ସେଫ କରିନାଙ୍କ ବୋହୂ ହୋଇ ପାରନ୍ତି ଏହୁ ସୁନ୍ଦରି ଝିଅ, ଦେଖନ୍ତୁ କାହାକୁ ଡେଟ କରୁଛନ୍ତି ଇବ୍ରାହିମ

ଆପଣ ମାନେ ଶୁଣିଥିବେ କି ବଡ ବଡ ସହରରେ ଛୋଟ ଛୋଟ କଥା ହୋଇଥାଏ । ସେହି ଭଳି ଯଦି ଆମେ ବଲିଉଡ ବିଷୟରେ କଥା ହେବା ତାହେଲେ ବଲିଉଡରେ ସବୁବେଳେ ସମ୍ପର୍କ କୁ ନେଇ ଏହିପରି କଥା ଅଧିକ ହୋଇଥାଏ । ବଲିଉଡ ଜଗତରେ ଷ୍ଟାର ମାନଙ୍କ ସମ୍ପର୍କ କୁ ନେଇ ଲୋକମାନେ ବହୁତ କଥା କହିଥାନ୍ତି ଯାହା କି ସବୁବେଳେ ଚର୍ଚାରେ ରହିଥାଏ । ବର୍ତ୍ତମାନ ବଲିଉଡର ଅଭିନେତା ଶେଫ ଅଲି ଖାନ ବହୁତ ଚର୍ଚାରେ ଅଛନ୍ତି ।

ବଲିଉଡର ନବାବ କୁହାଯାଉ ଥିବା ଶେଫ ଅଲି ଖାନ ଅଭିନୟ ଛଡା ନିଜର ଜୀବନ ପାଇଁ ଅଧିକ ଚର୍ଚାରେ ରହିଥାନ୍ତି । ଶେଫ ଅଲି ଖାନ ଏବଂ କରିନା କପୁର ଖାନ ଙ୍କ ପୁଅ ତେମୁର ଅଲି ଖାନ ପ୍ରଥମରୁ ହିଁ ମିଡିଆର ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ଶେଫ ଅଲି ଖାନ ଏବଂ ଅମୃତା ସିଂହ ଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କ ବିଷୟରେ କହିବୁ ଯିଏ ବର୍ତ୍ତମାନ ନିଜର ଫଟୋ ପାଇଁ ଚର୍ଚାରେ ଅଛନ୍ତି ।

ଶେଫ ଅଲି ଖାନଙ୍କ ବଡ ଝିଅ ସାରା ଅଲି ଖାନ ‘କେଦାରନାଥ’ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ରଖି ସାରିଛନ୍ତି । ଇବ୍ରାହିମ ଅଲି ଖାନ ତାଙ୍କ ବାପା ଶେଫ ଅଲି ଖାନ ଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ଡ୍ରେସିଂ ଷ୍ଟାଇଲ ବି ସମ୍ପୂର୍ଣ ଭାବେ ନବାବଙ୍କ ଭଳି । ସେ ବି ଖୁବ ଶୀଘ୍ର ବଲିଉଡ ଜଗତରେ ପାଦ ଦେବା ପାଇଁ ଯାଉଛନ୍ତି ।

ଅକ୍ଷୟ କୁମାରଙ୍କ ପୁଅ ଆରବ ଏବଂ ଶ୍ରୀଦେବୀ ଙ୍କ ସାନ ଝିଅ ଖୁସି କପୁର ଅଧିକ ସମୟ ଇବ୍ରାହିମ ଅଲି ଖାନଙ୍କ ସହିତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଇବ୍ରାହିମ ଅଲି ଖାନ ୟୁଟୁବ ଷ୍ଟାର ମେଘନା କୌର ଙ୍କୁ ଡେଟ କରୁଛନ୍ତି ଏବଂ ଏହି ଦୁଇ ଜଣ ଏକାଠି ବହୁତ ଥର ଦେଖିବାକୁ ମିଳିଛନ୍ତି । ମେଘନା କୌର ଶିଟ୍ରବଲମେକର ନାମକ ଏକ ୟୁଟୁବ ଚ୍ୟାନେଲ ଚଳାଉଛନ୍ତି ଏବଂ ୟୁଟୁବରେ ମେଘନା ଙ୍କର ଲକ୍ଷେରୁ ଅଧିକ ଫ୍ରେଣ୍ଡ ଅଛନ୍ତି । କମ ବୟସରେ ମେଘନା ବହୁତ ଲୋକପ୍ରିୟ ହୋଇ ଯାଇଛନ୍ତି । ମେଘନା ସବୁବେଳେ ସୋସିଆଲ ମିଡିଆରେ ନିଜର ସୁନ୍ଦର ଏବଂ ହଟ ଫଟୋ ଅପଲୋଡ କରନ୍ତି । କୁହାଯାଉଛି କି ଆଗାମୀ ଦିନରେ ମେଘନା ବଲିଉଡରେ ମଧ୍ୟ ପାଦ ଦେଇ ପାରନ୍ତି ।