ଛୋଟ ଝିଅଟି ୧୧୨ ନମ୍ବରରେ ଫୋନ କରି କହିଲା- ଘରେ ନାହିଁ ଖାଇବାକୁ, ଅଧିକାରୀ ପହଞ୍ଚିବା ପରେ କିଛି ଅନ୍ୟ କଥା ହିଁ ଆସିଲା ସାମନାକୁ

କରୋନା ଭାଇରସ ସଂକ୍ରମଣ ଏବଂ ଲକଡାଉନ ସମୟରେ ଗରିବ ଲୋକଙ୍କ ସାମନାରେ ଖାଇବାର ସଙ୍କଟ ସୃଷ୍ଟି ହୋଇ ଯାଇଛି । ଏହା ମଧ୍ୟରେ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ମାମଲା ସାମନାକୁ ଆସିଛି । ସେଠାକାର ଏକ ୯ବର୍ଷର ପିଲା କଣ୍ଟ୍ରୋଲ ରୁମକୁ ଫୋନ କରି କହିଲା କି ତା ପରିବାର ପାଖରେ ଖାଇବା ପାଇଁ କିଛି ନାହିଁ ଏବଂ ତା ଘରେ ଭୋକରେ ମାରିବା ପରିସ୍ଥିତି ଆସିଛି ।

ଝିଅଟିର ଅଭିଯୋଗ ସିଧା ଲକ୍ଷ୍ନଉରେ ପହଞ୍ଚିଗଲା ଯାହାପରେ ଉତ୍ତେଜନା ଆରମ୍ଭ ହୋଇଗଲା । ତରବରିଆ ଭାବରେ ୟୁପି ସରକାର ରାମପୁର ଜିଲ୍ଲା ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ଏବଂ କହିଲେ କି ଆପଣଙ୍କ ଅଞ୍ଚଳରେ ଭୋକ ଉପାସରେ ମରିବା ପରିସ୍ଥିତି ଅଛି । ରିଲିଫ ସାମଗ୍ରୀ ନେଇ ସେଠାରେ ତୁରନ୍ତ ପହଞ୍ଚନ୍ତୁ । ସ୍ଥାନୀୟ ପ୍ରଶାସନ ଯେତବେଳେ ସେଠାରେ ପହଞ୍ଚିଲେ ସେତବେଳେ ମାମଲା ଭୋକ ଉପାସର ନଥିଲା ବରଂ ଏକ ଛୋଟ ଝିଅର ମୂର୍ଖତା ଥିଲା ।

ଖାଇବାକୁ ନାହିଁ ଭୋକରେ ମରୁଛୁ

ରାମପୁର ଜିଲ୍ଲାର ସ୍ଵାର ଥାନା ଅଞ୍ଚଳର ନାନକାର ରାନୀ ଗାଁରେ ବାସକରୁଥିବା ଏକ ୯ବର୍ଷର ଛୋଟ ଝିଅ ୟୁପି ସରକାରଙ୍କ ହେଲ୍ପଲାଇନ ନମ୍ବର ୧୧୨ରେ ଫୋନ କରି କହିଲା କି ଆମେ ଭୋକିଲା ଅଛୁ, ଆମକୁ ଖାଦ୍ୟ ଦିଅନ୍ତୁ । ଫୋନ କଲ ପରେ ଲକ୍ଷ୍ନଓ ଠାରୁ ନେଇ ରାମପୁର ପର୍ଯ୍ୟନ୍ତ ପ୍ରଶାସନରେ ଉତେଜନା ସୃଷ୍ଟି ହେଲା । ଯାହାପରେ ଲକ୍ଷ୍ନଉ କଣ୍ଟ୍ରୋଲ ରୁମରୁ ମେସେଜ ଆସିଲା ଏବଂ ତାପରେ ଫୋନ ଆସିଲା ଏବଂ କୁହାଗଲା କି ସ୍ଵରା ଅଞ୍ଚଳର ରାନୀ ଗାଁରେ ୧୦ ଲୋକଙ୍କୁ ରାଶନ ନଦିଆଯାଇ ଥିବା କାରଣରୁ ସେମାନେ ଭୋକିଲା ଅଛନ୍ତି । ଯାହାପରେ ରିଲିଫ ସାମଗ୍ରୀ ନେଇ ଅଧିକାରୀ ସେଠାରେ ପହଞ୍ଚିଲେ କିନ୍ତୁ କିଛି ଅଲଗା ମାମଲା ସାମନାକୁ ଆସିଲା ।

