PhonePe ୟୁଜର୍ସଙ୍କ ପାଇଁ ବଡ ଝଟକା ! ଏଣିକି ଫୋନ ପେ ବ୍ୟବହାର କଲେ ଦେବାକୁ ପଡିବ ଟଙ୍କା

ଟଙ୍କା ଦେଣନେଣ ଆପ୍ ଫୋନପେ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ବଡ ଖବର । ଏଣିକି ଫୋନପେ ବ୍ୟବହାର କଲେ ଦେବାକୁ ପଡିବ ଅଧିକ ଟଙ୍କା । ଏବେ ଏମିତି ନିୟମ କରିଛି ଦେଶର ଅନଲାଇନ ପେମେଣ୍ଟ ଆପ୍ଲିକେଶନ ଫୋନପେ କମ୍ପାନୀ । ଅନଲାଇନ ପେମେଣ୍ଟ ପାଇଁ ସବୁଠୁ ଅଧିକ ବ୍ୟବହାର ହେଉଥିବା ଫୋନପେ ଆପ୍ ଏବେ ତା’ର ଗ୍ରାହକ ମାନଙ୍କୁ ଝଟକା ଦେଇଛି । ଏଣିକି ମୋବାଇଲ ରିଚାର୍ଜ କଲେ ଦେବାକୁ ପଡିବ ଅଧିକ ଟଙ୍କା ।

ଯଦି ଆପଣ ଫୋନପେ ରେ ୫୦ ଟଙ୍କାରୁ ଅଧିକ ପ୍ୟାକ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧ ଟଙ୍କାରୁ ୨ ଟଙ୍କା ମଧ୍ୟରେ ପ୍ରୋସେସିଂ ଦେୟ ଦେବାକୁ ପଡିବ । ଏହିଭଳି ସ୍ତରର ସମାନ ରିଚାର୍ଜ ପାଇଁ ଅନ୍ୟ ଅନଲାଇନ ପେମେଣ୍ଟ ଆପ୍ ଗୁଗୁଲ ପେ, ପେଟିଏମ ଓ ଆମାଜନ ଭଳି କମ୍ପାନୀ ମାନେ ଫ୍ରି ରେ ସେବା ଦେଉଛନ୍ତି । ଫୋନପେ କମ୍ପାନୀ ପକ୍ଷରୁ ଗ୍ରାହକ ମାନଙ୍କୁ କୁହାଯାଇଛି କି ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

କିନ୍ତୁ ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ କଲେ ଆପଣଙ୍କୁ ୧ ଟଙ୍କା ଏବଂ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ କଲେ ୨ ଟଙ୍କା ସେବା କର ଦେବାକୁ ପଡିବ । ଅନ୍ୟପଟେ କେବଳ ଫୋନପେ କେବଳ ଅନଲାଇନ ପେମେଣ୍ଟ ଉପରେ ସେବା କର ନେଉନାହିଁ । ଆପଣ ଯଦି କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ମଧ୍ୟ କମ୍ପାନୀ ସେବା କର ନେଉଛି । ହେଲେ ଅନ୍ୟ କାରବାର ଉପରେ ଏପର୍ଯ୍ୟନ୍ତ ଫୋନପେ ସେବା କର ନେଉନାହିଁ ଏବଂ ଆଗକୁ ନେବ କି ନାହିଁ ତହମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଭାରତରେ ଅନ୍ୟ ପେମେଣ୍ଟ ଆପ୍ ଠାରୁ ଫୋନପେ ରେ ତୃତୀୟ ପକ୍ଷ କାରବାର ସବୁଠାରୁ ଅଧିକ ରହିଛି । କେବଳ ଗତ ସେପ୍ଟେମ୍ବର ମାସରେ ଲୋକମାନେ ୧୬୫ କୋଟିରୁ ଅଧିକ ଟଙ୍କାର କାରବାର କରିଛନ୍ତି । ଏହା ଦେଶର ମୋଟ ଅନଲାଇନ କାରବାରର ୪୦ ପ୍ରତିଶତ ବୋଲି କୁହାଯାଇଛି । ଏବେ ଏହି ଡିଜିଟାଲ ପେମେଣ୍ଟ ଆପ୍ ର ୩୦୦ ମିଲିୟନରୁ ଅଧିକ ରେଜିଷ୍ଟରଡ ୟୁଜର୍ସ ଅଛନ୍ତି । ଯୁଗ ବଦଳିବାରେ ଲାଗିଛି ଓ ଲୋକମାନେ ଅନଲାଇନ ମାଧ୍ୟମରେ ସମସ୍ତ କାରବାର କରୁଛନ୍ତି ।

ଏମିତିକି ଛୋଟ ଛୋଟ କାରବାର ପାଇଁ ଲୋକମାନେ ଟଙ୍କାର ବ୍ୟବହାର ନକରି ଅନଲାଇନ ପେମେଣ୍ଟ କରୁଛନ୍ତି । ତେଣୁ ମୋବାଇଲକୁ ଏକ ପ୍ରକାର ମନିପର୍ସ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ଏହା ସହ ମୋବାଇଲ ପ୍ଯାକେଜ, ଟିଭି ପ୍ଯାକେଜ ରିଚାର୍ଜ ଓ ବୀମା ଦେୟ ଭଳି କାରବାର ପାଇଁ ମଧ୍ୟ ଲୋକମାନେ ସିଧାସଳଖ ଅନଲାଇନ ପେମେଣ୍ଟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।