ଶନିଦେବଙ୍କୁ ସନ୍ତୁଷ୍ଟ କରିବାରେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das, କେଉଁଠି ହୋଇଗଲା ଭୁଲଭଟକା ? କଣ କୁହେ ଜ୍ଯୋତିଷ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ଅନେକ ପ୍ରକାର ଦିଗ ସାମ୍ନାକୁ ଆସୁଛି । କୁହାଯାଉଛି କି ନବ ଦାସଙ୍କୁ ଶନିଦେବଙ୍କ ଭୟ ଥିଲା । କାରଣ ନବ ଦାସ ସୁନା କଳସ ଦାନ କରିବା ସହ ଘର ଚାରିପଟେ ଶମୀ ଗଛ ଲଗାଇଥିଲେ । ଆଉ ଏହାର ସାତଦିନ ଭିତରେ ତାଙ୍କର ଜୀବନ ଚାଲିଗଲା । ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ ଶମୀ ଗଛକୁ ଶନିଦେବଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ଆଉ ଏହି ଗଛକୁ ପୂଜା କରିବାର ବିଶେଷତ୍ଵ ହେଉଛି, ଶନିଗ୍ରହଙ୍କୁ ଶାନ୍ତ କରିବା ପାଇଁ ଏହି ଗଛର ପୂଜାର୍ଚ୍ଚନା କରାଯାଏ ।

ଗୋଟିଏ ପଟେ ନବ ଦାସଙ୍କ ମୃ-ତ୍ୟୁ ଏକ ଯୋଜନାବଦ୍ଧ ହ-ତ୍ୟା-କା-ଣ୍ଡ ବୋଲି କୁହା ଯାଉଥିବା ବେଳେ ଏହି ଅଘଟଣ ଘଟିବାର କିଛିଦିନ ପୂର୍ବରୁ ନବ ଦାସ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ନାନା ଉପାୟ କରିଥିଲେ । ତେଣୁ କୁହାଯାଉଛି କି ପୂଜାପାଠ ଓ ଜ୍ଯୋତିଷ ବିଦ୍ୟାରେ ବିଶ୍ବାସ ରଖୁଥିବା ନବ ଦାସଙ୍କୁ କାଳେ ଶନିଦେବଙ୍କ ଭୟ ଥିଲା । କାରଣ ଶନିଚଳନ ପରିବର୍ତ୍ତନ ସମୟରେ ଶନିଦେବଙ୍କୁ ସନ୍ତୁଷ୍ଟ କରିବାରେ ଲାଗି ପଡିଥିଲେ ନବ ଦାସ ।

ସେ ନିଜ ବାସଭବନ ଚାରିପଟେ ଏକାଧିକ ଶମୀ ଗଛ ଲଗାଇବା ସହ ଏହାର ଯତ୍ନ ନେଉଥିଲେ । କୁହାଯାଏ କି ଯେଉଁ ସଂସାର ଉପରେ ଶନିଦେବଙ୍କ କୁଦୃଷ୍ଟି ପଡିବ ସେହି ସଂସାରରେ ବାଧା ଉପୁଜୁଠାଏ । କିନ୍ତୁ ଯଦି ନିଷ୍ଠାପର ଭାବେ ଶନିଦେବଙ୍କୁ ପୂଜା କରାଯାଏ ତେବେ ଶନିଦେବ ଭଲ ଫଳ ପ୍ରଦାନ କରିଥାନ୍ତି । ଆଉ ଯଦି ଏଥିରେ କୌଣସି ଭୁଲ ଭଟକା ହୁଏ ତେବେ ଶନିଦେବ କୁଫଳ ପ୍ରଦାନ କରନ୍ତି । ଶନିଦେବଙ୍କୁ ଶାନ୍ତ କରିବା ପାଇଁ ସ୍ଵର୍ଣ୍ଣ କଳସ, ଲୌହ ଦଣ୍ଡ ଓ ଛତ୍ର ଆଦି ଦାନ କରାଯାଏ ।

ତେବେ ଦାନ ଅପେକ୍ଷା ପୂଜାରେ ହିଁ ରହିଛି ସବୁଠୁ ବଡ ମହତ୍ଵ । ଶନିଦେବଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବାକୁ ହେଲେ ଶନିଦେବଙ୍କୁ ନିଷ୍ଠା ସହକାରେ ପୂଜା କରିବା ଗୁରୁତ୍ୱପୂର୍ଣ୍ଣ । ଶନିବାର ଦିନ ଶମୀ ଗଛମୂଳେ ସୋରିଷ ତେଲ ଦୀପ ଜଳାଇ ଓ ପୂଜାର୍ଚ୍ଚନା କରି ତାଙ୍କୁ ସନ୍ତୁଷ୍ଟ କରିହେବ । ଘର ନିକଟରେ ଶମୀଗଛ ଥିଲେ ଶତ୍ରୁଙ୍କୁ ଦମନ କରିବା ମଧ୍ୟ ସହଜ ହୋଇଥାଏ । ଶମୀଗଛକୁ ଏଭଳି ଲଗାଯାଏ ଯେପରି ଘରୁ ବାହାରିବା ବେଳେ ଏହା ଆପଣଙ୍କ ଡାହାଣ ପାର୍ଶ୍ଵରେ ରହୁଥିବ ।

ଶମୀଗଛ ଭୁଲ ଦିଗରେ ରହିଲେ କିମ୍ବା ଗଛ ପାଖେ ଅଳିଆ ଆବର୍ଜନା ପଡିରହିଲେ ଏହା ବର୍ବାଦୀର କାରଣ ମଧ୍ୟ ସାଜିପାରେ । ତେବେ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିବା ନବ ଦାସ କଣ ଶନିଦେବଙ୍କୁ ସନ୍ତୁଷ୍ଟ କରିପାରିଲେନି କି ? ଏନେଇ ଏବେ ଲୋକେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।