖାଇପାରିବେ ।

ଯଦି ଏହିପରି କ୍ଷୀର ଏବଂ କଦଳୀକୁ ଗ୍ରାଇଣ୍ଡିଙ୍ଗ କରି ଖାଇବାକୁ ପସନ୍ଦ ହେଉ ନାହିଁ ତେବେ ଆପଣ ପ୍ରଥମେ ଦୁଇଟି କଦଳୀ ଖାଇ ଏହାପରେ ଏକ ଗ୍ଳାସ କ୍ଷୀର ପିଇ ପାରିବେ । ଯଦି ଆପଣଙ୍କୁ କ୍ଷୀର ପିଇବା ପସନ୍ଦ ନୁହେଁ ତେବେ ଆପଣ କ୍ଷୀର ବଦଳରେ ଗାଈ ଘିଅ ନେଇ ପାରିବେ ।

ଏଥିପାଇଁ ଆପଣ ଏକ ଗିନାରେ ଦୁଇଟି କଦଳୀ ଚୋପା ଛଡାଇ ରଖି ଦିଅନ୍ତୁ ଓ ଏହାକୁ ଏକ କଣ୍ଟା ଚାମୁଚ ସାହାଯ୍ୟରେ ସଂପୂର୍ଣ୍ଣ ଭାବେ ଚକଟି ଦିଅନ୍ତୁ । ଏହାପରେ ଏହି ମିଶ୍ରଣରେ ଏକ ଚାମୁଚ ଗାଈ ଘିଅ ମିଶାନ୍ତୁ । ଯଦି ଘିଅ ତରଲି ଯାଇଛି ତେବେ ଦୁଇରୁ ତିନି ଚାମୁଚ ଘିଅ ଏଥିରେ ମିଶାନ୍ତୁ ।

ଏହାପରେ କଦଳୀ ଓ ଘିଅର ମିଶ୍ରଣକୁ ସକାଳେ ସେବନ କରନ୍ତୁ । ଏହିପରି କେବଳ ଏକ ମାସ ଯାଏଁ ଖାଇ ଦେଖନ୍ତୁ, ଦେଖିବେ ଆପଣଙ୍କ ଦେହ ନିଶ୍ଚୟ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।