LIC ର ନୂଆ ଧମାକେଦାର Scheme, ବର୍ଷକୁ ମାତ୍ର 12 ହଜାର ଟଙ୍କା ପ୍ରିମିୟମ ଦିଅନ୍ତୁ ଓ ଜୀବନସାରା ପାଆନ୍ତୁ ପେନସନ୍, ଦେଖନ୍ତୁ କଣ ରହିଛି ପୁରା Scheme

ମାତ୍ର ୧୨ ହଜାର ଟଙ୍କା ପ୍ରିମିୟମ ଦିଅନ୍ତୁ ଓ ଜୀବନସାରା ପେନସନ୍ ପାଆନ୍ତୁ । ଏମିତି ଅଫର୍ ଦେଇଛି ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି (LIC) । ଦେଶର ସବୁଠୁ ବଡ ଓ ଭରସାଯୋଗ୍ୟ ବୀମା କମ୍ପାନୀ ଏଲଆଇସିରେ ରହିଛି ଏହି ଯୋଜନା । ଯାହାର ନାମ ହେଉଛି ସରଳ ପେନସନ୍ ଯୋଜନା । ଚଳିତ ବର୍ଷ ଜୁଲାଇ ମାସ ପହିଲାରୁ ଏହି ପ୍ଳାନ ଲଞ୍ଚ କରାଯାଇଛି । ଏହା ଏକ ବାର୍ଷିକ ପ୍ରିମିୟମ ଯୋଜନା ହୋଇଥିଲେ ମଧ୍ୟ ସାଧାରଣ ଲୋକେ ଏହାର ଭରପୁର ଫାଇଦା ଉଠାଇ ପାରିବେ ।

ଏଲଆଇସିର ଏହି ସରଳ ପେନସନ୍ ସ୍କିମକୁ ଆପଣ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କିଣିପାରିବେ । କେବଳ ଜଣେ ବ୍ୟକ୍ତି ନୁହେଁ ବରଂ ଆପଣ ଚାହିଁଲେ ଏହାକୁ ମିଳିତ ଭାବେ ମଧ୍ୟ ନେଇପାରିବେ । ଅର୍ଥାତ ଏହି ଜନ ହିତକର ଯୋଜନାର ଲାଭ ଆପଣ ଉଠାଇବା ସହ ଆପଣଙ୍କ ପରିବାର ମଧ୍ୟ ଏହାର ଲାଭ ପାଇପାରିବେ । ଏହାସହ ପଲିସି ନେବାର ୬ ମାସ ପରେ ଆପଣ ଚାହିଁଲେ ଋଣ ମଧ୍ୟ ନେଇପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରିମିୟମ ରାଶି ଆପଣଙ୍କ ବୟସ ଉପରେ ନିର୍ଭର କରିଥାଏ ।

ଏହି ସ୍କିମକୁ ଅନଲାଇନରେ ନେବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଏଲଆଇସିର ୱେବସାଇଟକୁ ଯିବାକୁ ହେବ । ଏହାପରେ ସରଳ ପେନସନ୍ ସ୍କିମକୁ ଯାଇ ଆପଣ ଏହି ପ୍ଳାନ କିଣିପାରିବେ । ଯେଉଁଥି ପାଇଁ ଆପଣଙ୍କୁ ସର୍ବନିମ୍ନ ୧୨ ହଜାର ଟଙ୍କା ଦେବାକୁ ହେବ । ଏହାସହ ସର୍ବାଧିକ ପ୍ରିମିୟମ ଉପରେ କୌଣସି ସୀମା ନାହିଁ । ଏହି ପ୍ଳାନ ନେବା ପାଇଁ ଆପଣଙ୍କ ବୟସ ସର୍ବନିମ୍ନ ୪୦ ବର୍ଷ ଏବଂ ସର୍ବାଧିକ ୮୦ ବର୍ଷ ହୋଇଥିବା ଆବଶ୍ୟକ ।

ଯଦି କୌଣସି ବ୍ୟକ୍ତି ବାର୍ଷିକ ପ୍ରିମିୟମ ଦେବାକୁ ଅସମର୍ଥ ହେଉଥିବେ ତେବେ ମାସିକ କିମ୍ବା ତ୍ରୈମାସିକ ପ୍ରିମିୟମ ମଧ୍ୟ ଜମା କରିପାରିବେ । ଏଥିପାଇଁ ପଲିସି ଉପଭୋକ୍ତାଙ୍କୁ କୌଣସି ଅଧିକ ଦେୟ ଦେବାକୁ ପଡିବ ନାହିଁ । ଏହି ପେନସନ ସୁବିଧା ପାଇବା ପାଇଁ ଦୁଇଟି ବିକଳ୍ପ ରହିଛି । ପ୍ରଥମଟି ହେଉଛି ପଲିସି ଶେଷ ହେବା ପରେ ମାସିକ ପେନସନ୍ ନେଇପାରିବେ ଓ ମୃ-ତ୍ୟୁ ହେଲେ ପରିବାର ଲୋକଙ୍କୁ ମୂଳରାଶି ମିଳିବ । ନଚେତ ପଲିସି ଧାରକଙ୍କ ମୃ-ତ୍ୟୁ ପରେ ତାଙ୍କ ସ୍ଵାମୀ କିମ୍ବା ସ୍ତ୍ରୀ ଏହି ଯୋଜନାର ପେନସନ୍ ନେଇପାରିବେ ।

ଏହି ଯୋଜନା ଏମିତି ଏକ ପ୍ଳାନ ଯାହାକି ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ନିୟମାବଳୀ ଆଧାରିତ ତତ୍କାଳ ବାର୍ଷିକ ଯୋଜନା । ଶେୟାର ମାର୍କେଟ ସହ ଏହା ଜଡିତ ନୁହେଁ । ଏହି ବୀମା ଯୋଜନା ବିଷୟରେ ସବିଶେଷ ଜାଣିବାକୁ ଚାହୁଁଥିଲେ ନିକଟସ୍ଥ ଏଲଆଇସି ଅଫିସ କିମ୍ବା ଏଲଆଇସି ଏଜେଣ୍ଟଙ୍କ ସହ ଯୋଗାଯୋଗ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।