ପିତୃ ପକ୍ଷରେ ଭୁଲରେ ବି କରନ୍ତୁ ନାହିଁ ଏହି 8 ଟି କାମ, ହେଇଥାଏ ଘୋର ଅନର୍ଥ, ଲାଗିଥାଏ ପିତୃଦୋଷ

ପିତୃପକ୍ଷ ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆଶ୍ଵିନ ମାସର ଅମାବାସ୍ୟାରେ ଶେଷ ହୁଏ । ପିତୃପକ୍ଷରେ ପୂର୍ବଜଙ୍କ ପାଇଁ ଶ୍ରାଦ୍ଧ କର୍ମ କରାଯାଏ । ଘରର ଯେ କେହି ମୃତ୍ୟୁବରଣ କରିଥିଲେ ତାଙ୍କୁ ଏହି ସମୟରେ ଶ୍ରାଦ୍ଧ ଦେବା ଦ୍ଵାରା ସେମାନେ ପ୍ରସନ୍ନ ହୋଇଥାନ୍ତି ଓ ଘରକୁ ସୁଖଶାନ୍ତି ଆସିଥାଏ । ଶାସ୍ତ୍ରରେ କିଛି ଏପରି କାର୍ଯ୍ୟ କୁହାଯାଇଛି ଯାହା ପିତୃପକ୍ଷ ଶ୍ରାଦ୍ଧ ସମୟରେ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ନଚେତ ପିତୃ ରୁଷ୍ଟ ହୋଇ ଆପଣଙ୍କ ତର୍ପଣ ସ୍ଵୀକାର କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ।

ପିତୃପକ୍ଷରେ ଶ୍ରାଦ୍ଧ କର୍ମ କରିବା ସମୟରେ କେବେ ମଧ୍ୟ ଲୁହା ତିଆରି ଢାଳ ବା ବାସନ ଆଦି ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ସେଥ୍ଯିପାୟନ ଏହି ସମୟରେ ତମ୍ବା ପିତଳ ଆଦି ଧାତୁ ତିଆରି ବାସନ ବ୍ୟବହାର କରନ୍ତୁ । ପିତୃପକ୍ଷରେ ଆପଣ ଯଦି ପୂର୍ବଜଙ୍କ ଶ୍ରାଦ୍ଧ କରୁଛନ୍ତି ତେବେ କେବେ ହେଲେ ଶରୀରରେ ତେଲ ଲଗାନ୍ତୁ ନାହିଁ କି ପାନ ମଧ୍ୟ ଖାଆନ୍ତୁ ନାହିଁ । ଏହା ବ୍ଯତୀତ ଏହି ସମୟରେ ଅନ୍ୟଘରେ ଖାଇବା ମଧ୍ୟ ବର୍ଜିତ ମାନାଯାଏ ।

ଏହି ସମୟ ପିତୃପୁରୁଷଙ୍କ ଆତ୍ମାର ଶୁଦ୍ଧି ନିମନ୍ତେ ପୂଜା କରାଯାଏ । ତେଣୁ ଏହି ସମୟ ତାଙ୍କୁ ସ୍ମରଣ କରିବାର ଓ ଶୋକ କରିବାର ସମୟ ଅଟେ । ତେଣୁ ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହାସହ ଏହି ସମୟରେ ଘରେ କୌଣସି ନୂତନ ବସ୍ତୁ କ୍ରୟ କରିବା ମଧ୍ୟ ଅଶୁଭ ମାନାଯାଏ । ଏହି ସମୟରେ ଘରକୁ ଆସୁଥିବା ଭିକାରି କିମ୍ବା ପଶୁପକ୍ଷୀଙ୍କୁ ବିନା ଭୋଜନରେ ଯିବାକୁ ଦିଅନ୍ତୁ ନାହିଁ । ମାନାଯାଏ କି ଏହି ସମୟରେ ପୂର୍ବଜ କାହାର ରୂପରେ ମଧ୍ୟ ଆସି ପାରନ୍ତି ।

ଯେଉଁ ପୁରୁଷମାନେ ପିତୃପୁରୁଷଙ୍କ ଶ୍ରାଦ୍ଧ ରଖନ୍ତି ସେମାନେ ଏହି ସମୟରେ ଦାଢି ଖିଅର କରିବା ଉଚିତ ନୁହେଁ କି ବାଳ ଏବଂ ନଖ କାଟିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ପିତୃ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ଓ ଆପଣଙ୍କୁ ଧନହାନି ମଧ୍ୟ ହୋଇପାରେ । ଶ୍ରାଦ୍ଧ କର୍ମରେ କଳା ତିଳ ବ୍ୟବହାର କରିବା ଉଚିତ । ଭୁଲରେ ମଧ୍ୟ ଧଳା ତିଳ ବ୍ୟବହାର କରନ୍ତୁ ନାହିଁ । ପିଣ୍ଡଦାନ ସମୟରେ ତୁଳସୀ ପତ୍ର ଅବଶ୍ୟ ରଖନ୍ତୁ । ଶ୍ରାଦ୍ଧ କର୍ମ ସର୍ବଦା ଦ୍ଵିପ୍ରହର ସମୟରେ କରିବା ଉଚିତ । କେବେ ମଧ୍ୟ ଅନ୍ୟ କେଉଁ ସମୟରେ ଶ୍ରାଦ୍ଧ କର୍ମ କରନ୍ତୁ ନାହିଁ ।

ଶ୍ରାଦ୍ଧ ପକ୍ଷ ସମୟରେ ମୁଣ୍ଡନ, ବାହନ କ୍ରୟ, ଜମି କ୍ରୟ, ନୂଆ ବ୍ୟାପାର, ଗୃହପ୍ରବେଶ, ବିବାହ ଆଦି କରିବା ଉଚିତ ନୁହେଁ । ଏହି ସମୟରେ ଆପଣ କେବଳ ଘରର ଅତି ଦରକାରୀ ଜିନିଷ କିଣି ପାରିବେ । ଏହି ସମୟରେ ଖାଦ୍ଯରେ ମାଂସାହାରୀ ଭୋଜନ ଏବଂ ପିଆଜ, ରସୁଣ ବ୍ୟବହାର ମଧ୍ୟ କରିବା ଉଚିତ ନୁହେଁ । ଏହାସହ ଏମଡ଼ିଏ, ସିଗାରେଟ, ତମାଖୁ ଆଦି ମଧ୍ୟ ସେବନ କରନ୍ତୁ ନାହିଁ ।

ଏହି ସମୟରେ ଏହି ଛୋଟ ଛୋଟ ନିୟମ ପାଳନ କରିବା ଦ୍ଵାରା ପିତୃଙ୍କ ଆତ୍ମା ଶାନ୍ତି ପାଇବା ସହ ସେମାନଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୁଏ ଓ ଘରକୁ ସୁଖ ସମୃଦ୍ଧି ଆସେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।