ଘରେ ଖାଇବାର କୌଣସି ଅସୁବିଧା ନଥିଲା

ଝିଅର ବାପା କହିଛନ୍ତି କି ତାଙ୍କ ଘରେ ଖାଇବା ପାଇଁ କୌଣସି ଅସୁବିଧା ନାହିଁ । ତାଙ୍କ ଝିଅ ପିଲାଳିଆମିରେ କଣ୍ଟ୍ରୋଲ ରୁମର ୧୧୨ ନମ୍ବରରେ ଫୋନ କରିଦେଇଥିବ । ସେ କହିଛନ୍ତି କି ସେ କରୋନା ସଂକ୍ରମଣ ଦ୍ଵାରା ସୃଷ୍ଟି ହୋଇଥିବା ଚର୍ଚା ଉପରେ କେଉଁଠି ଶୁଣିଥିବା କି ଏହି ଭଳି ନମ୍ବର ଲଗାଇ ଅଭିଯୋଗ କରିବା ପରେ ରାସନ ମିଳିଥାଏ । ଏହାପରେ ତା ମୁଣ୍ଡରେ ତାହା ରହିଯାଇ ଥିବ । ଝିଅର ବାପା କହିଛନ୍ତି କି ମୁଁ ଜଙ୍ଗଲକୁ ଯାଇଥିଲି ଘରକୁ ଆସି ଦେଖିଲି ଆମ ଘରେ ଅଧିକାରୀମାନେ ବସିଛନ୍ତି । ସେତବେଳେ ୧୨ଟା ବାଜିଥିଲା । ଝିଅର ବାପା ଅଧିକାରୀ ଏବଂ ଶାସନକୁ ଝିଅ କରିଥିବା ଭୁଲ ପାଇଁ କ୍ଷମା ମାଗିଲେ ।

କଣ କହିଲେ ଡ଼ିଏମ ଆଜ୍ନନେୟ କୁମାର ସିଂହ

ଏହି ସବନ୍ଧରେ ରାମପୁରର ଜିଲ୍ଲାଅଧିକାରୀ ଆଜ୍ନନେୟ କୁମାର ସିଂହ କହିଛନ୍ତି କି ସକାଳୁ ଫୋନ ଆସିଥିଲା କି ସ୍ଵାର ଅଞ୍ଚଳର ରାନୀ ଗାଁରେ ୧୦ ଲୋକଙ୍କୁ ରାସନ ନମିଳିବାରୁ ସେମାନେ ଭୋକିଲା ଅଛନ୍ତି ଏହାପରେ ମୁଁ ଶୀଘ୍ର ଏସଡ଼ିଏମ ସହିତ ପୁରା ଦଳକୁ ସେଠାକୁ ପଠାଇଲି । ଏସଡ଼ିଏମ ଏହି କଥାର ଯାଞ୍ଚ କରିବା ପରେ ଜଣାପଡିଲା କି ଯେଉଁ ନମ୍ବରରୁ ଫ୍ହୋନ ଆସିଥିଲା ସେଥିରେ ଆଉଟଗୋଇଙ୍ଗ ନାହିଁ ଏବଂ ତାହା ପିଲାଙ୍କୁ ଦିଆଯାଇଛି ।

ପିଲା ଖେଳରେ ଖେଳରେ ୧୧୨ନମ୍ବରରେ ତିନି ଥର କଲ କରିଥିଲେ କାରଣ ଏହା ଟୋଲଫ୍ରୀ ନମ୍ବର ଅଟେ ସେଥିପାଇଁ ସେହି ଫୋନରୁ କଲ ଯାଉଥିଲା । ଜିଲ୍ଲା ପ୍ରଶାସନ ଏମିତି ମାମଲାରେ ପରିବାରକୁ ସତର୍କ ରହିବା ପାଇଁ କହିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।