Bollywood ର ଏହି ସୁପର ଷ୍ଟାରଙ୍କ ଭଉଣୀ ଥିଲେ Ranveer Singh ଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ, ନାଁ ଶୁଣିଲେ ଚମକି ପଡିବେ ଆପଣ

ବର୍ତ୍ତମାନ ରଣବୀର ସିଂ ଙ୍କୁ ବଲିଉଡର ଜଣେ ଦମଦାର ଅଭିନେତା ଭାବେ ବିବେଚନା କରାଯାଉଛି । ନିଜ ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ବ ମାଧ୍ୟମରେ ସେ କୋଟି କୋଟି ପ୍ରଶଂସକ ହାସଲ କରି ପାରିଛନ୍ତି । ଖାସ କରି ରଣବୀରଙ୍କ ବହୁତ ଫିମେଲ ଫ୍ୟାନ ରହିଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବାକୁ ଝିଅମାନେ ପାଗଳ ହୋଇଯାନ୍ତି । ରଣବୀର ଦୀପିକାଙ୍କୁ ବିବାହ କରିଥିବା କଥା ତ ଆପଣ ଜାଣିଛନ୍ତି । କିନ୍ତୁ ରଣବୀରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଜଣେ ସୁପରଷ୍ଟାରଙ୍କ ଭଉଣୀ ବୋଲି ଆପଣ କଣ ଜାଣିଛନ୍ତି ? ତେବେ ଚାଲନ୍ତୁ ଜାଣିବା ସେ କିଏ ।

ରଣବୀର ଦୀପିକା ପାଦୁକୋନଙ୍କ ସହ ୭ ବର୍ଷ ରିଲେସନଶିପ ରେ ରହିଥିଲେ । ଆଉ ୧୪ ନଭେମ୍ବର ୨୦୧୮ ରେ ତାଙ୍କୁ ବିବାହ ମଧ୍ୟ କରିଥିଲେ । ସେମାନେ ଦୁହେଁ ଏବେ ତାଙ୍କ ଜୀବନରେ ବହୁତ ଖୁସି ଅଛନ୍ତି । ଦୀପିକାଙ୍କ ପୂର୍ବରୁ ରଣବୀର ଅନୁଷ୍କା ଶର୍ମାଙ୍କୁ ଡେଟ କରୁଥିଲେ । ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ରେ ସେମାନେ ଏକାଠି କାମ କରିଥିଲେ । ଖବର ମୁତାବିକ ଏହି ଫିଲ୍ମ ସମୟରୁ ସେମାନଙ୍କ ଆଫେୟାର କଥା ସାମନାକୁ ଆସିଥିଲା । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଚାଲି ପାରି ନଥିଲା ।

ରଣବୀର ଓ ଅନୁଷ୍କା ଏକାଠି ‘ଦିଲ ଧଡକନେ ଦୋ’ ଓ ‘ଲେଡିସ ଭରସେସ ରିକି ବେହେଲ’ ରେ କାମ କରିଛନ୍ତି । ତେବେ ଦୀପିକା ଓ ଅନୁଷ୍କାଙ୍କ ସହ ରଣବୀରଙ୍କ ସମ୍ପର୍କ ବିଷୟରେ ତ ଅଧିକତର ଲୋକ ଜାଣିଛନ୍ତି । କିନ୍ତୁ ଆପଣ କଣ ରଣବୀରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ କିଏ ଥିଲେ ଜାଣିଛନ୍ତି କି ? ରଣବୀରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ବଲିଉଡ ସୁପରଷ୍ଟାର ସନି ଦେଓଲଙ୍କ ଭଉଣୀ ଓ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ସାନ ଝିଅ ଆହାନା ଦେଓଲ ଥିଲେ । କୁହାଯାଏ କି ରଣବୀର ସିଂ କଲେଜରେ ଥିବା ବେଳେ ଆହାନା ଦେଓଲଙ୍କୁ ଡେଟ କରୁଥିଲେ ।

କିନ୍ତୁ ତାଙ୍କ ସମ୍ପର୍କ ଅଧିକ ଦିନ ଚାଲି ନଥିଲା ଓ ଦୁଇଜଣଙ୍କ ବ୍ରେକଅଫ ହୋଇ ଯାଇଥିଲା । ଆଉ ବ୍ରେକଅଫର କାରଣ ଥିଲା ଆହାନା ଦେଓଲ, ଆଦିତ୍ୟ ରୟ କପୁରଙ୍କୁ ଡେଟ କରିବା । ଆଶିକି-୨ ହିରୋ ଆଦିତ୍ୟ ରୟ କପୁର ମଧ୍ୟ ଆହାନା ଦେଓଲଙ୍କୁ ଡେଟ କରି ସାରିଛନ୍ତି । କିନ୍ତୁ ଏସବୁ ତ କଲେଜ ସମୟର କଥା ଥିଲା । ଏବେ ସମସ୍ତେ ନିଜ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି ।

ଆହାନା ୨୦୧୪ରେ ବିଜନେସମ୍ୟାନ ବୈଭବ ବୋହରାଙ୍କୁ ବିବାହ କରି ନେଲେ । ଆଉ ରଣବୀର ସିଂ ମଧ୍ୟ ଦୀପିକା ପାଦୁକୋନଙ୍କ ସହ ଜୀବନରେ ଆଗକୁ ବଢିଗଲେ ଓ ତାଙ୍କୁ ବିବାହ ମଧ୍ୟ କରିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