ଦେଶର ସବୁ ନାଗରିକ ମାନଙ୍କୁ ମାଗଣାରେ ଦିଆ ଯାଉଛି ୭୫୦୦ ଟଙ୍କା, ଜାଣନ୍ତୁ କଣ ଅଟେ ଏହାର ସତ୍ୟତା ?

କରୋନା ଭାଇରସର ବଢୁଥିବା ମାମଲା ମଧ୍ୟରେ ଦେଶରେ କିଛି ମିଛ ଖବର ବି ଶୁଣିବାକୁ ମିଳୁଛି । ଯାହାକି ବିଲକୁଲ ହିଁ ମିଛ ଅଟେ । କହିବାକୁ ଗଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପରେ ଏକ ମ୍ୟାସେଜ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ପ୍ରତ୍ୟକ ନାଗରିକମାନଙ୍କୁ ୭୫୦୦ ଟଙ୍କା ରିଲିଫ ଫଣ୍ଡ ଦିଆ ଯାଉଛି । ଭାଇରାଲ ମ୍ୟାସେଜରେ କୁହାଯାଉଛି କି FG Lockdown Funds ଲୋକମାନଙ୍କ ପାଇଁ ରିଲିଫ ଫଣ୍ଡ ଦେଉଛି ।

ଭାଇରାଲ ହୋଇଥିବା ମ୍ୟାସେଜରେ ଏହା କୁହାଯାଉଛି କି ଏଫଜି ଲକଡାଉନ ଫଣ୍ଡ ଲୋକମାନଙ୍କୁ ୭୫୦୦ ଟଙ୍କା ମାଗଣାରେ ଦେଉଛି । ଏଫଜି ମାଗଣାରେ ଟଙ୍କା ବାଣ୍ଟିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଫ୍ରୀ ରିଲିଫ ଫଣ୍ଡ ପାଇବା ପାଇଁ ଏକ ଲିଙ୍କ ବି ଦିଆ ଯାଇଛି । ଏଥିରେ ୭୫୦୦ ଟଙ୍କା ନେବାର ଉପାୟ କୁହାଯାଇଛି । ଲିଙ୍କ ଉପରେ କ୍ଲିକ କରି ଆବେଦନକାରୀକୁ ନିଜର ପର୍ସନାଲ ସୂଚନା ଦେବାକୁ ପଡିବ ।

ଏଥିରେ କୁହାଯାଇଛି କି ଏହା ଏକ ସୀମିତ ଅଫର ଅଟେ ଓ ଟଙ୍କା ପାଇବା ପାଇଁ ଜଲ୍ଦି ନିଜର ସୂଚନା ଦିଅନ୍ତୁ । କିନ୍ତୁ ପ୍ରେସ ଇଂଫର୍ମେଶନ ବ୍ୟୁରୋର ଫ୍ୟାକ୍ଟଚେକ ଇକାଇ ଏହି ମ୍ୟାସେଜକୁ ଫର୍ଜି କହିଛନ୍ତି । ପିଆଇବି ଟ୍ୱୀଟ କରି କହିଛନ୍ତି କି ଦିଆ ଯାଇଥିବା ଲିଙ୍କ ଏକ Clickbait ଅଟେ । ଏହିଭଳି ୱେବସାଇଟ ଓ ହ୍ଵାଟ୍ସଆପରେ ଆସୁଥିବା ମିଛ ଖବର ଠାରୁ ସାବଧାନ ରୁହନ୍ତୁ ।

କଣ ଅଟେ ସତ୍ୟତା ?

ପିଆଇବି ଫ୍ୟାକ୍ଟ ଚେକରେ ଏହି ଭାଇରାଲ ମ୍ୟାସେଜ ଭୁଲ ପ୍ରମାଣିତ ହୋଇଛି । ଆପଣଙ୍କୁ କହିଦେଉଛୁ କି ଏହିଭଳି ମ୍ୟାସେଜରୁ ସାବଧାନ ରୁହନ୍ତୁ, ନଚେତ ଆପଣଙ୍କୁ ହାନି ପହଞ୍ଚିପାରେ । ଏହା ଛଡା ଅନ୍ୟ ଏକ ମ୍ୟାସେଜ ବି ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି କି କଲେଜ ଛାତ୍ରମାନଙ୍କୁ ୧୦,୦୦୦ ଟଙ୍କାର ସ୍କଲରଶିପ ଦିଆ ଯାଉଛି । ଏଥିରେ କୁହାଯାଇଛି କି ସରକାର ନ୍ୟାସନାଲ ସ୍କଲରଶିପ ୨୦୨୦ ଜରିଆରେ କଲେଜ ଛାତ୍ରମାନଙ୍କୁ ୧୦ ହଜାର ଟଙ୍କା ସ୍କଲରଶିପ ଦେଉଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।