ମ୍ୟାଚ ପରେ ପାକିସ୍ତାନୀ ରିପୋର୍ଟରଙ୍କ ଉପରେ ବର୍ଷିଲେ Virat Kohli, ତାଙ୍କ ପ୍ରଶ୍ନର ସେ ଯାହା ଉତ୍ତର ଦେଲେ ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ video

ପ୍ରାୟ ଦୁଇ ବର୍ଷ ଗତକାଲି ଟି-ଟ୍ୱେଣ୍ଟି ବିଶ୍ଵକପରେ ଭରତ ଓ ପାକିସ୍ତାନ ମଧ୍ୟରେ ମ୍ଯାଚ ଖେଳା ଯାଇଥିଲା । ଏହି ମ୍ଯାଚକୁ ନେଇ ସାରା ବିଶ୍ଵ ଉତ୍ସାହିତ ଥିଲା । କିନ୍ତୁ ଟି-ଟ୍ୱେଣ୍ଟି ବିଶ୍ଵକପର ଏହି ପ୍ରଥମ ମ୍ଯାଚରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା ଭାରତ । ପାକିସ୍ତାନ ପ୍ରଥମେ ଟସ୍ ଜିତ୍ୟ ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା । କିନ୍ତୁ ପ୍ରଥମରୁ ଦୁଇ ଓପନରଙ୍କ ୱିକେଟ ହରାଇଥିଲା ଭାରତ । ଏହାପରେ ଅଧିନାୟକ ବିରାଟ କୋହଲି ଆସି ମ୍ଯାଚ ସମ୍ଭାଳି ନେଇଥିଲେ ।

ଭାରତ ପାକିସ୍ତାନ ଆଗରେ ୧୫୨ ରନ୍ ର ଲକ୍ଷ ରଖିଥିଲା । କିନ୍ତୁ ଭାରତୀୟ ବୋଲର ମାନେ କାଲିସେତେ ଭଲ ପ୍ରଦର୍ଶନ କରି ପାରି ନଥିଲେ । ପାକିସ୍ତାନର ଦୁଇ ଅପନର ମହମ୍ମଦ ରିଜୱାନ ଓ ଅଧିନାୟକ ବାବର ଆଜମ ଖୁବ ଭଲ ପ୍ରଦର୍ଶନ କରିବା ସହ ବିନା କୌଣସି ୱିକେଟ ହରାଇ ନିଜ ଟିମ୍ କୁ ଜିତାଇ ଦେଇଥିଲେ । ମ୍ଯାଚ ପରେ ଅଧିନାୟକ ବିରାଟ କୋହଲି ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ କୋହଲି ପାକିସ୍ତାନ ମ୍ଯାଚରେ ଖୁବ ଭଲ ପ୍ରଦର୍ଶନ କରିଥିଲେ ବୋଲି କହିଥିଲେ ।

କୋହଲିଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ଭୀଷଣ ରାଗି ଯାଇଥିଲେ ବିରାଟ କୋହଲି । ଏହି ପାକିସ୍ତାନୀ ସାମ୍ବାଦିକ ଜଣକ ଭାରତୀୟ ଦଳର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପାକିସ୍ତାନୀ ସାମ୍ବାଦିକ ବିରାଟ କୋହଲିଙ୍କୁ ପ୍ରଶ୍ନ କରିଥିଲେ କି, “କଣ ଇଶାନ କିଶାନଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ ନିଆ ଯାଇପାରେ ?” ଏହି ପ୍ରଶ୍ନ ସୂନୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବିରାଟ କୋହଲି । ଏହା ଏକ ବହୁତ ସାହସିକତାର ପ୍ରଶ୍ନ ବୋଲି ସେ କହିଥିଲେ ।

ସେ ସାମ୍ବାଦିକଙ୍କୁ ଓଲଟା ପ୍ରଶ୍ନ କରିଥିଲେ, “ଆପଣ କଣ କରିଥାନ୍ତେ ? ମୁଁ ମୋର ବେଷ୍ଟ ଟିମ୍ ସହ ଖେଳିଛି । ଆପଣ ଏହି ସ୍ଥାନରେ କଣ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟିତୁ ରୋହିତଙ୍କୁ ଡ୍ରପ୍ କରି ଦେଇଥାନ୍ତେ ? ରୋହିତ ଶେଷ ମ୍ଯାଚରେ କଣ କରିଥିଲେ ଆପଣଙ୍କୁ କଣ ଜଣାଅଛି ?” ଏହାପରେ ବିରାଟ କୋହଲି ତାଙ୍କୁ କହିଥିଲେ, ‘ଯଦି ଆପଣଙ୍କୁ କୌଣସି ବିବାଦ ଆବଶ୍ୟକ ତେବେ ମୋତେ ସିଧାସଳଖ କୁହନ୍ତୁ । ମୁଁ ଆପଣଙ୍କୁ ସେହିପରି ଜବାବ ଦେବି ।’

ପାକିସ୍ତାନୀ ରିପୋର୍ଟରଙ୍କୁ ବିରାଟ କୋହଲିଙ୍କ ଏହିପରି ଉତ୍ତର ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।