ଭଲ ପରିବେଶରେ ରହିବା ଦ୍ଵାରା ଓ ଭଲ କଥା ଶୁଣିବା ଦ୍ଵାରା ଖରାପ ଅଭ୍ୟାସରୁ ମୁକ୍ତି ମିଳିଯାଏ, ଆଶ୍ରମରେ ଚୋରୀ କରିବାର ମନବୃତି ନେଇ

ଏକ କଥା ଅନୁସାରେ ଏକ ବହୁତ ବଡ ଆଶ୍ରମରେ ଏକ ସନ୍ଥ ରହୁଥିଲେ । ଯିଏ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ଏହି ସନ୍ଥ ଜଣକ ବହୁତ ପ୍ରସିଦ୍ଧ ଥିଲେ ଓ ଦୂର ଦୁରାନ୍ତରୁ ବହୁତ ପିଲାମାନେ ବି ଆସି ଏହି ସନ୍ଥ ନିକଟରେ ଶିକ୍ଷା ଗ୍ରହଣ କରୁଥିଲେ । ଦିନେ ସନ୍ଥଙ୍କର ଆଶ୍ରମକୁ ଏକ ନୂଆ ଶିଷ୍ୟ ଆସିଲା ।  କିନ୍ତୁ ଏହି ଶିଷ୍ୟଟି ଆଶ୍ରମରେ ଚୋରୀ କରିବାର ମନବୃତି ନେଇ ଆସିଥିଲା ଓ ଯେତେବେଳେ ବି ତାକୁ ସମୟ ମିଳେ ସେ ଅନ୍ୟ ଶିଷ୍ୟମାନଙ୍କର ଜିନିଷକୁ ଚୋରୀ କରି ନେଉଥିଲା ।

କିନ୍ତୁ ଦିନେ କିଛି ଶିଷ୍ୟ ସେହି ଶିଷ୍ୟକୁ ଚୋରୀ କରୁଥିବାର ଧରି ନେଲେ ଓ ତାକୁ ସଙ୍ଗେ ସଙ୍ଗେ ସନ୍ଥଙ୍କ ନିକଟକୁ ନେଇଗଲେ । ଏହା ପରେ ଶିଷ୍ୟମାନେ ସନ୍ଥଙ୍କୁ ସବୁ କଥା କହିଲେ । କିନ୍ତୁ ସନ୍ଥ ଜଣକ ଶିଷ୍ୟମାନଙ୍କର କଥା ଶୁଣିବା ପରେ ବି ଚୋରୀ କରିଥିବା ଶିଷ୍ୟକୁ କିଛି କହିଲେ ନାହିଁ ଓ ସମସ୍ତଙ୍କୁ ଫେରାଇ ଦେଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ କିଛି ଦିନ ପରେ ପୁଣି ଥରେ ସେହି ଶିଷ୍ୟ ଜଣକ ଚୋରୀ କରୁଥିବା ସମୟରେ ଧରା ପଡିଲା । ପୁଣି ଥରେ ଅନ୍ୟ ଶିଷ୍ୟମାନେ ସେହି ଶିଷ୍ୟକୁ ସନ୍ଥଙ୍କ ପାଖକୁ ନେଇଗଲେ ଓ ସନ୍ଥଙ୍କୁ ଚୋରୀ ବିଷୟରେ କହିଲେ । ଏହା ପରେ ସନ୍ଥ ପୁଣି ଥରେ କିଛି କହିଲେ ନାହିଁ ଓ ତାକୁ ଛାଡି ଦେଲେ । ସନ୍ଥ ଚୋରୀ କରିଥିବା ଶିଷ୍ୟକୁ ଆଶ୍ରମରୁ  ବାହାର ନ କରିବାରୁ ଅନ୍ୟ ଶିଷ୍ୟମାନେ ରାଗି ଯାଉଥିଲେ ଓ ସନ୍ଥଙ୍କୁ ନିଜର କ୍ରୋଧ ପ୍ରକାଶ କରୁଥିଲେ ।

