ୟୁକ୍ରେନକୁ ଅତ୍ୟାଧୁନିକ ସ୍ଵିଚବ୍ଲେଡ ଡ୍ରୋନ ପଠାଇଲା ଆମେରିକା, ଏହି ଡ୍ରୋନର ବିଶେଷତ୍ଵ ଜାଣିଲେ ଯେତେ ଶକ୍ତିଶାଳୀ ଦେଶ ହେଲେ ବି ଚିନ୍ତାରେ ପଡିଯିବ

ମହାଯୁଦ୍ଧ ବେଳେ ୟୁକ୍ରେନକୁ ଖୁଲମଖୁଲା ସାହାଯ୍ୟ କଲା ଆମେରିକା । ଋଷର ମୁକାବିଲା କରିବା ଲାଗି ୟୁକ୍ରେନକୁ ସୁଇସାଇଡ ଡ୍ରୋନ ବା କାମିକାଜେ ଡ୍ରୋନ ପଠାଇଛି ଆମେରିକା । ଏହି ଡ୍ରୋନ ବିଷୟରେ କୁହାଯାଏ କି, ଏହା ଏତେ ମାରାତ୍ମକ ଯେ ଏହା ସାମ୍ନାରେ ଯିଏ ବି ଆସିବ ତା’ର ମୃତ୍ୟୁ ସୁନିଶ୍ଚିତ । ଆମେରିକା ୟୁକ୍ରେନକୁ ଏହି ଡ୍ରୋନ ପଠାଇବା ପରେ ଏବେ ଚିନ୍ତାରେ ପଡିଯାଇଛି ଋଷ । ଯୁଦ୍ଧର ପ୍ରାୟ ୪୦ ଦିନ ପରେ ଆମେରିକା ଏମିତି ଏକ ପଦକ୍ଷେପ ନେଇଥିବାରୁ ବର୍ତ୍ତମାନ ପୁରା ବିଶ୍ଵର ଏହି ଯୁଦ୍ଧ ଉପରେ ନଜର ରହିଛି ।

ଆମେରିକାର ଜଣେ ବୈଦେଶିକ ଅଧିକାରୀ କହିଛନ୍ତି, ୟୁକ୍ରେନକୁ ୧୦୦ଟି ସ୍ଵିଚବ୍ଲେଡ ଡ୍ରୋନ ପଠାଯାଇଛି । ଏହା କେଉଁ ଧରଣର ସ୍ଵିଚବ୍ଲେଡ ଡ୍ରୋନ ବୋଲି ନ ଦର୍ଶାଇ ପେଣ୍ଟାଗୋନ ମୁଖପାତ୍ର ଜନ୍ କିରଭି କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା କମାଣ ଓ ଯୁଦ୍ଧଯାନ ସବୁକୁ ଧ୍ଵଂସ କରିବା ଲାଗି ଡ୍ରୋନ ପଠାଇପାରେ । ବାରମ୍ବାର ବିଶ୍ଵର ଚେତାବନୀ ପରେ ମଧ୍ୟ ଋଷ କାହାରି କଥାକୁ ଖାତିର ନକରି ଯୁଦ୍ଧ ଜାରି ରଖିଛି । ଆଉ ଋଷକୁ ଉଚିତ ଶିକ୍ଷା ଦେବା ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

କାମିକାଜେ ଡ୍ରୋନ ଏମିତି ଏକ ଡ୍ରୋନ ଯାହା ଥରେ ମାତ୍ର ବ୍ୟବହାର ଯୋଗ୍ୟ ଅଟେ । ଆକାଶମାର୍ଗରେ ନିର୍ଦ୍ଧାରିତ ସ୍ଥାନକୁ ଲକ୍ଷ୍ୟ ଭେଦ କରିବା ସହ ଶତ୍ରୁର ମୁଣ୍ଡ ଗଡାଇବାରେ ଏହା ଏକଦମ ମାହିର । ୪୦ କିମି ଦୂରତ୍ବରେ ଥିବା ଲକ୍ଷ୍ୟ ଭେଦ କରୁଥିବା ଏହି ଡ୍ରୋନର ଟ୍ୟାଙ୍କ ଯୁଦ୍ଧଯାନ ଭଳି ଗାଡି ଉପରେ ଆକ୍ରମଣ କରିପାରିବ । ରୁଷକୁ ଉଚିତ ଶିକ୍ଷା ଦେବା ପାଇଁ ଆମେରିକା ୟୁକ୍ରେନକୁ ଏମିତି ପ୍ରାଣଘାତୀ ଡ୍ରୋନ ଦେଇଥିବା କୁହାଯାଉଛି ।

ସିଏନଏନ ର ରିପୋର୍ଟ ଅନୁସାରେ ୨.୭ କିଲୋ ଓଜନ ବିଶିଷ୍ଟ ଏହି ଡ୍ରୋନ ଟିକୁ ପିଠିରେ ପକା ଯାଉଥିବା ବ୍ୟାଗରେ ଭରି ନେଇ ହେବ । ଏହି ଡ୍ରୋନରେ କ୍ୟାମେରା, ଗାଇଡାନ୍ସ ସିଷ୍ଟମ ଏବଂ ବିସ୍ଫୋରକ ରହିଛି । ଏହାକୁ ଏକ ରୋବୋଟିକ ସ୍ମାର୍ଟ ବମ୍ ବୋଲି ମଧ୍ୟ କହିହେବ ।

ସେ ଯାହାବି ହେଉ ମହାଯୁଦ୍ଧରେ ଯଦି କେହି ମୁଣ୍ଡ ପୁରାଇବ ତେବେ ତାଙ୍କର ମଧ୍ୟ ମୁଣ୍ଡ ଗଡିବ ବୋଲି ଋଷ ଯେମିତି ଧମକାଉ ଥିଲା ତାହାକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆମେରିକା ୟୁକ୍ରେନକୁ ଡ୍ରୋନ ପଠାଇଛି । ଏବେ ଯୁଦ୍ଧ ଥମୁଛି ନା ବଢୁଛି ଏହା ଉପରେ ପୁରା ବିଶ୍ଵର ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।