IPL ଫ୍ରୀ ରେ ଦେଖିବା ପାଇଁ ଆସି ଯାଇଛି Airtel ର ସବୁଠୁ ଶସ୍ତା ଆଉ ଜବରଦସ୍ତ ପ୍ଳାନ, ଶୀଘ୍ର ଦେଖନ୍ତୁ ଏଥିରେ ରହିଛି କଣ ସବୁ Benefit

ବର୍ତ୍ତମାନ ଆଇପିଏଲ ସିଜିନ ଚାଲିଛି । ଏହାକୁ ନଜରରେ ରଖି ଏୟାରଟେଲ ତିନୋଟି ଏପରି ପ୍ରିପେଡ ପ୍ଳାନ ଲଞ୍ଚ କରିଛି, ଯାହା ସହ ଆପଣ ମାଗଣାରେ ଆଇପିଏଲର ମଜା ଉଠାଇ ପାରିବେ । କାରଣ ଏହି ପ୍ଳାନ ଗୁଡିକ ସହ ଆପଣଙ୍କୁ ଡିଜନି+ ହଟ୍ ଷ୍ଟାର ର ଗୋଟିଏ ବର୍ଷର ସବସ୍କ୍ରିପସନ ଫ୍ରି ମିଳୁଛି । ଏଥିରେ ଆପଣ ମାଗଣାରେ ଆଇପିଏଲ ଉପଭୋଗ କରିପାରିବେ । ଏହି ପ୍ଳାନ ୪୯୯ ଟଙ୍କାରୁ ଆରମ୍ଭ ହୋଇ ୨୭୯୮ ଟଙ୍କା ରହିଛି ।

୨୭୯୮ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିବ । ଅର୍ଥାତ ଏହି ପ୍ଳାନ ପାଇଁ ୟୁଜରଙ୍କୁ ପ୍ରତ୍ଯେକ ମାସ କେବଳ ୨୩୪ ଟଙ୍କା ପଡିବ । ଏଥିରେ ଗ୍ରାହକଙ୍କୁ ଅସୀମିତ ଭଏସ କଲ୍, ଦୈନିକ ୧୦୦ SMS ଓ ୨ ଜିବି ଲେଖାଏଁ ଡାଟା ମିଳିବ ଓ ସାଥିରେ ପୁରା ଏକ ବର୍ଷ ପାଇଁ ଡିଜନି+ ହଟଷ୍ଟାର ଓ ଆମାଜନ ପ୍ରାମ ଭିଡିଓର ଫ୍ରି ସବସ୍କ୍ରିପସନ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହାସହ ଗ୍ରାହକଙ୍କୁ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ, ଫ୍ରି ହେଲୋ ଟ୍ଯୁନ୍ସ, ୩ ମାସ ପାଇଁ ଫ୍ରି ୱିଙ୍କ ମ୍ୟୁଜିକ ଓ ଫାଷ୍ଟଟ୍ୟାଗରେ ୧୦୦ ଟଙ୍କା କ୍ୟାଶବ୍ୟାକ ମଧ୍ୟ ମିଳିବ ।

ସେହିପରି ୪୯୯ ଟଙ୍କିଆ ପ୍ଳାନରେ ମଧ୍ୟ ଏହି ସମସ୍ତ ସୁବିଧା ଗ୍ରାହକଙ୍କୁ ଉପଲବ୍ଧ ହେବ । କିନ୍ତୁ ଏଥିରେ ଦୈନିକ ୨ଜିବି ଡାଟା ବଦଳରେ ଗ୍ରାହକଙ୍କୁ ୩ଜିବି ଡାଟା ମିଳିବ ଓ ଏହାର ବୈଧତା କେବଳ ୨୮ ଦିନ ପର୍ଯ୍ୟନ୍ତ ରହିବା । ସେହିପରି ନୂଆ ୬୯୯ ଟଙ୍କିଆ ପ୍ଳାନରେ ଗ୍ରାହକଙ୍କୁ ସମାନ ସୁବିଧା ସହ ଦୈନିକ ୨ଜିବି ଡାଟା ୫୬ ଦିନର ବୈଧତା ସହ ଉପଲବ୍ଧ ହେବ । କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ ଏୟାରଟେଲର ସମସ୍ତ ପୋଷ୍ଟପେଡ ପ୍ଳାନ ସହ ଏକ ବର୍ଷର ଫ୍ରି ଡିଜନି+ ହଟଷ୍ଟାର ସବବିସ୍କ୍ରିପସନ ମିଳିବ ।

ଡିଜନି+ ହଟଷ୍ଟାରର ବାର୍ଷିକ ସବସ୍କ୍ରିପସନ ଫ୍ରି ୪୯୯ ଟଙ୍କା ରହିଥିବା ବେଳେ ଆପଣ ଯଦି ଏୟାରଟେଲର ଏହି ପ୍ରିପେଡ ପ୍ଳାନ ମଧ୍ୟରୁ ଗୋଟିଏ ରିଚାର୍ଜ କରନ୍ତି ତେବେ ଆପଣ ଫ୍ରି ରେ ଉପରୋକ୍ତ ସୁବିଧା ଉପଭୋଗ କରିପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏହିପରି ଅପଡେଟ ପାଇବକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।