ଫିଟିକିରିର ଏହି ଉପାୟ ଆପଣଙ୍କ ଜୀବନର ସମସ୍ତ ଦୁଃଖକୁ ଚୁଟକିରେ କରିଦେବ ଦୂର, ବଦଳାଇ ଦେବ ଆପଣଙ୍କ ଜୀବନ

ଫିଟିକିରି ଏକ ଧଳା ପଦାର୍ଥ ହୋଇଥାଏ, ଯାହାର ବ୍ୟବହାର ଔଷଧ ପ୍ରସ୍ତୁତ କରିବା ଠାରୁ ନେଇ ପୂଜାରେ ମଧ୍ୟ କରାଯାଏ । ଯେଉଁଠି କିଛି ଲୋକ ଫିଟିକିରି ସମ୍ବନ୍ଧିତ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । ଫିଟିକିରି ସମ୍ବନ୍ଧିତ ଉପାୟ ବହୁତ ଲାଭଦାୟକ ହୋଇଥାଏ ଏବଂ ଏହି ଉପାୟ କରି ଆପଣ ଧନଲାଭ ଠୁ ଆରମ୍ଭ କରି ବିଭିନ୍ନ ସମସ୍ୟାରୁ ମଧ୍ୟ ବଞ୍ଚି ପାରିବେ ।

ଫିଟିକିରି ସମ୍ବନ୍ଧିତ ଉପାୟ

ଧନ ଲାଭ କରିବା ପାଇଁ

ଫିଟିକିରି ର କିଛି ଖଣ୍ଡ ତିଜୋରିରେ ରଖିବା ଦ୍ଵାରା ଏବଂ ଫିଟିକିରି ପାଣିରେ ଗାଧୋଇବା ଦ୍ଵାରା ଧନ ଲାଭ ହୋଇଥାଏ । ଏହା ଛଡା ଯଦି ଘର କିମ୍ବା ଦୋକାନର ମୁଖ୍ୟ ଦ୍ଵାରରେ କଳା କପଡାରେ ଫିଟିକିରି ବାନ୍ଧି ଦିଆଯାଏ, ତେବେ ଜୀବନରେ ଆର୍ଥିକ ଲାଭ ହୋଇଥାଏ ।

କରଜରୁ ମୁକ୍ତି ପାଇବା ପାଇଁ

ଯଦି ଆପଣ କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଲଗାତାର ତିନି ଟି ବୁଧୁବାର ଏହି ଉପାୟକୁ କରନ୍ତୁ । ଏହି ଉପାୟରେ ଆପଣ ଏକ ପାନ ପତ୍ର ଉପରେ ଫିଟିକିରି ଓ ସିନ୍ଦୁର ରଖି ଦିଅନ୍ତୁ ଓ ଏହି ପତ୍ରକୁ ଏକ ସୂତାରେ ବାନ୍ଧି ଦିଅନ୍ତୁ । ଏହା ପରେ ବୁଧୁବାର ଦିନ ଓସ୍ଥ ଗଛ ତଳେ ଏହାକୁ ପୋତି ଦିଅନ୍ତୁ ।

ନକାରାତ୍ମକ ଊର୍ଜାକୁ ନଷ୍ଟ କରିବା ପାଇଁ

ନକାରାତ୍ମକ ଊର୍ଜାକୁ ଘରୁ ବାହାର କରିବା ପାଇଁ ଘରର ବାଥରୁମରେ ଗୋଟିଏ ପାତ୍ରରେ ଫିଟିକିରି ରଖନ୍ତୁ ଓ ଏହାକୁ ଏମିତି ଏକ ଜାଗାରେ ରଖନ୍ତୁ ଯାହା ଦ୍ଵାରା ଏହା ଉପରେ କାହାର ନଜର ପଡିବ ନାହିଁ ।

ଘରର ବାସ୍ତୁ ଦୋଷକୁ ଠିକ କରିବା ପାଇଁ

ଯେଉଁ ଲୋକମାନଙ୍କର ଘରେ ବାସ୍ତୁ ଦୋଷ ଅଛି ସେମାନେ ନିଜ ଘରର ସବୁ ରୁମରେ ଫିଟିକିରିର ଖଣ୍ଡ ରଖିଦିଅନ୍ତୁ । ଏହିଭଳି କରିବା ଦ୍ଵାରା ବାସ୍ତୁଦୋଷର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡିବ ନାହିଁ ।

ଖରାପ ନଜର

ଯଦି କୌଣସି ବ୍ୟକ୍ତିକୁ ଖରାପ ନଜର ଲାଗିଯାଏ ତେବେ ଫିଟିକିରି ସାହାର୍ଯ୍ୟରେ ସେମାନେ ସେହି ଖରାପ ନଜରକୁ ନଷ୍ଟ କରି ପାରିବେ । ଯେଉଁ ବ୍ୟକ୍ତିଙ୍କୁ ନଜର ଲାଗିଛି ତାଙ୍କ ମୁଣ୍ଡ ଉପରୁ ୭ ଥର ଫିଟିକିରି ର ଖଣ୍ଡକୁ ବୁଲାଇ ଦିଅନ୍ତୁ । ଏହା ପରେ ସେହି ଫିଟିକିରିକୁ ଜଳାଇ ଦିଅନ୍ତୁ ।

ଦୁଃସ୍ଵପ୍ନରୁ ବଞ୍ଚିବା ପାଇଁ

ଯଦି ଆପଣଙ୍କୁ ରାତିରେ ଖରାପ ସ୍ଵପ୍ନ ଆସୁଛି ତେବେ ଆପଣ ଫିଟିକିରିକୁ କୌଣସି କଳା କପଡାରେ ବାନ୍ଧି ନିଜର ବିଛଣା ତଳେ କେବଳ ମଙ୍ଗଳବାର ଓ ରବିବାର ଦିନ ହିଁ ରଖନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଆଉ ଦୁଃସ୍ଵପ୍ନ ଆସିବ ନାହିଁ ।

ଝଗଡା ଶେଷ କରିବା ପାଇଁ

ପରିବାରର ଲୋକମାନଙ୍କ ସହିତ ଯଦି ବାରମ୍ବାର ଝଗଡା ହେଉଛି ତେବେ ଶୋଇବା ସମୟରେ ନିଜ ବିଛଣା ପାଖରେ ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଫିଟିକିରି ପକାଇ ଦିଅନ୍ତୁ । ଏହା ପରେ ଏହି ପାଣିକୁ ଓସ୍ଥ ଗଛ ତଳେ ପକାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଘରେ ଶାନ୍ତି ରହିଥାଏ ।