ସେତେବେଳେ ସନ୍ଥ ଏହି ଶିଷ୍ୟମାନଙ୍କୁ କହିଲେ କି ଏହି ପୁଅ ଆଶ୍ରମରେ ନୂଆ ଅଟେ ଓ ସେ ଖରାପ ଅଭ୍ୟାସରେ ଫସି ଯାଇଛି । ବ୍ୟକ୍ତିକୁ ନିଜର ଅଭ୍ୟାସକୁ ବଦଳାଇବା ପାଇଁ ସମୟ ଲାଗିଥାଏ । ଏହା ପୂର୍ବରୁ ସେ ଯେଉଁଠି ବି ରହୁଥିଲା ସେଠାରେ ସେ ଚୋରୀ କରିବା ଶିଖିଛି । କିନ୍ତୁ ଏହି ଆଶ୍ରମରେ ଭଲ ଶିକ୍ଷା ଦିଆଯାଏ ଓ ଦିନେ ଏହି ପୁଅ ବି ଭଲ ଜ୍ଞାନ ହାସଲ କରିବା ପରେ ସୁଧୁରି ଯିବ ।

ଯଦି ମୁଁ ଏହାକୁ ଆଶ୍ରମରୁ ବାହାର କରିଦେବି ତେବେ ସେ ଚୋରୀ କରିବା ଛାଡିବ ନାହିଁ ଓ ଅନ୍ୟ କେଉଁଠି ଯାଇ ଚୋରୀ କରିବାକୁ ଲାଗିବ । କିନ୍ତୁ ଯଦି ମୁଁ ତାକୁ ଏହି ଆଶ୍ରମରେ ରହିବାକୁ ଦେବି ତେବେ ତୁମ ସହିତ ରହି ସେ ସୁଧୁରି ଯିବ ।

ସନ୍ଥଙ୍କର କଥା ଶୁଣି ଶିଷ୍ୟମାନେ ନିଜର ଭୁଲ ବିଷୟରେ ଜାଣି ପାରିଲେ ଓ ସବୁ ଶିଷ୍ୟମାନଙ୍କୁ ବୁଝାଇଲେ କି ଭଲ ପରିବେଶରେ ରହିବା ଦ୍ଵାରା ଓ ଭଲ କଥା ଶୁଣିବା ଦ୍ଵାରା ଖରାପ ବ୍ୟକ୍ତି ବି ସଠିକ ରାସ୍ତାକୁ ଆସିଥାଏ । ଏହାପରେ ସବୁ ଶିଷ୍ୟ ସନ୍ଥଙ୍କୁ କ୍ଷମା ମାଗିଲେ ଓ ସନ୍ଥଙ୍କୁ ପ୍ରତିଜ୍ଞା କରିଲେ କି ସେ ସେହି ପୁଅକୁ ସୁଧାରିବାରେ ସନ୍ଥଙ୍କୁ ସାହାର୍ଯ୍ୟ କରିବେ ।

ଏହି କଥାରୁ

ଏହି କଥାରୁ ଆମକୁ ଏହା ଶିଖିବାକୁ ମିଳିଲା କି ଭଲ ଜ୍ଞାନ ହାସଲ କରିବା ଦ୍ଵାରା ଓ ଭଲ କଥା ପଢିବା – ଶୁଣିବା ଦ୍ଵାରା ଖରାପ ଅଭ୍ୟାସ ଶେଷ ହୋଇଯାଏ । ସେଥିପାଇଁ ଯେଉଁ ଲୋକମାନଙ୍କ ଭିତରେ ଖରାପ ଅଭ୍ୟାସ ଅଛି ସେମାନଙ୍କୁ ଖରାପ କହିବା ପରିବର୍ତ୍ତେ ଭଲ ଜ୍ଞାନ ଦିଅନ୍ତୁ । ଯାହା ଦ୍ଵାରା ସେମାନେ ଭଲ ମଣିଷ ହୋଇ ପାରିବେ ।