ତଳେ ଶୋଇ ସାକ୍ଷୀଙ୍କ ସହିତ ଧୋନୀ ଶେୟାର କଲେ ଫଟୋ, ଲେଖିଲେ – ‘ଯେତେବେଳେ ଫ୍ଲାଇଟ ସକାଳେ ଜଲ୍ଦି ଥାଏ ତ …’

କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କର ଟିମ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ଏହି ସିଜିନରେ ଭଲ ପ୍ରଦର୍ଶନ କରୁଛନ୍ତି । ଚେନ୍ନାଇ ମଙ୍ଗଳବାର ଦିନ କୋଲକାତାକୁ ୭ ୱିକେଟରେ ହରାଇଛି । ଏହି ମ୍ୟାଚ ପରେ ଚେନ୍ନାଇର ମ୍ୟାଚ ରାଜସ୍ଥାନ ସହ ଅଛି । ଯାହା ପାଇଁ ଧୋନୀ ନିଜ ଟିମ ସହ ରାଜସ୍ଥାନ ପାଇଁ ବାହାରି ପଡିଛନ୍ତି, କିନ୍ତୁ ଏହି ସମୟର ସେ ଏକ ଫଟୋ ଶେୟାର କରିଛନ୍ତି ।

ଧୋନୀଙ୍କର ଟିମ ଚେନ୍ନାଇ ସୁପର କିଙ୍ଗସଙ୍କର ମ୍ୟାଚ ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ଜୟପୁରରେ ଖେଳାଯିବ । ଯାହା ପାଇଁ ଧୋନୀଙ୍କର ଟିମ ରାଜସ୍ଥାନ ପାଇଁ ବାହାରି ପଡିଛନ୍ତି । କିନ୍ତୁ ଏହା ପୂର୍ବରୁ ଧୋନୀ ଈଂଷ୍ଟାଗ୍ରାମ ରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ତାଙ୍କର ଫ୍ୟାନମାନଙ୍କ ଦ୍ଵାରା ବହୁତ ପସନ୍ଦ ମଧ୍ୟ କରାଯାଉଛି । ଧୋନୀଙ୍କର ଟିମ ଚେନ୍ନାଇ ବହୁତ ଖୁସି ଅଛି, କିନ୍ତୁ ଆଇପିଏଲର ବିଜି ସିଡ୍ୟୁଲ କାରଣରୁ ସେଲିବ୍ରେଶନ ପାଇଁ ବର୍ତ୍ତମାନ ସମୟ ନାହିଁ ।

ତଳେ ଶୋଇଥିବା ଫଟୋରେ ନଜର ଆସିଲେ ଧୋନୀ ଏବଂ ସାକ୍ଷୀ

ମହେନ୍ଦ୍ର ସିଂହ ଧୋନୀ ଯେଉଁ ଫଟୋ ଇଂସ୍ଟାଗ୍ରାମରେ ଶେୟାର କରିଛନ୍ତି, ସେଥିରେ ତାଙ୍କ ସହିତ ତାଙ୍କର ପତ୍ନୀ ସାକ୍ଷୀ ବି ନଜର ଆସୁଛନ୍ତି । ଏହି ଫୋଟୋରେ ଧୋନୀ ଓ ତାଙ୍କର ପତ୍ନୀ ସାକ୍ଷୀ ଫ୍ଲାଇଟକୁ ଅପେକ୍ଷା କରି ତଳେ ଶୋଇଥିବାର ନଜର ଆସୁଛନ୍ତି । ଧୋନୀ ଓ ସାକ୍ଷୀ ନିଜ ବ୍ୟାଗ ଉପରେ ମୁଣ୍ଡ ରଖି ଶୋଇଛନ୍ତି ।

ସକାଳେ ଫ୍ଲାଇଟ ଜଲ୍ଦି ଥିଲେ ତେବେ ଏହା ହୋଇଥାଏ – ମହେନ୍ଦ୍ର ସିଂହ ଧୋନୀ

ଫଟୋ ଶେୟାର କରିବା ସହିତ ଧୋନୀ ଗୋଟିଏ ସୁନ୍ଦର କ୍ୟାପ୍ସନ ବି ଲେଖିଛନ୍ତି । ଧୋନୀ ଲେଖିଛନ୍ତି କି ଆଇପିଏଲ ସମୟର ଅଭ୍ୟାସ ପଡିବା ପରେ ଯେତେବେଳେ ଆପଣଙ୍କର ଫ୍ଲାଇଟ ସକାଳେ ଜଲ୍ଦି ଥିବ ତେବେ ଏମିତି ଅବସ୍ଥା ହୋଇଥାଏ । ଅର୍ଥାତ ଧୋନୀ ଓ ସାକ୍ଷୀ ସକାଳୁ ସକାଳୁ ଫ୍ଲାଇଟର ଅପେକ୍ଷା କରିବା ସମୟରେ ଟିକେ ରେଷ୍ଟ ନେଉଛନ୍ତି । କହିଦେଉଛୁ କି ଧୋନୀ ଏହିଭଳି ଫଟୋ ସବୁ ସମୟରେ ଶେୟାର କରି ନିଜ ଫ୍ୟାନମାନଙ୍କ ସହିତ ଯୋଡି ହୋଇଥାନ୍ତି ।