ପିଆଜର ଏହି ଉପାୟ ଚନ୍ଦା ମୁଣ୍ଡରେ ବି ବାଳ ଉଠାଇ ଦେଇପାରେ

ଆଜିକାଲି ପ୍ରାୟତଃ ସମସ୍ତେ ନିଜର ବାଳକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । କାରଣ କେତେକ ଲୋକଙ୍କର ବାଳ ନାହିଁ ତ କାହାର ବାଳ ଅଳ୍ପ ବୟସରେ ହିଁ ଧଳା ହୋଇ ଯାଉଛି । ଆଜିର ଏହି ଆର୍ଟିକୀଲରେ ଆପଣଙ୍କୁ ବାଳ ସମ୍ବନ୍ଧିତ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଯେଉଁମାନେ ନିଜର ବାଳର ସମସ୍ୟାରେ ପିଡିତ ଅଛନ୍ତି । ଯେପରିକି କି ବାଳ ଝଡିବା, ପତଳା ବାଳ କିମ୍ବା ଅନ୍ୟ ସମସ୍ୟା ଅଛି, ଆମେ ଆଜି ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ସେହି ଉପାୟକୁ କରିବେ ତେବେ ଆପଣଙ୍କର ସମସ୍ତ ପ୍ରକାରର ବାଳର ସମସ୍ୟା ସମାପ୍ତ ହୋଇଯିବ ।

ପିଆଜ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ପିଆଜକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ବାଳ ସମସ୍ୟା ସବୁ ଦୂର ହୋଇଯିବ ? ଯଦି ଜାଣି ନାହାନ୍ତି ତେବେ ଆମର ଏହି ଆର୍ଟିକୀଲକୁ ପଢନ୍ତୁ । ଆଜି ଆମେ ଆପଣଙ୍କୁ ପିଆଜର ମାସ୍କ ବିଷୟରେ କହିବୁ, ଯାହାକୁ ମାତ୍ର ୭ ଦିନ ବ୍ୟବହାର କରିଲେ ଆପଣଙ୍କୁ ପାର୍ଥକ୍ୟ ଦେଖାଯିବ । ଏହା ପୂର୍ବରୁ ଆମେ ଜାଣିନେବା କି ଆମକୁ ବାଳର ସମସ୍ୟା କାହିଁକି ହୋଇଥାଏ ?

ବାଳର ସମସ୍ୟାର ମୁଖ୍ୟ କାରଣ

ଆଜକାଲି ଆମେ ନିଜର ବାଳକୁ ଭଲ ଦେଖାଯିବା ପାଇଁ ବିଭନ୍ନ ପ୍ରକାର ଏକ୍ସପେରିମେନ୍ଟ ଆମ ବାଳରେ କରିଥାଉ । ଏହିସବୁ କରିବା ଦ୍ଵାରା ଆମର ବାଳ ଦିନକୁ ଦିନ କମଜୋର ହେବାକୁ ଲାଗେ ଓ ବାଳ ଝଡିବାକୁ ଲାଗେ । ଏମିତିରେ ପ୍ରାୟତଃ ନିଜର ବାଳକୁ ସଫା କରିବା ପାଇଁ ସାମ୍ପୋ ଲଗାଇ ଥାନ୍ତି କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ କି ସେମାନେ ବାଳକୁ ସଫା ନୁହେଁ ବାଳକୁ କମଜୋର କରିଦେଉଛନ୍ତି ।

କାରଣ ସାମ୍ପୋ କୁ ତିଆରି କରିବା ପାଇଁ ବିଭିନ୍ନ ପ୍ରକାର କେମିକାଲର ବ୍ୟବହାର କରାଯାଏ । ଯାହା ଆମର ବାଳକୁ ସଫା କରିଥାଏ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆମର ବାଳର ମୂଳକୁ କମଜୋର କରିଦେଇଥାଏ । ସେଥିପାଇଁ ଯଦି ଆପଣ ବି ସବୁଦିନ ସାମ୍ପୋ କରୁଛନ୍ତି, ତେବେ ଏହାକୁ ବନ୍ଦ କରି ସପ୍ତାହକୁ ମାତ୍ର ୧ କିମ୍ବା ୨ ଥର ସାମ୍ପୋର ବ୍ୟବହାର କରନ୍ତୁ । ଏତଦ ବ୍ୟତିତ ପ୍ରୋଟିନ ଯୁକ୍ତ ଖାଦ୍ୟ ନ ଖାଇଲେ, କିମ୍ବା ଚୁଟିରେ ତେଲ ନ ଲଗାଇଲେ ମଧ୍ୟ ବାଳ ଝଡିବାକୁ ଲାଗେ ।

ପିଆଜର ମାସ୍କ

ପ୍ରଥମେ ଆପଣ ଛୋଟ ଲାଲ ପିଆଜ ନିଅନ୍ତୁ । ଧଳା ପିଆଜର ବ୍ୟବହାର କରିବେ ନାହିଁ । ଏହା ପରେ ଏହାକୁ ଗ୍ରାଇଡିଙ୍ଗ କରି ଏହାର ରସ ବାହାର କରନ୍ତୁ । ଏହା ପରେ ଏଥିରେ ବରାବର ମାତ୍ରାରେ ସୋରିଷ ତେଲ ମିଶାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ମିଶାଇ ନିଜ ବାଳର ମୂଳରେ ଭଲ ଭାବରେ ପୁରା ଲଗାନ୍ତୁ ଓ ୧ ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ ।

ଯଦି ଆପଣ ଚନ୍ଦା ଅଛନ୍ତି ତେବେ ଆପଣ ବି ଏହି ଉପାୟକୁ କରିପାରିବେ । ଏହାକୁ କିଛି ଦିନ କରିବା ପରେ ଆପଣଙ୍କର ବାଳ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।