Naba Das ଙ୍କ ପରେ ଆସନ କାହାର ? ବଦଳିବ କି ଝାରସୁଗୁଡା ରାଜନୀତିର ଚିତ୍ର ? Naba ଙ୍କ ପରେ Deepali ଙ୍କୁ ମିଳିବ ସୁଯୋଗ !

ବିଜେଡିର ବରିଷ୍ଠ ଟାଣୁଆ ନେତା ନବ କିଶୋର ଦାସ ତ ଚାଲିଗଲେ । ସେପଟେ ତାଙ୍କ ହ-ତ୍ୟା-କା-ଣ୍ଡ-ର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରଶ୍ନ ଉଠୁଛି କି ନବଙ୍କ ପରେ କିଏ ବସିବେ ଆସନରେ ? ଏବେ ଝାରସୁଗୁଡାର ମଙ୍ଗ କିଏ ଧରିବ ? ରାଜ୍ୟ ଆଉ ଏକ ଉପନିର୍ବାଚନ ଦେଖିପାରେ ବୋଲି ଚର୍ଚ୍ଚା ହେଉଛି । ନବ ଦାସଙ୍କ ଦେହାନ୍ତ ହେବାର ପରଦିନ ଠାରୁ ଝାରସୁଗୁଡା ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଲାଣି । ବର୍ତ୍ତମାନ ସେଠାରେ ନବଙ୍କ ସ୍ଥାନ କିଏ ନେବ ଏନେଇ ଚର୍ଚ୍ଚା ଜୋର ଧରିଛି ।

ନବଙ୍କ ଅନୁପସ୍ଥିତି ସ୍ଥାନୀୟ ଅଞ୍ଚଳରେ କେତେ ପ୍ରଭାବ ପକାଇବ ଓ ଯିଏ ନବଙ୍କ ସ୍ଥାନ ନେବ ତାଙ୍କୁ ଝାରସୁଗୁଡା ସମର୍ଥନ କରିବେ କି ନାହିଁ ସେନେଇ ମଧ୍ୟ ଲୋକେ ଚର୍ଚ୍ଚା କରୁଛନ୍ତି । ନବ ଦାସଙ୍କ ଏଭଳି ଅଚାନକ ମୃ-ତ୍ୟୁ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଭୁଲ ହେବନାହିଁ । ନବ ଦାସ ଝାରସୁଗୁଡାରେ ନିଜ ସ୍ଥାନକୁ ଏଭଳି ମଜବୁତ ରଖିଥିଲେ ଯାହାକୁ ଭାଙ୍ଗିବାରେ ବିରୋଧୀମାନେ ଆଜି ପର୍ଯ୍ୟନ୍ତ ବିଫଳ ହୋଇ ଆସିଛନ୍ତି । ନବଙ୍କ ଦବଦବା ବିରୋଧୀଙ୍କୁ ଚିନ୍ତାରେ ପକାଇ ଦିଏ ।

ହେଲେ ନବ ଦାସ ଚାଲିଯିବା ପରେ ଏବେ ଝାରସୁଗୁଡା ଆସନରେ କାହାର ରାଜତ୍ଵ ଚାଲିବ ତାକୁ ନେଇ ଅଙ୍କ କଷାକଷି ଆରମ୍ଭ ହୋଇଗଲାଣି । ଗତ କିଛିଦିନ ତଳେ ଏକ ସଭାରେ ନବ ଦାସ କହିଥିଲେ କି, ଓଡିଶାର ମା’ମାନେ ଆଗକୁ ଓଡିଶାର ଦାୟିତ୍ଵ ନେବେ । ନବ ଭାଷଣରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କିଆ ଆସନ୍ତା 2024 ନିର୍ବାଚନରେ ନାରୀ ନେତ୍ରୀ ହିଁ ମଇଦାନକୁ ଓହ୍ଲାଇବେ । ତେବେ ଏଥର ବିଜେଡି କାହାକୁ ମଇଦାନକୁ ଓହ୍ଲାଇବ ତାକୁ ନେଇ ବଡ ପ୍ରଶ୍ନ ଉଠିଲାଣି ।

ଅନ୍ୟପଟେ ନବ ଦାସଙ୍କ ସୁକନ୍ୟା ଦୀପାଳି ଦାସ ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ବାପାଙ୍କୁ ଗୁରୁ ଭାବେ ଅନୁସରଣ କରି ରାଜାନୀତିରେ ପାଦ ଦେଇଥିଲେ ଦୀପାଳି । ଦୀପାଳିଙ୍କୁ ବିଜେଡ଼ି ପ୍ରଚାରରେ ଅନେକ ଥର ସକ୍ରିୟ ରହିବା ଦେଖିବାକୁ ମିଳେ । ବ୍ରଜରାଜନଗର ଉପନିର୍ବାଚନ ଠାରୁ ନେଇ ପଦ୍ମପୁର ଯାଏଁ ସବୁଠି ପ୍ରଚାର ଅଭିଯାନରେ ଦୀପାଳି ସାମିଲ ହୋଇଥିଲେ । ଏହାକୁ ଦେଖି ମନେ ହେଉଛି କି ବାପାଙ୍କ ସ୍ଥାନରେ ଝିଅକୁ ମଇଦାନକୁ ଓହ୍ଲାଇପାରେ ବିଜେଡି ।

ଏପରିକି ନବ ଦାସଙ୍କ ସ୍ତ୍ରୀଙ୍କୁ ମଧ୍ୟ ମଇଦାନକୁ ଆଣିବାର ସମ୍ଭାବନା ରହିଛି । ତେବେ ଏଥର ଉପନିର୍ବାଚନ ହେଲେ ରାଜନୀତିରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିବ କି ନାହିଁ ତାହା ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।