ମଣିଷ ଖାଉଥିବା ଘାଟି, ୭ ବର୍ଷରେ ନେଲାଣି ୫୨ ଜୀବନ, ପୁରା Video ଦେଖିଲେ ଆପଣ ବି ଡରିଯିବେ

୪୯ ନଂ. ଜାତୀୟ ରାଜପଥ ହେଉଛି ମୟୂରଭଞ୍ଜ ଜିଲ୍ଲାର ଲାଇଫ ଲାଇନ । ମୁମ୍ବାଇ ଓ କଲିକତାକୁ ଯୋଡୁଥିବା ଏହି ଜାତୀୟ ରାଜପଥର ଆଠ କିଲୋମିଟର ଶିମିଳାପାଳ ଅଭୟାରଣ୍ୟର କିଛି ଅଂଶ ମଧ୍ୟରେ ଯାଉଛି । ଏହାର ଉପରକୁ ପଡେ ବାଙ୍ଗିରିପୋଷି ଘାଟି । ଏହି ଘାଟିର ମଝିରେ ମଝିରେ ଗଲେ ଆପଣଙ୍କ ଦେଖିବାକୁ ପାଇବେ ଅନେକ ଭୟଙ୍କର ଦୁ-ର୍ଘ-ଟ-ଣା-ର ଦୃଶ୍ୟମାନ । ଘାଟିରେ କେଉଁଠି ଶହେ ଫୁଟ ତଳକୁ ଖସି ପ-ଡି-ଛି ମାଲ ବୋଝେଇ ଟ୍ରକ ତ ପୁଣି କେଉଁଠି ଭରସ୍ଯାମ ହରେଇ ରାସ୍ତା କଡକୁ ଲେଉଟି ପଡିଛି ଟ୍ରକ ।

 

ଏହି ଘାଟିରେ ଗଲାବେଳେ କେଉଁଠି ଦେଖିବେ ରାସ୍ତା କଡରେ ପଡି ରହିଛି ଭଙ୍ଗା ଟ୍ରକ ତ କେଉଁଠି ଭଙ୍ଗା ଜିପ କିମ୍ବା ବୋଲେରୋ । ଏମିତିକା ଛୋଟ ବଡ ଦୁ-ର୍ଘ-ଟ-ଣା ଏବେ ବାଙ୍ଗିରିପୋଷି ଘାଟିରେ ନିତି ଦିନିଆ ହୋଇଗଲାଣି । ସେଥିପାଇଁ ରାସ୍ତାର ପ୍ରତିକୋଣରେ ଲଗାଯାଇଛି ସାଇନ ବୋର୍ଡ । ଯେଉଁଥିରେ ଲେଖା ଯାଇଛି ‘ସାବଧାନ ! ଏହା ଦୁ-ର୍ଘ-ଟ-ଣା ପ୍ରବଣ ଅଞ୍ଚଳ’ । ଘାଟିରେ ଏବଂ ଏହାର ତଳମୁଣ୍ଡରେ ରାସ୍ତା ପ୍ରଶସ୍ଥି କାରଣ ହୋଇ ସାରିଛି ।

କେବଳ ଅଙ୍କାବଙ୍କା ପାହାଡି ରାସ୍ତା ପ୍ରଶସ୍ଥି କାରଣ ପାଇଁ ଅନେକ ଆନ୍ଦୋଳନ ହୋଇଛି । ଗାଡି ଚାଳକ ମାନେ କହୁଛନ୍ତି କି ଏହି ରାସ୍ତା ବହୁତ ଖରାପ ରହିଛି । ଖାସ କରି ବର୍ଷା ଦିନେ ଏହି ଘାଟିରେ ଗାଡି ଚଳାଇବା ଖୁବ ବିପଦପୂର୍ଣ୍ଣ ଅଟେ । ଏକା ସହ ଦୁଇ ତିନୋଟି ଗାଡି ଆଗପଛ ହୋଇ ଆସିଗଲେ ମୋଡରେ ଗାଡି ବୁଲେଇବା ଏହି ଘାଟିରେ କଷ୍ଟକର ହୋଇପଡେ । ଶିମିଳିପାଳ ଜୈବମଣ୍ଡଳ ଏହି ରାସ୍ତାକୁ ଠିକ କରିବେ ବୋଲି କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହାସହ ସେହି ରାସ୍ତାରେ ଗାଡି ପାର୍କିଂ କରିବାକୁ ମଧ୍ୟ ସାମାନ୍ଯ ସୁବିଧା କରାଯାଇ ନାହିଁ । ଏହାସହ ସେହି ରାସ୍ତା ଏତେ ବିପଦପୂର୍ଣ୍ଣ ଗୋଇଥିଲେ ମଧ୍ୟ NHI ତରଫରୁ ସେଠାରେ କୌଣସି ଆମ୍ବୁଲାନ୍ସ, କ୍ରେନ କିମ୍ବା ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇ ନାହିଁ । ଘାଟି ରାସ୍ତା ବହୁତ ଅଣ ଓସାରିଆ ହୋଇଥିବାରୁ ଅନେକ ଦୁ-ର୍ଘ-ଟ-ଣା ଘଟୁଛି । ମିଳିଥିବା ତଥ୍ୟ କହୁଛି ଗତ ୭ ବର୍ଷ ମଧ୍ୟରେ ଏହି ଘାଟି ରାସ୍ତାରେ ହଜାରେରୁ ଅଧିକ ଦୁ-ର୍ଘ-ଟ-ଣା ହୋଇଛି । ଯେଉଁତିରେ ପ୍ରାୟ ୫୨ ଜଣ ଲୋକ ମୃ-ତ୍ୟୁ-ବ-ର-ଣ କଲେଣି । ୧୨୮ ଟି ଗାଡି ଏହି ଦୁ-ର୍ଘ-ଟ-ଣା-ରେ ନଷ୍ଟ ହୋଇଛି ଓ ଆହୁରି କେତେ ଛୋଟ ମାମଲା ଥା-ନା-କୁ ଆସିନାହିଁ ।

ଧୀରେ ଧୀରେ ବିପଦଜନକ ହୋଇ ପଡୁଥିବା ଏହି ଘାଟିକୁ ଲୋକେ ‘ମଣିଷ ଖାଉଥିବା ରାସ୍ତା’ ବୋଲି କହିଲେଣି । ଏମିତିରେ କେବଳ ମା ଭୁଆସୁଣୀ ତାଙ୍କ ଭରସା ହେବେ ବୋଲି ଜାତର ଙ୍କର ବିଶ୍ଵାସ । ତେବେ ଦେଖିବାକୁ ବାକି ରହିଲା କେବେ ଦୁ-ର୍ଘ-ଟ-ଣା ଶୂନ୍ୟ ହେବ ଏହି ବାଙ୍ଗିରିପୋଷି ଘାଟି । ଆପଣ କେବେ ଘାଟି ରାସ୍ତାରେ ଯାତ୍ରା କରିଛନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।