ପୋଲିସ ଓ ସାମ୍ବାଦିକ ମିଶି ବଞ୍ଚାଇଦେଲେ ଶହ ଶହ ଲୋକଙ୍କ ଜୀବନ, ଭିଡିଓ ହେଉଛି ଭାଇରାଲ, ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ ଏକ ନିଆରା ଦୃଶ୍ୟ ଦେଖାଇବୁ । ଅନ୍ଧାର ରାତିରେ ହାଇୱେରେ ବାଲି ପକାଉଛନ୍ତି ପୋଲିସ । ଆଉ ଏଥିରେ ତାଙ୍କୁ ଦୁଇଜଣ ସାମ୍ବାଦିକ ମଧ୍ୟ ସହଯୋଗ କରୁଛନ୍ତି । କାରଣ ସେମାନେ ଯଦି ଏହି ବାଲି ରାସ୍ତାରେ ନ ପକାଇବେ ତେବେ ଦୁ-ର୍ଘ-ଟ-ଣା-ରେ ଅନେକ ଜୀବନ ଯିବାର ସମ୍ଭାବନା ରହିଥିଲା । ଉଭୟ ପୋଲିସ ଓ ସାମ୍ବାଦିକ ମିଶି ଉପସ୍ଥିତ ବୁଦ୍ଧି ଖଟାଇ ଅନେକ ବାଇକ ଚାଳକଙ୍କ ଜୀବନ ବଞ୍ଚାଇଛନ୍ତି ।

ଗତ ରବିବାର ଦିନ ରାଜଧାନୀର ରାଜରାସ୍ତାରେ ଏଭଳି କିଛି ଘଟିଛି ଯାହା ଅନେକ ଲୋକଙ୍କୁ ଏକ ନିଶ୍ଚିତ ବିପଦରୁ ରକ୍ଷା କରିପାରିଛି । ସଠିକ ସମୟରେ ସାମ୍ବାଦିକଙ୍କ ସଠିକ ପଦକ୍ଷେପ ରାସ୍ତାରେ ଯାଉଥିବା ଅନେକ ଗାଡିଚାଳକଙ୍କ ଜୀବନ ବଞ୍ଚାଇ ଦେଇଛି । ପୋଲିସର ସହଯୋଗରେ ଉଭୟ ମିଶି ଅନେକ ଲୋକଙ୍କୁ କିଛି ବଡ ଅଘଟଣ ଘଟିବା ଆଗରୁ ବଞ୍ଚାଇ ପାରିଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀକୁ ଯୋଡୁଥିବା ରସୁଲଗଡ ଓଭରବ୍ରିଜ ଉପରର ।

ଏହି ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ କି ରାସ୍ତା ଉପରେ କିଛି ଲୋକ ବାଲି ପକାଉଛନ୍ତି । ତେବେ ଆପଣଙ୍କୁ କହି ଦେଉଛି ଯେ ଏମାନେ ହେଉଛନ୍ତି ସେହି ପୋଲିସ ଏବଂ ସାମ୍ବାଦିକ ଯେଉଁମାନେ ଲୋକଙ୍କୁ ବିପଦ ମୁଖରେ ପଡିବାରୁ ରକ୍ଷା କରିଛନ୍ତି । ବିଳମ୍ବିତ ରାତିରେ ରସୁଲଗଡ ଓଭରବ୍ରିଜ ଉପରେ ଗାଡି ଗୁଡିକ ଚାଲୁଥିବା ବେଳେ ହଠାତ କିଛି ଗାଡି ରାସ୍ତା ଉପରେ ଖାସୁଥିବାର ନଜର ଆସିଥିଲା । ସେହି ରାସ୍ତା ଦେଇ ଯାଉଥିବା ଜଣେ ସାମ୍ବାଦିକ ମଧ୍ୟ ଏହା ଅନୁଭବ କରିଥିଲେ ।

ସେ ରାସ୍ତା ଉପରେ ଭଲରେ ନଜର ପକାଇବା ପରେ ଦେଖିଥିଲେ କି ରାସ୍ତା ଉପରେ ଅନେକ ଦୂର ଯାଏଁ ମୋବିଲ ବା ତୈଳଜାତୀୟ କିଛି ତରଳ ଜିନିଷ ପଡି ରହିଛି । ସେ ସାଙ୍ଗେ ସାଙ୍ଗେ ପିସିଆର ଭ୍ୟାନକୁ ଯୋଗାଯୋଗ କରିଥିଲେ ଓ ପୋଲିସ ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ସେହି ରାସ୍ତା ଉପରେ ବାଲି ପକାଇବାରେ ଲାଗି ପଡିଥିଲେ । ଅନେକ ସମୟ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିଲା ।

ରାସ୍ତା ଉପରେ ସଂପୂର୍ଣ୍ଣ ଭାବେ ବାଲି ପଡିବା ପରେ ଯାଇ ପୁଣି ଥରେ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଥିଲା । ଏବେ ସେଠାରେ ଲୋକମାନେ ସୁରକ୍ଷିତ ଭାବେ ଯିବା ଆସିବା କରି ପାରୁଛନ୍ତି । ତେବେ ବର୍ତ୍ତମାନ ପୋଲିସ ଓ ସାମ୍ବାଦିକଙ୍କ ଏଭଳି ମିଳିତ ଉଦ୍ୟମକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।