ପେଟରେ ଗ୍ୟାସର ସମସ୍ୟାରୁ ମୁକ୍ତି ଦେବ ଏହି ୪ ଟି ଦେଶୀ ଉପାୟ, ନିଶ୍ଚୟ କରି ଦେଖନ୍ତୁ

ବର୍ତ୍ତମାନ ସମୟରେ ପାଚନ କ୍ରିୟା ଠିକ ରୂପରେ କାମ ନ କରିବା କାରଣରୁ ଗ୍ୟାସ ସମସ୍ୟା ହେବା ସାଧାରଣ କଥା ହୋଇ ଯାଇଛି । ଗ୍ୟାସ କାରଣରୁ ବ୍ୟକ୍ତିକୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା ବି କରିବାକୁ ପଡିଥାଏ । ଗ୍ୟାସ ହେବା କାରଣରୁ ପେଟ ଫୁଲିବାର ସମସ୍ୟା, ଛାତିରେ ବ୍ୟଥା, ମୁଣ୍ଡ ବ୍ୟଥା, ବାନ୍ତି ଭଳି ଆହୁରି ବି କିଛି ସମସ୍ୟା ଦେଖା ଦେଇଥାଏ । ଏମିତିରେ ବ୍ୟକ୍ତି ଔଷଧର ସାହାରା ନେଇଥାଏ । କିନ୍ତୁ ଆପଣ କିଛି ଦେଶୀ ଉପାୟ ସାହାର୍ଯ୍ୟରେ ପେଟର ଗ୍ୟାସ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ଯାହା ଆପଣଙ୍କର ଗ୍ୟାସ ସମସ୍ୟାକୁ ଦୂର କରି ଦେବ ।

–      ଯଦି ଆପଣ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ସବୁଦିନ ଖାଲି ପେଟରେ ଏକ ଚାମଚ ବେକିଙ୍ଗ ସୋଢାରେ ଲେମ୍ବୁ ରସ ମିଶାଇ ପିଇବା ଉଚିତ । ଏହାକୁ ପିଇବା ମାତ୍ରେ ହିଁ ଗ୍ୟାସର ସମସ୍ୟାରୁ ମୁକ୍ତି ମିଳିଥାଏ ।

–      ହେଙ୍ଗୁ ଖାଦ୍ୟରେ ସ୍ଵାଦ ବଢାଇ ଥାଏ । ଅନ୍ୟ ପଟେ ହେଙ୍ଗୁ ଗ୍ୟାସର ସମସ୍ୟାରେ ବି ବହୁତ ଲାଭଦାୟକ ଅଟେ । ଆପଣ ଏକ ଗ୍ଳାସ ଗରମ ପାଣିରେ ହେଙ୍ଗୁ ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଗ୍ୟାସ ସମସ୍ୟା ଦୂର ହୋଇଯିବ । ଦିନରେ ପାଖାପାଖି ଦୁଇ ରୁ ତିନି ଚାମଚ ହେଙ୍ଗୁର ପାଣି ପିଅନ୍ତୁ ।

–      ଗୋଲମରିଚ ବି ଗ୍ୟାସର ସମସ୍ୟାକୁ ଦୂର କରିଥାଏ । ଗୋଲମରିଚ ସେବନ କରିବା ଦ୍ଵାରା କେବଳ ଗ୍ୟାସ ସମସ୍ୟାରୁ ମୁକ୍ତି ନଥାଏ ଏହା ଛଡା ହଜମ ଶକ୍ତି ମଧ୍ୟ ବଢିଥାଏ । ପେଟରେ ଗ୍ୟାସ ସମସ୍ୟା ହେଲେ ଆପଣ କ୍ଷୀରରେ ଗୋଲମରିଚ ମିଶାଇ ପିଇ ପାରିବେ ।

–      ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଗ୍ୟାସ ସମସ୍ୟାରେ ରସୁଣ ଖାଇବା ଦ୍ଵାରା ମଧ୍ୟ ବହୁତ ଲାଭ ମିଳିଥାଏ । ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସର ସମସ୍ୟା ହେବ ତେବେ ସେହି ସମୟରେ ଆପଣ ରସୁଣକୁ  ଜୀରା ଓ ଧନିଆ ସହିତ ପାଣିରେ ଗରମ କରି ନିଅନ୍ତୁ । ବର୍ତ୍ତମାନ ସବୁଦିନ ଦୁଇ ଥର ଏହାର ସେବନ କରିବା ଦ୍ଵାରା ଗ୍ୟାସର ସମସ୍ୟା ଦୂର ହୋଇଯିବ ।