PM Modi ଅଧିକ ପ୍ରଭାବଶାଳୀ ନା ଆମେରିକା ରାଷ୍ଟ୍ରପତି Joe Biden ? ଏହି ଭିଡିଓ ଏବେ ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଉଛି…

ଆମେରିକାରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ବାସ କରିପାରିବେ ନାହିଁ । ଏହି ଭିଡିଓରେ ଦୁନିଆରେ ସବୁଠୁ ଶକ୍ତିଶାଳୀ ଦେଶର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ହାଲତ ଦେଖିବା ଭଳି ହୋଇଛି । ଏହି ଭିଡିଓ ଆପଣଙ୍କୁ ଭାବିବା ପାଇଁ ମଜବୁର କରିଦେବ କି, ଆମେରିକାରେ ହଉଛି କଣ ? ଆମେ ଆପଣଙ୍କୁ ଭାରତର ମଧ୍ୟ ଏକ ଦୃଶ୍ୟ ଦେଖାଇବୁ ଯାହା ପ୍ରମାଣିତ କରୁଛି କି, ଏବେ ଆଉ ଭାରତର ମୁକାବିଲା କରିବା ଏତେ ସହଜ ନୁହେଁ ।

ପ୍ରଥମେ ଆପଣ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏହି ଭିଡିଓ ଦେଖନ୍ତୁ । ଏଥିରେ ଦେଖିବାକୁ ମିଳୁଛି କି, ଆମେରିକାରେ ଗୋଟିଏ ସମାରୋହ ଚାଲିଥିବା ବେଳେ ଜୋ ବାଇଡେନ ପାର୍ଟିର ଅନ୍ୟ ନେତାଙ୍କ ସହ ହାତ ମିଳାଇବା ପାଇଁ ଆଗକୁ ବଢୁଛନ୍ତି । କିନ୍ତୁ ସେ ସମସ୍ତେ ବାଇଡେନଙ୍କୁ ଅଣଦେଖା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିବା ପାଇଁ ଚାଲି ଯାଉଛନ୍ତି । ଜୋ ବାଇଡେନଙ୍କ ସାଥିରେ କେହି ନଥିବାରୁ ସେ ଏକଦମ ଅସହଜ ଅନୁଭବ କରୁଛନ୍ତି ।

ଏବେ ଆପଣ ଭାରତର ଏହି ଭିଡିଓ ଦେଖିବା ଉଚିତ । ଏହି ଭିଡିଓରେ ଆପଣଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାକତ ଦେଖିବାକୁ ମିଳିବ । ଦୁନିଆରେ ବୋଧ ହୁଏ ଆଉ ଏମିତି କେଉଁ ଦେଶ ନାହିଁ ଯିଏ ଭାରତକୁ ନଜରଅନ୍ଦାଜ କରିବ । ଋଷ ଏବଂ ୟୁକ୍ରେନ ପରେ ଯୁଦ୍ଧ ପରେ କେହି ବି ଆମେରିକା କଥା ଶୁଣିବାକୁ ରାଜି ହେଉ ନାହାନ୍ତି । ଏପଟେ ଭାରତକୁ କେହି ବି ନଜରଅନ୍ଦାଜ କରିବାକୁ ଚାହୁଁ ନାହାନ୍ତି ।

ଋଷ ଉପରେ ପ୍ରତିବନ୍ଧକ ଲାଗିଥିବା ସତ୍ତ୍ୱେ ଏବେ ପାଶ୍ଚାତ୍ୟ ଦେଶମାନେ ଆମେରିକାର କଥା ହିଁ ଶୁଣୁ ନାହାନ୍ତି । ଜର୍ମାନୀ ଓ ହଙ୍ଗେରୀ ପରି ଦେଶ ସ୍ପଷ୍ଟ ଭାବେ କହି ସାରିଛନ୍ତି କି ସେମାନେ ଋଷ ଠାରୁ ଗ୍ଯାସ ଏବଂ ତେଲ କିଣିବେ । ଏପରିକି ଅର୍ଥ ନେଣଦେଣ ମଧ୍ୟ ଡଲାର ପରିବର୍ତ୍ତେ ରୁଷି କରେନ୍ସି ରୁବେଲରେ ହିଁ କରିବେ । ଏହାସହ ଏହି ସବୁ ପଶ୍ଚିମ ଦେଶମାନେ ଏବେ ଭାରତର ବୈଦେଶିକ ନୀତିକୁ ମଧ୍ୟ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି ।

ଋଷ ପ୍ରତି ଭାରତର ଆଭିମୁଖ୍ଯକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଋଷ ଏବଂ ୟୁକ୍ରେନ ଯୁଦ୍ଧ ପରେ ପ୍ରାୟ ୧୮ଟି ଦେଶର ବରିଷ୍ଠ ଅଧିକାରୀମାନେ ଭାରତ ଗସ୍ତରେ ଆସି ସାରିଛନ୍ତି । ଭାରତ ବର୍ତ୍ତମାନ ପୁରା ଦୁନିଆରେ ଏକ ବଡ ଭୂମିକା ନିଭାଉଛି । ଯାହା ଏବେ ଆମେରିକାକୁ ବୁଝିଯିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।