ଦେଖନ୍ତୁ Live Video: ହେ…ହେ… କହୁ କହୁ…ହଠାତ ତାସ୍ ପତା ଭଳି ଭୁଷୁଡି ପଡିଲା 3 ମହଲା କୋଠା

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ପଚୋରା ସହରରେ ଗୋଟିଏ ତିନି ମହଲା କୋଠାଘର ଅଚାନକ ଭୁଷୁଡି ପଡିଛି । ମାତ୍ର ପାଞ୍ଚ ବର୍ଷ ତଳେ ଏହି କୋଠାଘରଟି ନିର୍ମାଣ ହୋଇଥିଲା । ତେବେ କୋଠାଘର ଭୁଷୁଡିବାର ଲାଇଭ ଭିଜୁଆଲ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୋଠାଘରଟି ତିଆରି ହେବା ସମୟରେ ଏହାର ନିର୍ମାଣ ଶୈଳୀ ଭୁଲ ଥିଲା । ତେଣୁ ଏହା ଭୁଷୁଡି ପଡିଛି । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମଧ୍ୟ ମୃ-ତ କିମ୍ବା ଆ-ହ-ତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି ।

ମଧ୍ୟରାତ୍ରି ସମୟରେ ଦେଖୁ ଦେଖୁ ଏହି ତିନି ମହଲା କୋଠାଘରଟି ତାସ ପତ୍ତା ପରି ଭୂମିସାତ ହୋଇ ଯାଇଥିଲା । ତେବେ କୋଠାଟି ଭୂମିସାତ ହେବା ପୂର୍ବରୁ ହିଁ ଏଥିରେ ରହୁଥିବା ପରିବାରକୁ ଏହାର ଆଭାସ ହୋଇ ଯାଇଥିଲା ଓ ସେମାନେ ଘର ଛାଡି ଦେଇଥିଲେ । ଦୁ-ର୍ଘ-ଟ-ଣା ସମୟର ଏହି ଭିଡିଓରେ ଆପଣ କୋଠାଘରଟି ଭୁଷୁଡି ପଡୁଥିବାର ଦେଖିପାରିବେ । ରିପୋର୍ଟ ଅନୁଯାୟୀ ଏହି ଘରର ନିର୍ମାଣ ବେଳେ ଟେକନିକ ତ୍ରୁଟି ଥିବାରୁ ଏହା ଲଗାତାର ଗୋଟିଏ ଆଡକୁ ନଇଁବାକୁ ଲାଗୁଥିଲା ।

ଦୁଇ ମାସ ପୂର୍ବରୁ ଏହି କୋଠାଘରର ଅନେକ ସ୍ଥାନରେ ଫା-ଟ ମଧ୍ୟ ସୃଷ୍ଟି ହେବାକୁ ଲାଗିଥିଲା । ଏହାପରେ ମଧ୍ୟ ସେଥିରେ କିଛି ପରିବାର ବାସ କରୁଥିଲେ । ଘର ମାଳିକ ଏହି ଘରଟିକୁ ଭଡାରେ ଲଗାଇବା ପାଇଁ ନିର୍ମାଣ କରିଥିଲେ । ତେବେ ମୁଷଳଧାରାରେ ବର୍ଷା ଯୋଗୁଁ ଏହି ଘରେ ଆହୁରି ଅନେକ ଫାଟ ସୃଷ୍ଟି ହୋଇଥିଲା । ସେଥିପାଇଁ ଏଠାରେ ବାସ କରୁଥିବା ଲୋକଙ୍କୁ ଯଥା ଶୀଘ୍ର ଘର ଖାଲି କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିଲା । ଆଉ ଧୀରେ ଧୀରେ ସେମାନେ ଏହା ଖାଲି ମଧ୍ୟ କରୁଥିଲେ ।

ତେବେ ସୋମବାର ରାତିରେ ହାଲୁକା ବର୍ଷା ସତ୍ତ୍ଵେ ଏହା ତାସ ପରି ଭା-ଙ୍ଗି ତଳେ ପଡି ଯାଇଥିଲା । ତେବେ ଏହି ଦୁ-ର୍ଘ-ଟ-ଣା-ରେ କେହି ମଧ୍ୟ ଆ-ହ-ତ ହୋଇ ନଥିବା ସ୍ପଷ୍ଟ ହୋଇଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।