ଆମ୍ବୁଲାନ୍ସ ପଛରେ ପାଗଳ ପରି ଦୌଡୁଛି ଘୋଡା ! ଏହାର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ପଶୁ ହେଲେବି ସେମାନଙ୍କ ମନରେ ରହିଛି ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା । ମଣିଷଙ୍କ ଭଳି ସେମାନଙ୍କ ମନରେ ବି ଅନେକ ଭାବନା ରହିଥାଏ । ଯେମିତି ଆମ ଘରେ କାହାର ଦେହ ଖରାପ ହେଲେ ଆମେ ଚିନ୍ତିତି ହୋଇପଡୁ ଓ ଇତଃସ୍ତତ ହୋଇ ଦୌଡିବାକୁ ଲାଗୁ, ପଶୁଙ୍କ କ୍ଷେତ୍ରରେ ମଧ୍ୟ ଥିକ ସେମିତି ହୋଇଥାଏ । ତାଙ୍କ ସାଥିଙ୍କ ଦେହ ଖରାପ ହେଲେ ତାଙ୍କ ପାଖ ଛାଡି ଯିବାକୁ ଟିକେ ବି ଇଚ୍ଛା କରନ୍ତି ନାହିଁ ପଶୁମାନେ । ଆଉ ଏହାର ଜଳ୍ବନ୍ତ ଉଦାହରଣ ହେଉଛି ଏହି ଭିଡିଓ ।

ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି । ଦେଖି ପାରୁଥିବେ କେମିତି ଏକ ଆମ୍ବୁଲାନ୍ସ ପଛରେ ସାଏଁ ସାଏଁ ଧାଉଁଛି ଘୋଡାଟିଏ । ହୁଏତ ଏହି ଭିଡିଓ ଦେଖି ଆପଣ କିଛି ବୁଝି ପାରୁ ନଥିବେ ଓ ମନରେ ପ୍ରଶ୍ନ ଆସୁଥିବ କି ଘୋଡାଟି କାହିଁକି ଏତେ ଜୋରରେ ଦୌଡୁଛି ? କିନ୍ତୁ ଘୋଡାଟି ଦୌଡିବାର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ । ଏହି ଆମ୍ବୁଲାନ୍ସରେ ତା’ର ଅସୁସ୍ଥ ଭଉଣୀକୁ ପ୍ରାଣୀ ଚିକିତ୍ସାଳୟ ନିଆଯାଉଛି ।

ତେଣୁ ତା’ର ମନ ମାନୁନି । କିଏ କେଉଁ ଆଡେ ତା’ର ଭଉଣୀକୁ ନେଇଯିବ ସେହି ସନ୍ଦେହରେ ଏମିତି ପାଗଳଙ୍କ ପରି ଘୋଡା ଦୌଡୁଛି । ଘୋଡା ଦୌଡୁଥିବାର ଏହି ଭିଡିଓକୁ ନିଜ ଟ୍ବିଟର ପେଜ୍ ରେ ଶେୟାର କରିଛନ୍ତି ବନସେବା ଅଧିକାରୀ ସୁଶାନ୍ତ ନନ୍ଦ । ସେ ଏହାର କ୍ୟାପସନରେ ଲେଖିଛନ୍ତି, “ଉଦୟପୁରର ପ୍ରାଣୀ ଚିକିତ୍ସାଳୟକୁ ନିଆଯିବା ବେଳେ ଏହି ଘୋଡା ଆମ୍ବୁଲାନ୍ସରେ ଥିବା ତା’ର ଅସୁସ୍ଥ ଭଉଣୀ ପଛେ ପଛେ ଧାଇଁ ଧାଇଁ ଚାଲିଥିଲା ।”

ଆଉ ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୧୭୯.୨୦୦୦ ଲୋକେ ଏହାକୁ ଦେଖି ସାରିଲେଣି । ଏହାକୁ ଦେଖି ୟୁଜର୍ସ ମାନେ କମେଣ୍ଟ କରୁଛନ୍ତି କି, ମଣିଷ ଅପେକ୍ଷା ପଶୁଙ୍କ ମଧ୍ୟରେ ଅଧିକ ଭଲପାଇବା ଅଛି । ମିଳିଥିବା ସୂଚନା ଅନୁସାରେ ଏହି ଘୋଡାଟି ପ୍ରାୟ ୫ କିମି ଦୌଡି ମେଡିକାଲରେ ପହଞ୍ଚିଥିଲା । ଆଉ ଭଉଣୀର ଚିକିତ୍ସା ସମାପ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ଜଗି ରହିଥିଲା ।

ସେ ଯାହା ବି ହେଉ ପଶୁ ହେଲେ ବି ନିଜ ମନରେ ଥିବା ଭଲ ପାଇବାକୁ ସେ ପୁରା ଦୁନିଆକୁ ଦେଖାଇ ପାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।