ଯଦି ଆପଣଙ୍କ ଟ୍ରେନ ଟିକେଟ ହଜିଯାଏ ତ କଣ କରିବେ ? କେମିତି କରିବେ ଯାତ୍ରା ? ଟ୍ରେନ ରେ ଯାତ୍ରା କରୁଥିଲେ ନିଶ୍ଚୟ ଜାଣି ରଖନ୍ତୁ

ଟ୍ରେନରେ ଯାତ୍ରା କରିବା ପୂର୍ବରୁ ବା ଯାତ୍ରା କରିବା ସମୟରେ ଯଦି ଟ୍ରେନ ଟିକେଟ ହଜିଯାଏ ତେବେ କଣ କରିବେ ? କିପରି ଟ୍ରେନରେ ଯାତ୍ରା କରିବେ ? ଯାତ୍ରୀଙ୍କ ଏହି ସମସ୍ଯାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବ୍ୟବସ୍ଥା କରିଛି । ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଜାଣି ରଖନ୍ତୁ । ଏଣିକି ଟ୍ରେନ ଟିକେଟ ହଜିଗଲେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଯାତ୍ରୀ ମାନଙ୍କର ଏହି ସମସ୍ଯାର ସମାଧାନ ଆଣିଛି ଭାରତୀୟ ରେଳବାଇ ।

ଯଦି କୌଣସି ପରିସ୍ଥିତିରେ ଟ୍ରେନ ଟିକେଟ ହଜିଯାଉଛି ତେବେ ଡୁ-ପ୍ଳି-କେ-ଟ ଟିକେଟ ଜରିଆରେ ଯାତ୍ରୀ ଯାତ୍ରା କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଅଳ୍ପ କିଛି ଟଙ୍କା ଦେବାକୁ ପଡିବ । ଭାରତୀୟ ରାଳବାଇର ନିୟମ ଅନୁଯାୟୀ ଯଦି ସ॰ରକ୍ଷଣ ଚାଟ୍ ପ୍ରସ୍ତୁତ ହେବା ପୂର୍ବରୁ ଯାତ୍ରୀଙ୍କର ଟିକେଟ ହଜିଯାଏ ତେବେ ନକଲ ଟିକେଟ ଜାରି କରି ଦିଆଯାଏ । ଏଥିପାଇଁ ଗ୍ରାହକଙ୍କୁ ୫୦ ଟଙ୍କା କିମ୍ବା ୧୦୦ ଟଙ୍କା ଦେବାକୁ ପଡିବ । ସେକେଣ୍ଡ ଏବଂ ସ୍ଳିପର କ୍ଳାସ ପାଇଁ ଯାତ୍ରୀଙ୍କୁ ୫୦ ଟଙ୍କା ଦେବାକୁ ହେବ ଓ ଅନ୍ୟ କ୍ଳାସ ପାଇଁ ୧୦୦ ଟଙ୍କା ଦେବାକୁ ହେବ ।

ଆଉ ଯଦି ଯାତ୍ରୀଙ୍କ ସ॰ରକ୍ଷଣ ଚାଟ୍ ପ୍ରସ୍ତୁତ ହେବା ପରେ ଟିକେଟ ହଜିବାର ସୂଚନା ମିଳେ ତେବେ ଯାତ୍ରୀଙ୍କୁ ଟିକେଟର ୫୦ ପ୍ରତିଶତ ତାଙ୍କ ପଇଠ କରିବାକୁ ପଡିବ । ଯଦି ଟିକେଟ କନଫର୍ମ ହେବା ପରେ ଆପଣଙ୍କ ପାଖରେ ଥିବା ଟିକେଟ ଚିରି ଯାଇଥିବ ତେବେ ମଧ୍ୟ ଆପଣ ଡୁ-ପ୍ଳି-କେ-ଟ ଟିକେଟ ନେଇପାରିବେ । ଯାହା ପାଇଁ ସ॰ରକ୍ଷଣ ଚାଟ୍ ପ୍ରସ୍ତୁତ ହେବା ପରେ ଯାତ୍ରୀଙ୍କୁ ୨୫ ପ୍ରତିଶତ ଟଙ୍କା ଦେବାକୁ ପଡିବ ।

ଭାରତୀୟ ରେଳବାଇର ନିୟମ ଅନୁଯାୟୀ ୱେଟିଙ୍ଗ ଲିଷ୍ଟରେ ଥିବା ଟିକେଟ ଚିରି ଯାଇଥିଲେ ଏହା ଉପରେ କୌଣସି ନକଲ ଟିକେଟ ଜାରି ହୋଇପାରିବ ନାହିଁ । ତେବେ ସବୁଠୁ ଗୁରତ୍ଵପୂର୍ଣ୍ଣ କଥା ହେଉଛି ନକଲ ଟିକେଟ ଜାରି ହେବା ପରେ ଯଦି ମୂଳ ଟିକେଟଟି ଯାତ୍ରୀଙ୍କୁ ମିଳିଯାଏ ତେବେ ରେଳବାଇରେ ଉଭୟ ଟିକେଟକୁ ଦେଖାଇ ଯାତ୍ରୀ ନକଲ ଟିକେଟର ଶୁଳ୍କ ଫେରି ପାଇପାରିବେ । କିନ୍ତୁ ସେଥିରୁ ୫ ପ୍ରତିଶତ ଟଙ୍କା କ-ଟି-ଯି-ବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।