ପଡିଆରେ ବୋର୍ଡ ଧରି ଛିଡା ହୋଇଥିବା ବୃଦ୍ଧ ମହିଳାଙ୍କ ସହିତ ଦେଖା କରିବା ପାଇଁ ଆସିଲେ ଧୋନୀ, କହିଲେ କିଛି ଏମିତି କି ସମସ୍ତେ କରୁଛନ୍ତି ତାଙ୍କ ପ୍ରଶଂସା, ଦେଖନ୍ତୁ ଭିଡିଓ

ବୁଧୁବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଂଗ୍ସ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଂଗ୍ସଙ୍କୁ ୩୭ ରନରେ ପରାସ୍ତ କରାଇଲେ । ଏହା ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଏମିତି କିଛି ହେଲା, ଯାହାକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଂଗ୍ସ ମଧ୍ୟରେ ଏହି ମ୍ୟାଚ ୱାନଖେଡେ ଷ୍ଟାଡିୟମରେ ଖେଳା ଯାଇଥିଲା । ଯେମିତି ହିଁ ଧୋନୀ ବ୍ୟାଟିଙ୍ଗ କରିବା ପାଇଁ ଆସିଲେ ସେମିତି ହିଁ ସମସ୍ତେ ଧୋନୀ ଧୋନୀଙ୍କର ନାରା ଲଗାଇଲେ । କିନ୍ତୁ ଏହି ସବୁ ମଧ୍ୟରେ ଜଣେ ବୃଦ୍ଧ ମହିଳା ବହୁତ ଚର୍ଚ୍ଚାରେ ଆସିଗଲେ ।

ଷ୍ଟାଡିୟମରେ ଦେଖାଗଲେ ବୃଦ୍ଧ ମହିଳା

ଯେତେବେଳେ ଷ୍ଟାଡିୟମରେ ଧୋନୀ ଧୋନୀ ନାରା ଲାଗୁଥିଲା, ସେହି ସମୟରେ ଜଣେ ବୃଦ୍ଧ ମହିଳା ନିଜ ହାତରେ ଏକ ବୋର୍ଡ ଧରି ଛିଡା ହୋଇଥିଲେ, ଏବଂ ସେଥିରେ ଲେଖିଥିଲେ କି ‘ମୁଁ ଏଠାକୁ କେବଳ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆସିଛି’ । ଯେତେବେଳେ ଧୋନୀଙ୍କୁ ଏହି କଥା ବିଷୟରେ ଜଣା ପଡିଲା, ତେବେ ସେ ସଙ୍ଗେ ସଙ୍ଗେ ତାଙ୍କ ସହିତ ଦେଖା କରିବା ପାଇଁ ଆସିଲେ । ଧୋନୀ ଓ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଏହି ବୁଧୁବାର ଦିନଟି ସବୁଠୁ ଭଲ ମହୂର୍ତ୍ତ ହୋଇଗଲା ।

ବୃଦ୍ଧ ମହିଳାଙ୍କ ପାଖକୁ ଦଉଡି ଚାଲି ଆସିଲେ ଧୋନୀ

ଯେମିତି ହିଁ ଧୋନୀଙ୍କୁ ଏହି କଥା ବିଷୟରେ ସୂଚନା ମିଳିଲା, ସେମିତି ହିଁ ସେ ନିଜର ଏହି ଖାସ ଫ୍ୟାନଙ୍କ ସହ ଦେଖା କରିବା ପାଇଁ ଦଉଡି ଚାଲି ଆସିଲେ । ଧୋନୀ ଆସି ସେହି ବୃଦ୍ଧ ମହିଳାଙ୍କୁ ଦେଖା କଲେ ଓ ତାଙ୍କର ବହୁତ ସମ୍ମାନ ମଧ୍ୟ କଲେ । ଏହା ବ୍ୟତୀତ ସେହି ବୃଦ୍ଧ ମହିଳାଙ୍କ ସହିତ ଜଣେ ଯୁବତୀ ମଧ୍ୟ ଥିଲେ, ଯିଏକି ଧୋନୀଙ୍କର ଗୋଡ ଧରି ନମସ୍କାର କଲେ ଓ ଧୋନୀ ତାଙ୍କୁ ଶୁଭକାମନା ମଧ୍ୟ ଦେଲେ ।

ଏହା ପରେ ଧୋନୀ ସେହି ବୃଦ୍ଧ ମହିଳାଙ୍କ ସହ ଏକ ସେଲ୍ଫି ନେଲେ ଓ ଚେନ୍ନାଇ ସୁପର କିଂଗ୍ସ ଡ୍ରେସ ଉପରେ ନିଜର ଏକ ଅଟୋଗ୍ରାଫ ମଧ୍ୟ ଦେଲେ ଏବଂ ଦୁଇ ଜଣ ପରସ୍ପରଙ୍କୁ କହୁଥିଲେ କି ଆପଣଙ୍କ ସହିତ ଦେଖା କରି ବହୁତ ଖୁସି ହେଲି ।

ମସ୍ତିରେ ଧୋନୀଙ୍କର ଫ୍ୟାନଙ୍କୁ ଦୌଡାଇଲେ

ବର୍ତ୍ତମାନ କିଛି ଦିନ ତଳେ ହିଁ ଧୋନୀ ଚେନ୍ନାଇର ଏକ ଗ୍ରାଉଣ୍ଡରେ ପ୍ରାକ୍ଟିସ କରୁଥିଲେ, ସେତେବେଳେ ଜଣେ ଫ୍ୟାନ ସେଠାକୁ ଆସିଲେ  । ଫ୍ୟାନ ଧୋନୀଙ୍କୁ ଦେଖା କରିବାକୁ ଚେଷ୍ଟା କରୁଥିଲେ କି ଧୋନୀ ତାଙ୍କ ସହିତ ମସ୍ତି କରି ତାଙ୍କୁ ଅଳ୍ପ ଦୌଡାଇଲେ । କହି ଦେଉଛୁ କି ଧୋନୀଙ୍କର ଏହି କୁଲ୍ ଅନ୍ଦାଜ ପାଇଁ ସେ ପରିଚିତ ଅଟନ୍ତି ।