ପରମେଶ୍ଵରଙ୍କ ଠାରୁ କିଛି କମ ନୁହଁନ୍ତି ପିତା, ଦେଖନ୍ତୁ କିପରି ଭୟଙ୍କର କୋବ୍ରା ଠାରୁ ବଞ୍ଚେଇ ଦେଲେ ନିଜ ପିଲାକୁ, ଦେଖନ୍ତୁ Shocking ଭାଇରାଲ Video

ଆମ ଦେଶରେ ସାପ କାମୁଡାରେ ପ୍ରତ୍ଯେକ ବର୍ଷ ଅନେକ ଲୋକ ମୃ-ତ୍ୟୁବ-ର-ଣ କରିଥାନ୍ତି । ଜଙ୍ଗଲ କାଟିଦେବା, ଜଙ୍ଗଲ ପାଖାପାଖି ଜନବସତି ହେବା ଆଦି କାରଣରୁ ବି-ଷ-ଧ-ର ସାପ ଘରକୁ ପଶି ଆସନ୍ତି ।

ଅନେକ ସମୟରେ ଘର ପାଖେ ବୁଦାମୂଳ ଥିଲେ ମଧ୍ୟ ସାପ ସେଠାରେ ଆସି ବାସ କରିଥାଏ । ସମୟ ଥାଉ ଥାଉ ସାପକୁ ଦେଖି ନ ପାରିଲେ ଏହା ମଣିଷ ଜୀବନ ପାଇଁ ବିପଦ ସାଜିଥାଏ । ଅନେକ ସ୍ଥାନରେ ଲୋକେ ସାପଙ୍କୁ ଜୀବନରେ ମଧ୍ୟ ମା-ରି ଦିଅନ୍ତି । କିନ୍ତୁ ପୃଥିବୀରେ ସେମାନଙ୍କ ବଞ୍ଚି ରହିବା ମଧ୍ୟ ଆବଶ୍ୟକ ଅଟେ । ତେଣୁ କେବେ ସାପ ଆପଣଙ୍କ ଘରେ ପଶିଗଲେ ବା ଘର ପାଖାପାଖି କେଉଁଠି ଦେଖାଗଲେ ସାପଧରାଳୀଙ୍କୁ ସୂଚନା ଦେଇ ଡାକି ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ଉଚିତ ।

ଏହି କଥାକୁ ଭଲ ଭାବେ ବୁଝି ପାରିଥିଲେ ଏହି ବୁଢା ବାପା ଜଣଙ୍କ । ସୁଲତାନପୁର ନାମକ ଗ୍ରାମରେ ତାଙ୍କ ଘର, ଯାହା ବର୍ଡର ପାଖର ଏକ ଛୋଟିଆ ଗାଁ ଅଟେ । ଗାଁ ପାଖେ ଜଙ୍ଗଲ ମଧ୍ୟ ଅଛି । ଏହି ବୁଢା ବାପାଙ୍କ ଘର ଆଖପାଖରେ ମଧ୍ୟ ଅନେକ ଗଛ ଓ ବଣ ବୂଦା ରହିଛି । ବୁଢା ବାପା ଜଣକ ଖୁବ ଗରିବ ଅଟନ୍ତି । ତାଙ୍କ ଛୋଟ ଛୁଆକୁ ଧରି ସେ ଝାଟି ମାଟିରେ ତିଆରି ଏକ ଛପର ଘରେ ରୁହନ୍ତି ।

ଘରଟି ଅଧିକାଂଶ ମାତ୍ରାରେ ଭାଙ୍ଗି ଯାଇଛି ମଧ୍ୟ । ବୁଢା ବାପାଙ୍କ ର ଏହି ଭଙ୍ଗା ଦର୍ଦରା ଘରେ କେଉଁ ଠାରୁ ଏକ ବଡ କୋବ୍ରା ସାପ ଟିଏ ପଶି ଆସିଥିଲା । ସାପ ଟି ତାଙ୍କୁ କିମ୍ବା ତାଙ୍କ ପିଲା ଙ୍କୁ ଖ୍ଯାତି ପହଞ୍ଚାଇବା ଆଗରୁ ବୁଢା ବାପା ସାପକୁ ଦେଖି ଦେଇଥିଲେ ଓ କିଛି ଲୋକଙ୍କ ସାହାଯ୍ୟରେ ଡ଼ାକିଥିଲେ ଜଣେ ସାପଧରାଳୀ ଙ୍କୁ । ସେହି ସାପ ଧରାଳୀ ଜଣଙ୍କ ଖୁବ କୁଶଳୀ ଥିଲେ ।

ଭଙ୍ଗା ଦର୍ଦରା ଝାଟି ମାଟି ଘରେ ଲୁଚି ରହିଥିଲା ସାପଟି । ଅତ୍ୟନ୍ତ ବୁଦ୍ଧି ଓ ସାହାସର ସହ ସେ ପ୍ରଥମେ ତା ଲାଞ୍ଜକୁ ଧରି ରଖିଥିଲେ ଓ ସାପର ମୁଣ୍ଡ ଥିବା ସ୍ଥାନକୁ ସାବଧାନତାର ସହ ଖୋଳି ବାହାର କରିଥିଲେ ସାପର ମୁଣ୍ଡ । ସାପକୁ ଜିଅନ୍ତା ବାହାରକୁ ଆଣି ଯତ୍ନପୂର୍ବକ ତାକୁ ଏକ ବସ୍ତା ଭିତରେ ପୁରାଇ ଦେଇଥିଲେ ।

ସାପଧରାଳୀ ଜଣକ ସାପ ଧରିବା ପାଇଁ ଟଙ୍କା ନେବା ପରିବର୍ତ୍ତେ ଓଲଟା ସେହି ବୁଢା ବାପାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ଟଙ୍କା ଦାନ କରିଥିଲେ । ଆପଣଙ୍କୁ ଏହି ସାପଧରାଳୀଙ୍କ କୁଶଳତା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।