ମହିଳା ଜଣକ ଏଠି ଲୁଚାଇ ରଖିଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା, ଅଧିକାରୀମାନେ ଏମିତି କରିଲେ ତସ୍କରି ର ପର୍ଦାଫାଶ

ଚେନ୍ନଈ ଏୟାରପୋର୍ଟରେ କସ୍ଟମ ଅଧିକାରୀମାନଙ୍କ ଆଖିରେ ଧୁଳି ଦେଇ ଏହି ମହିଳା ଜଣକ ବହୁତ କିଛି କରିଛନ୍ତି । ମହିଳାକୁ ବିଶ୍ଵାସ ଥିଲା କି ସେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଯିବେ । କିନ୍ତୁ ଅଧିକାରୀମାନଙ୍କର ସତର୍କତା କାରଣରୁ ସେହି ମହିଳାଙ୍କର ସମସ୍ତ ପ୍ଳାନ ଫେଲ ହୋଇଗଲା । ୨୯ ମାର୍ଚ୍ଚ, ୨୦୧୯ରେ ଜଣେ ମହିଳା ବିଦେଶରୁ ଭାରତକୁ ଫେରୁଥିଲେ ।

ଆରମ୍ଭରୁ ଥାଇଲ୍ୟାଣ୍ଡରେ ରହୁଥିବା କ୍ରାୟସର୍ନ ଥାମପ୍ରାକୋପ ନାମକ ଏହି ମହିଳାକୁ କସ୍ଟମ ଅଧିକାରିମାନେ ଗିରଫ କରିଛନ୍ତି । କୁହାଯାଉଛି କି ଏହି ମହିଳା ବହୁତ ଚତୁରତାର ସହିତ ୧.୫ କିଲୋ ସୁନାର ତସ୍କରୀ କରୁଥିଲେ । ଚେନ୍ନଈ ଏୟାରପୋର୍ଟରେ ଓଲ୍ହାଇବା ପରେ ଏହି ମହିଳା କସ୍ଟମ ଅଧିକାରିମାନଙ୍କ ଆଖିରେ ଧୁଳି ଦେଇ ବାହାରକୁ ବାହାରିବା ପାଇଁ ଚେଷ୍ଟା କଲେ ।

କିନ୍ତୁ ପାର୍କିଙ୍ଗ ପାଖରେ ଥିବା ସୀମା ଶୁଲ୍କର ଅଧିକାରୀମାନେ ଯେତେବେଳେ କ୍ରାୟସର୍ନକୁ ଅଟକାଇଲେ ତେବେ ସେମାନଙ୍କର ହୋସ ଉଡିଗଲା । ପ୍ରଥମେ କ୍ରାୟସର୍ନ ଚାଲାକି ଦେଖାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ କ୍ରାୟସର୍ନର ଯାଞ୍ଚ କରାଗଲା ତେବେ ଅଧିକାରୀଙ୍କର ହୋସ ଉଡିଗଲା । କ୍ରାୟସର୍ନ ନିଜ ବ୍ରା ମଧ୍ୟରେ ପାଖାପାଖି ୧.୫ କିଲୋ ସୁନା ଲୁଚାଇ ରଖିଥିଲେ । ଧରା ପଡିଥିବା ସୁନାର ଦାମ ପାଖାପାଖି ୪୭ ଲକ୍ଷ ଟଙ୍କା ଅଟେ ।

ଏହା ସହିତ କସ୍ଟମ ଅଧିକାରି ସେହି ବ୍ୟକ୍ତିଙ୍କୁ ବି ଧରିନେଲେ ଯାହାକୁ କ୍ରାୟସର୍ନ ସୁନା ଦେଇଥାନ୍ତେ । କ୍ରାୟସର୍ନ ଏଠି ଲବଲୀନ କଶ୍ୟପ ନାମକ ବ୍ୟକ୍ତିକୁ ସୁନା ଦେବା ପାଇଁ ଆସିଥିଲେ । ସୂଚନା ଅନୁସାରେ, ଲବଲୀନ ଚଣ୍ଡିଗଢର ବାସିନ୍ଦା ଅଟେ । ସୀମା ଶୁଲ୍କ ଅଧିକାରୀ ଯାଞ୍ଚ କରୁଛନ୍ତି କି ପ୍ରାୟତଃ ଏମାନେ ସୁନା ତସ୍କରୀ କରିବାରେ ଲିପ୍ତ ରହୁ ନାହାନ୍ତି ତ । ବ୍ୟାଙ୍କକରେ ରହୁଥିବା ଲବଲୀନର ଗର୍ଲଫ୍ରେଣ୍ଡ ସପନା ହିଁ କ୍ରାୟସର୍ନକୁ ସୁନା ଦେଇଥିଲା ଓ ତାହା ଲବଲୀନକୁ ଦେବା ପାଇଁ କହିଥିଲା ।

ମିଡିଆ ରିପୋର୍ଟ ଅନୁସାରେ ସପନା କ୍ରାୟସର୍ନକୁ ଏହି ସୁନା ଦେଇ ତାକୁ ଲବଲୀନର ଏକ ଫଟୋ ବି ଦେଇଥିଲା । ଏହା ପରେ ତାକୁ ଲବଲୀନ ସହ ଚେନ୍ନଈରୁ ଦିଲ୍ଲୀ ଯିବାର ଥିଲା । ଏମାନେ ପ୍ରଥମ ଥର ଚେନ୍ନଈରେ ଦେଖା କରିଥିଲେ । ପୁଲିସକୁ ବର୍ତ୍ତମାନ ଏହା ବି ଜଣା ପଡିଛି  କି ଲବଲୀନ ପ୍ରାୟତଃ ବ୍ୟାଙ୍କକ ଯାଉଥିଲା ଏବଂ ସେଠୁ ବିଭିନ୍ନ ଉପହାର ବି ଆଣୁଥିଲା । ମହିଳାଜଣଙ୍କ ନିଜ ପ୍ଳାନରେ ସଫଳ ହେବା ପୂର୍ବରୁ କସ୍ଟମ ଅଧିକାରିମାନେ ତାକୁ ଗିରଫ କରିନେଲେ ।